ନ୍ୟୁଜଗ୍ୟାଲେରି,ନବରଙ୍ଗପୁର: ପ୍ରକୃତିର ମାଧୁର୍ଯ୍ୟ ଓ କବିତାର ଆତ୍ମିକତା ମଧ୍ୟରେ ସାହିତ୍ୟିକ କାର୍ଯ୍ୟକ୍ରମ ମହାନଦୀ ଓ ତେଲ ନଦୀର ପବିତ୍ର ସଂଗମସ୍ଥଳୀ ସ୍ୱର୍ଣ୍ଣ ପ୍ରୟାଗ ଘାଟରେ କବି ବିରଞ୍ଚି ନାରାୟଣ ଦରୱାନଙ୍କ ନବ ପ୍ରକାଶିତ କବିତା ବହି ‘ସାରା ଆକାଶ ତୁମର ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
କବି ବେଣୁଧର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ମୁକ୍ତାକାଶ କବିତା ଆସରରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କବି ‘ସାରା ଆକାଶ ତୁମର’ କବିତା ବହିରୁ ଆବୃତ୍ତିରେ ପ୍ରେମ, ପ୍ରକୃତି, ବିରହ ଓ ଅନ୍ତର୍ନିହିତ ଅନୁଭୂତିର ସ୍ପଷ୍ଟ ପ୍ରତିବିମ୍ବ ଦେଖିବାକୁ ମିଳିଥିଲା।
ଉନ୍ମୋଚିତ ଉତ୍ସବରେ ନାଟ୍ୟଶ୍ରୀ ଗଦାଧର ବାରିକ ମୁଖ୍ୟଅତିଥି ଭାବେ ଯୋଗଦେଇ କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତାରେ ପ୍ରେମ, ପ୍ରକୃତି ଓ ଶୂନ୍ୟତା ମଧ୍ୟରେ ଥିବା ପୂର୍ଣ୍ଣତାର ସୂକ୍ଷ୍ମ ଦର୍ଶନ ଦେଖାଯାଏ ତାଙ୍କ କବିତା ସାଧାରଣ ଜୀବନ ଅନୁଭୂତିକୁ ଦାର୍ଶନିକ ଭାବରେ ପ୍ରକାଶ କରି ପାଠକଙ୍କୁ ଆତ୍ମସନ୍ଧାନର ପଥରେ ନେଇଯାଏ ବୋଲି ସେ ମତ ପ୍ରକାଶ କରିଥିଲେ।ଏହି ନିଆରା ସାରସ୍ୱତ ଆସରରେ କବି ରଞ୍ଜିତା ପଣ୍ଡା,ସସ୍ମିତା ମେହେର, ଆରତୀ ଖମାରୀ,ଶ୍ୟାମଓଁ ପ୍ରସାଦ ମିଶ୍ର,ପ୍ରଭୁଦତ୍ତ ରଥ,ଅମ୍ବୁଜ ବିହାରୀ ଶତପଥୀ,ଲକ୍ଷ୍ମୀ ନାରାୟଣ ସାହୁ,ପ୍ରଦ୍ୟୁମ୍ନ ସାହୁ କବିତା ଆବୃତ୍ତି କରିଥିଲେ । କବି ବିରଞ୍ଚି ନାରାୟଣ ଦରୱାନ ନିଜ ସୃଜନ ଜୀବନ ସଂପର୍କରେ କହିଥିବାବେଳେ ସାହିତ୍ୟିକ ଡ଼.ସୌରଭ ରଞ୍ଜନ ଖମାରୀ ଓ ଡ଼.ଦେବାଶିଷ ପଣ୍ଡିଆ ସାରା ଆକାଶ ତୁମର କବିତା ବହିର ସମୀକ୍ଷା କରି ସମସାମୟିକ ଓଡ଼ିଆ କାବ୍ୟ ସାହିତ୍ୟକୁ ଏ ବହି ସମୃଦ୍ଧ କରିବ ବୋଲି କହିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

