ନ୍ୟୁଜଗ୍ୟାଲେରି,ନବରଙ୍ଗପୁର: ପ୍ରକୃତିର ମାଧୁର୍ଯ୍ୟ ଓ କବିତାର ଆତ୍ମିକତା ମଧ୍ୟରେ ସାହିତ୍ୟିକ କାର୍ଯ୍ୟକ୍ରମ ମହାନଦୀ ଓ ତେଲ ନଦୀର ପବିତ୍ର ସଂଗମସ୍ଥଳୀ ସ୍ୱର୍ଣ୍ଣ ପ୍ରୟାଗ ଘାଟରେ କବି ବିରଞ୍ଚି ନାରାୟଣ ଦରୱାନଙ୍କ ନବ ପ୍ରକାଶିତ କବିତା ବହି ‘ସାରା ଆକାଶ ତୁମର ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
କବି ବେଣୁଧର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ମୁକ୍ତାକାଶ କବିତା ଆସରରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କବି ‘ସାରା ଆକାଶ ତୁମର’ କବିତା ବହିରୁ ଆବୃତ୍ତିରେ ପ୍ରେମ, ପ୍ରକୃତି, ବିରହ ଓ ଅନ୍ତର୍ନିହିତ ଅନୁଭୂତିର ସ୍ପଷ୍ଟ ପ୍ରତିବିମ୍ବ ଦେଖିବାକୁ ମିଳିଥିଲା।
ଉନ୍ମୋଚିତ ଉତ୍ସବରେ ନାଟ୍ୟଶ୍ରୀ ଗଦାଧର ବାରିକ ମୁଖ୍ୟଅତିଥି ଭାବେ ଯୋଗଦେଇ କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତାରେ ପ୍ରେମ, ପ୍ରକୃତି ଓ ଶୂନ୍ୟତା ମଧ୍ୟରେ ଥିବା ପୂର୍ଣ୍ଣତାର ସୂକ୍ଷ୍ମ ଦର୍ଶନ ଦେଖାଯାଏ ତାଙ୍କ କବିତା ସାଧାରଣ ଜୀବନ ଅନୁଭୂତିକୁ ଦାର୍ଶନିକ ଭାବରେ ପ୍ରକାଶ କରି ପାଠକଙ୍କୁ ଆତ୍ମସନ୍ଧାନର ପଥରେ ନେଇଯାଏ ବୋଲି ସେ ମତ ପ୍ରକାଶ କରିଥିଲେ।ଏହି ନିଆରା ସାରସ୍ୱତ ଆସରରେ କବି ରଞ୍ଜିତା ପଣ୍ଡା,ସସ୍ମିତା ମେହେର, ଆରତୀ ଖମାରୀ,ଶ୍ୟାମଓଁ ପ୍ରସାଦ ମିଶ୍ର,ପ୍ରଭୁଦତ୍ତ ରଥ,ଅମ୍ବୁଜ ବିହାରୀ ଶତପଥୀ,ଲକ୍ଷ୍ମୀ ନାରାୟଣ ସାହୁ,ପ୍ରଦ୍ୟୁମ୍ନ ସାହୁ କବିତା ଆବୃତ୍ତି କରିଥିଲେ । କବି ବିରଞ୍ଚି ନାରାୟଣ ଦରୱାନ ନିଜ ସୃଜନ ଜୀବନ ସଂପର୍କରେ କହିଥିବାବେଳେ ସାହିତ୍ୟିକ ଡ଼.ସୌରଭ ରଞ୍ଜନ ଖମାରୀ ଓ ଡ଼.ଦେବାଶିଷ ପଣ୍ଡିଆ ସାରା ଆକାଶ ତୁମର କବିତା ବହିର ସମୀକ୍ଷା କରି ସମସାମୟିକ ଓଡ଼ିଆ କାବ୍ୟ ସାହିତ୍ୟକୁ ଏ ବହି ସମୃଦ୍ଧ କରିବ ବୋଲି କହିଥିଲେ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

