ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ସଦର ବ୍ଲକ ସ୍ଥିତ ଘୁମେର ଗୁଡା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଥର ପ୍ରଧାନ ଶିକ୍ଷକ ଜଗନ୍ନାଥ ତ୍ରିପାଠୀଙ୍କ ନେତୃତ୍ୱ ଓ ସଭାପତିତ୍ୱରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାମଠଣା ପଞ୍ଚାୟତ ସରପଞ୍ଚ ଲୋକନାଥ ଦୁର୍ଗା,ସମ୍ମାନିତ ଅତିଥି ଭାବେ ଡ଼.ଅଜୟ କୁମାର ମିଶ୍ର,ପ୍ରଭାସ ଚନ୍ଦ୍ର ମିଶ୍ର,ଡ. ଉମେଶ ଶତପଥୀ, ଏ ବି ଇ ଓ ଜଗଦୀଶ ପ୍ରସାଦ ମୁଣ୍ଡ, ଏ ବି ଇ ଓ ହୃଷିକେଶ ନାଏକ,ଏ ବି ଇ ଓ ଜୟ କୁମାର ମାଝୀ, ମୁଖ୍ୟ ବକ୍ତା ପ୍ରକୃତି ବନ୍ଧୁ ପ୍ରଦୀପ କୁମାର ସାହୁ ରାଜ୍ୟ ସିଟି ସଂଘ ସଭାପତି, ଶିକ୍ଷୟତ୍ରୀ ଦଲି ରାଜପୁତ,ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ପାତ୍ର, ନିରଞ୍ଜନ ପଟେଲ, ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ରାୟ, ଶିକ୍ଷକ ଦୁର୍ଯ୍ୟୋଧନ ମାଝୀ,ଶିକ୍ଷକ ଭୂର କୁଟି ଗଉଡ଼,ଏସ ଏମ ସି ସଭାପତି ଭଗବାନ ଦଣ୍ଡସେନା ପ୍ରଭୃତି ଯୋଗଦେଇଥିଲେ।
ଛାତ୍ରଛାତ୍ରୀମାନଙ୍କୁ ପାଠପଢ଼ା ସହ ଖେଳକୁଦ ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜଗନ୍ନାଥ ତ୍ରିପାଠୀ ପ୍ରଥମେ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପାଠ କରି ଛାତ୍ର ଛାତ୍ରୀମାନଙ୍କୁ ଆବଶ୍ୟକ ତା ବିଷୟରେ ବିସ୍ତାର ରୂପରେ ଅବଗତ କରାଇଥିଲେ। କାର୍ଯକ୍ରମ ଆରମ୍ଭ ପୂର୍ବରୁ ବିଦ୍ୟାଳୟ ନିକଟରେ ଥିବା ଠାକୁରାଣୀ ମାଁ ଗଙ୍ଗାଦୀ ମନ୍ଦିରରୁ ଛାତ୍ରଛାତ୍ରୀମାନେ ମଶାଲ ଯାତ୍ରାରେ ବାହାରିଥିଲେ। ଏହି ଯାତ୍ରାଟିକୁ ପରିଚାଳନା କରିଥିଲେ ଶିକ୍ଷକ ଦେବାୟୁସ ତ୍ରିପାଠୀ ଏହାପରେ ବିଭିନ୍ନ ପ୍ରତିଯୋଗୀତାରେ ଭାଗନେଇଥିବାଛାତ୍ର ଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ଏବଂ ସ୍ବର୍ଗତ ସବ୍ୟସାଚୀ ମିଶ୍ର ଙ୍କ ମରୋଣାତ୍ତର ସମ୍ମାନ ତାଙ୍କ ପୁତ୍ର ସିଦ୍ଧାର୍ଥ ମିଶ୍ର ଙ୍କୁ ପ୍ରଦାନ କରାଗଲା ଓ ସମ୍ବର୍ଦ୍ଧନା ପତ୍ର ଭଗବାନ ଦଣ୍ଡସେନା, ମଧୁ ସୁଦନ ସାହୁ,ବୈଦ୍ୟରାଜ ନିରଞ୍ଜନ ପଟେଲ, ସରୋଜ କୁମାର ମିଶ୍ର ଙ୍କୁ ପ୍ରଦାନ କରାଯାଇଥିଲା। ବିଦ୍ୟାଳୟାର ଶିକ୍ଷୟତ୍ରୀ ଲୀଲାବତୀ ବେହେରା, ଶିକ୍ଷୟତ୍ରୀ ସୁନନ୍ଦା ସାହୁ, ଶିକ୍ଷକ ଜଗଦୀଶ ପାଣି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Latest entries
ଜିଲ୍ଲା ଖବରJuly 14, 2026ସାତ ଦିନ ମଧ୍ୟରେ ସମସ୍ତ ବକେୟା ଅଭିଯୋଗର ନିଷ୍ପତ୍ତି କରିବାକୁ ଜିଲ୍ଲାପାଳ ଙ୍କ କଡ଼ା ନିର୍ଦ୍ଦେଶ
ଜିଲ୍ଲା ଖବରJuly 4, 2026ଜୁଆ ଖେଳୁଥିବା ବେଳେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ
ଜିଲ୍ଲା ଖବରJune 27, 2026ଅନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୋଧ ଚାଲାଣ ନିଷିଦ୍ଧ ଦିବସ ପାଳିତ
ଜିଲ୍ଲା ଖବରJune 26, 2026ସମ୍ବିଧାନ ହତ୍ୟା ଦିବସ କାର୍ଯ୍ୟକ୍ରମ

