Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ବଡ଼ଘୁମେର ଗୌନ୍ତିଆ ଲଷ୍ମୀକାନ୍ତ ଗୋପାଳ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମ ର ସଭାପତିତ୍ୱ କରିଥିଲେ ସ୍ଥାନୀୟ ସରପଞ୍ଚ ଜନ୍ମେଜୟ ଗୋପାଳ। ଏହି କାର୍ଯ୍ୟକ୍ରମଟିକୁ କୁ ସୁଧିର ରଞ୍ଜନ ଗୋପାଳ ପରିଚାଳନା କରିଥିଲେ । ଗତ ୨୦୧୭ ମସିହାରେ ପଞ୍ଚାୟତ ପୁନର୍ଗଠନ ହୋଇଥିଲା । ହେଲେ ସ୍ଥାନ ନିରୁପଣ କୁ ନେଇଁ ସ୍ଥାନୀୟ ପଞ୍ଚାୟତ ର ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ହୋଇ ମାମଲା ହାଇକୋର୍ଟ ରେ ପହଞ୍ଚି ଥିଲା । କୋର୍ଟ ଜିଲ୍ଲା ପ୍ରଶାସନ ଉପରେ ଦାୟିତ୍ୱ ଦେଇଥିବା ବେଳେ ସମସ୍ୟା ସମାଧାନ ହେବାକୁ ଅନେକ ବର୍ଷ ବିତି ଯାଇଥିଲା । ବଡଘୁମେର ପଞ୍ଚାୟତ ମାନ୍ୟତା ପାଇବା ପରେ ମଧ୍ୟ ପଞ୍ଚାୟତ ର ନିଜସ୍ୱ ଗୄହ ନଥିବାରୁ ସ୍ଥାନୀୟ ଲୋକେ ଅନେକ ହଇରାଣ ହେଉଥିଲେ ।
ଏଥିରେ ବିଧାୟକ ସୁଧିର ପଟ୍ଟଯୋଷୀ ହସ୍ତକ୍ଷେପ କରି ପ୍ରଶାସନ ଏବଂ ସରକାରୀ ସ୍ତରରେ ଚାପ ପ୍ରୟୋଗ କରିବା ପରେ ଜିଲ୍ଲାପାଳ କଳାହାଣ୍ଡି ଏହାକୁ ଗୁରୁତର ସହ ନେଇ ଥିଲେ । ପରେ ତହସିଲଦାର ଧର୍ମଗଡ ତରଫରୁ ବଡ଼ଘୁମେର ଓ ଖୁଟୁଲୁଗୁଡା ର ଯୋଗାଯୋଗ ପାଇଁ ମଧ୍ୟବର୍ତ୍ତୀ ସ୍ଥଳ ମୌଜା-ଖୁଟୁଲୁଗୁଡା ଖାତାନଂ-୩୦୬ ପ୍ଲଟ ନମ୍ବର-୧୭୯୯ ଓ ୧୯୦୯ ରୁ ରକବା ୦୧ ଏକର ଜାଗା ନିର୍ମାଣ ପାଇଁ ପ୍ରଦାନ କରାଯାଇଥିଲା ପରେ ଆଜି ଏହାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଏହି କାର୍ଯ୍ୟକ୍ରମ ରେ ହିମାଂଶୁ ପଣ୍ଡା,ଅପ୍ରେସ ସ୍ବାଇଁ ,ହେମନ୍ତ ମାଝୀ ସମେତ ବଡ଼ଘୁମେର ଓ ଖୁଟୁଲୁଗୁଡା ର ଅନେକ ବୁଦ୍ଧିଜୀବୀ ଓ ଜନସାଧାରଣ ଓ ଜନପ୍ରତିନିଧି ଉପସ୍ଥିତ ରହି ଏହି କାର୍ଯ୍ୟପାଇଁ ମାନ୍ୟବର ବିଧାୟକଙ୍କୁ ପ୍ରଶଂସା କରିଥିଲେ । ସମସ୍ତ ଗ୍ରାମ ପଞ୍ଚାୟତବାସୀ ସହଯୋଗ କରିଥିଲେ ।
Editor, News Gallery Mob: 9439506580 Email: newsgallery.in@gmail.com
