ନ୍ୟୁଜ ଗ୍ୟାଲେରି, ଧର୍ମଗଡ: ଓଡିଶା ସରକାର ଙ୍କ ସଢକ,ପରିବହନ ,ଖଣି ସମ୍ପଦ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଅଚାନକ ଧର୍ମଗଡ ଗସ୍ତ କରିଛନ୍ତି।ଧର୍ମଗଡ ସହର ର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ କର୍ମକର୍ତ୍ତା ଙ୍କ ସହ ଆଲୋଚନା କରିଛନ୍ତି।ସହର ମଧ୍ୟରେ ଥିବା ମାଁ ଇଷ୍ଟ ଦେବୀ ଭଣ୍ଡାରଘରଣୀ ମନ୍ଦିର ଯାଇ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ।ଏଥିସହ ମନ୍ଦିର ର ଭିତ୍ତିଭୂମି ଓ ଆବଶ୍ୟକ ଥିବା ଅନେକ ଉନ୍ନୟନ କାମ ଉପରେ ସାଧାରଣ ଭାବେ ଆଲୋଚନା କରିଥିଲେ।
ଅନ୍ୟପଟେ ଯଶୋଦା ଅନାଥ ଆଶ୍ରମ ଯାଇ ସ୍ଥିତି ପରଖିବା ସହ ଅନ୍ତେବାସୀ ଙ୍କ ସହ ଭାବ ଆଦାନପ୍ରଦାନ ଓ ବିଭିନ୍ନ ସମସ୍ୟା ଉପରେ ଅନୁଧ୍ୟାନ କରିଥିଲେ।ଅଞ୍ଚଳ ବାସୀ ଙ୍କ ପକ୍ଷରୁ ଜନସାଧାରଣ ଙ୍କ ସୁବିଧା ନିମନ୍ତେ -ଧର୍ମଗଡ-ବିଶାଖାପାଟଣା, ବ୍ରହ୍ମପୁର ଆଦି ସ୍ଥାନ କୁ ଗମନାଗମନ ପାଇଁ ବସ ସେବା ଯୋଗାଇ ଦେବାକୁ ମନ୍ତ୍ରୀ ଙ୍କ ଠାରେ ଦାବୀ ଉଠାଇ ଥିଲେ।ଗସ୍ତ ବେଳେ ମନ୍ତ୍ରୀ ଙ୍କ ସହ ,ଶିଶୁଦେଵ ମୁଣ୍ଡ, ହିମାଂଶୁ ଶେଖର ପଣ୍ଡା, ହେମନ୍ତ କୁମାର ମାଝୀ,ଅପ୍ରେସ ସ୍ୱାଇଁ, ବିଷ୍ଟୁ ପ୍ରସାଦ ଅଗ୍ରୱାଲ, ଘନଶ୍ୟାମ ଅଗ୍ରୱାଲ,ସୁକାନ୍ତି ସା,ଅଜୟ ମେହେର,ମନୀନ୍ଦ୍ର ପାତ୍ର,ବସନ୍ତ ନାଗ ଜନ୍ମେଜୟ ନାଏକ ଲକ୍ଷ୍ମୀ କାନ୍ତ ଵାଗ ସୈାରଭ ମିତ୍ତଲ,ପ୍ରମୁଖ ଉପସ୍ଥିତ ରହିଥିଲେ। ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀ ଙ୍କ ରିପୋଟ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

