Oplus_131072

ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ସରକାରୀ ପ୍ରାଥମିକ ବିଦ୍ୟାଳୟ , ମେଦିନୀପୁର ରେ ଆନନ୍ଦ ଉଲ୍ଲାସର ସହିତ ପବିତ୍ର ଗୁରୁ ଦିବସ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ପ୍ରଦୀପ କୁମାର ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ହୋଇଥିଲାବେଳେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ର ଅଧ୍ୟକ୍ଷା ଶ୍ରୀମତୀ ଜାହ୍ନବି ଶବର ମୁଖ୍ୟବକ୍ତା ଭାବେ ଆଞ୍ଚଳିକ ସାଧନ ସଂଯୋଜକ ପର୍ଣ୍ଣଚ଼ନ୍ଦ୍ର ନେଗୀ ପ୍ରମୁଖ ଯୋଗଦାନ ପୂର୍ବକ ଗୁରୁ ଶ୍ରେଷ୍ଟ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫୋଟ ଚିତ୍ର ରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ବିଦ୍ୟାଳୟ ର କୁନି ଛାତ୍ରୀ ସୁଶ୍ରୀ ନୈତିକା ଦାଶ ଓ ଆଦ୍ୟାଶ୍ରୀ ଦାଶ ଗୁରୁ ବନ୍ଦନା ଗାନ ପୂର୍ବକ ଗୁରୁଦିବସ ସଂମ୍ପର୍କ ରେ ଅନନ୍ତ ହୃଦୟଷ୍ପର୍ଶୀ ବକ୍ତବ୍ୟ ପ୍ରଦାନ କରି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ସହିତ ଅବସର ପ୍ରାପ୍ତ ଆଦର୍ଶ ଶିକ୍ଷୟିତ୍ରୀମୀନାବିଦ୍ୟାଧର ,କଳ୍ପନା ମିଶ୍ର, ରୀନା ମହାପାତ୍ର ଏବଂ ଅନ୍ୟାନ୍ୟ ଶିକ୍ଷୟିତ୍ରୀ ଲକ୍ଷ୍ମୀ ବଗର୍ତ୍ତୀ, କଲ୍ୟାଣୀ ଦାଶ, ସଂଯୁକ୍ତା ଦାଶ , ନୀଶାମଣୀ ଦେଇ , ପ୍ରତିଭା ଦାଶ ଓ ପୁଷ୍ପାଞଳୀ ସାହୁ ଙ୍କୁ ଗୁରୁ ପୂଜନ କରି ଗୋଲାପ ଫୁଲ ଫୁଟି ଥିବା ଗୋଲାପ ଗଛ ଅର୍ପଣ କରି ପ୍ରଣିପାତ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ପକ୍ଷ ରୁ ତିନିଜଣ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷୟିତ୍ରୀ ଙ୍କୁ ଉପଢ଼ୋକନ ଓ ସଂବର୍ଦ୍ଧନା ପତ୍ର ପ୍ରଦାନ କରି ଭବ୍ୟ ସଂବର୍ଦ୍ଧନା ଦିଆଯାଇଥିଲା । ବିଦ୍ୟାଳୟ ର ବରିଷ୍ଟ ଆଦର୍ଶ ଶିକ୍ଷୟିତ୍ରୀ ଶ୍ରୀମତୀ ଲକ୍ଷ୍ମୀବଗର୍ତ୍ତୀ କାର୍ଯକ୍ରମ ସଂଯୋଜନା କରିବା ସହିତ ସଂବର୍ଦ୍ଧନା ପତ୍ର ପାଠ କଗିଥିବା ସ୍ଥଳେ ଶିଶୁ ସେବିକା ରିଙ୍କି ପୁଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts