ନ୍ୟୁଜ ଗ୍ୟାଲେରି, ଧର୍ମଗଡ: ଓଡିଶା ସରକାର ଙ୍କ ସଢକ,ପରିବହନ ,ଖଣି ସମ୍ପଦ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଅଚାନକ ଧର୍ମଗଡ ଗସ୍ତ କରିଛନ୍ତି।ଧର୍ମଗଡ ସହର ର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ କର୍ମକର୍ତ୍ତା ଙ୍କ ସହ ଆଲୋଚନା କରିଛନ୍ତି।ସହର ମଧ୍ୟରେ ଥିବା ମାଁ ଇଷ୍ଟ ଦେବୀ ଭଣ୍ଡାରଘରଣୀ ମନ୍ଦିର ଯାଇ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ।ଏଥିସହ ମନ୍ଦିର ର ଭିତ୍ତିଭୂମି ଓ ଆବଶ୍ୟକ ଥିବା ଅନେକ ଉନ୍ନୟନ କାମ ଉପରେ ସାଧାରଣ ଭାବେ ଆଲୋଚନା କରିଥିଲେ।
ଅନ୍ୟପଟେ ଯଶୋଦା ଅନାଥ ଆଶ୍ରମ ଯାଇ ସ୍ଥିତି ପରଖିବା ସହ ଅନ୍ତେବାସୀ ଙ୍କ ସହ ଭାବ ଆଦାନପ୍ରଦାନ ଓ ବିଭିନ୍ନ ସମସ୍ୟା ଉପରେ ଅନୁଧ୍ୟାନ କରିଥିଲେ।ଅଞ୍ଚଳ ବାସୀ ଙ୍କ ପକ୍ଷରୁ ଜନସାଧାରଣ ଙ୍କ ସୁବିଧା ନିମନ୍ତେ -ଧର୍ମଗଡ-ବିଶାଖାପାଟଣା, ବ୍ରହ୍ମପୁର ଆଦି ସ୍ଥାନ କୁ ଗମନାଗମନ ପାଇଁ ବସ ସେବା ଯୋଗାଇ ଦେବାକୁ ମନ୍ତ୍ରୀ ଙ୍କ ଠାରେ ଦାବୀ ଉଠାଇ ଥିଲେ।ଗସ୍ତ ବେଳେ ମନ୍ତ୍ରୀ ଙ୍କ ସହ ,ଶିଶୁଦେଵ ମୁଣ୍ଡ, ହିମାଂଶୁ ଶେଖର ପଣ୍ଡା, ହେମନ୍ତ କୁମାର ମାଝୀ,ଅପ୍ରେସ ସ୍ୱାଇଁ, ବିଷ୍ଟୁ ପ୍ରସାଦ ଅଗ୍ରୱାଲ, ଘନଶ୍ୟାମ ଅଗ୍ରୱାଲ,ସୁକାନ୍ତି ସା,ଅଜୟ ମେହେର,ମନୀନ୍ଦ୍ର ପାତ୍ର,ବସନ୍ତ ନାଗ ଜନ୍ମେଜୟ ନାଏକ ଲକ୍ଷ୍ମୀ କାନ୍ତ ଵାଗ ସୈାରଭ ମିତ୍ତଲ,ପ୍ରମୁଖ ଉପସ୍ଥିତ ରହିଥିଲେ। ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀ ଙ୍କ ରିପୋଟ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

