ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଆସୁଛନ୍ତି ଓଡ଼ିଶା ର ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଉପ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ଵାଗତ କରିବା ପାଇଁ କଳାହାଣ୍ଡି ଜିଲ୍ଲା ଭାରତୀୟ ଜନତା ପାର୍ଟି ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ ଙ୍କ ଅଧ୍ୟକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି ।ଉପ ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ କୁ ନେଇ ଉକ୍ତ ବୈଠକ ରେ ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା । ମୁଖ୍ୟତଃ ଉପ ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ କୁ ନେଇ ଦଳ ତରଫ ରୁ ଏକ ଭବ୍ୟ ତ୍ରିରଙ୍ଗା ଯାତ୍ରା ବାଇକ୍ ରେଲି କାର୍ଯ୍ୟକ୍ରମ କରାଯିବ କୁ ସ୍ଥିର କରାଯାଇଛି। ଉପ ମୁଖ୍ୟମନ୍ତ୍ରୀ ସକାଳ ୧୦ ଘଣ୍ଟା ସମୟରେ ଭବାନୀପାଟଣା ସର୍କିଟ ହାଉସ ଠାରେ ପହଞ୍ଚିବେ ପ୍ରଥମ ଥର କଳାହାଣ୍ଡି ଗସ୍ତ କୁ ନେଇ ଜିଲ୍ଲା ଭାଜପା ତରଫ ରୁ ସ୍ବାଗତ କରିବା ସହ ତ୍ରିରଙ୍ଗା ଯାତ୍ରା ବାଇକ୍ ରେଲି ରେ ଉପ ମୁଖ୍ୟମନ୍ତ୍ରୀ ଯୋଗ ଦେବା କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିବାରୁ ଦଳ ତରଫ ରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ସଭାପତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଙ୍କୁ ସ୍ଵାଗତ କରିବା ପାଇଁ କଳାହାଣ୍ଡି ସାଂଗଠାନିକ ଜିଲ୍ଲା ର ୪୧ ଗୋଟି ମଣ୍ଡଳ ରୁ ସମସ୍ତ ଭାଜପା କାର୍ଯ୍ୟକର୍ତ୍ତା ଙ୍କୁ ସୂଚନା ଦିଆଯାଇଛି ।
କାର୍ଯ୍ୟକର୍ତ୍ତା ଙ୍କ ଉତ୍ସାହ ବଢ଼ିଛି ବାସହିତ ତ୍ରିରଙ୍ଗା ଯାତ୍ରା ରେ ପାଖା ପାଖି ୩୦୦୦ ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଯୋଗଦେବେ ତତ୍ ସଙ୍ଗେ ସଙ୍ଗେ ଆସନ୍ତା ୯ ତାରିଖ ଦିନ ପବିତ୍ର ରକ୍ଷା ବନ୍ଧନ ଅବସର ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସର୍ବ ବୃହତ୍ ଯୋଜନା ଯାହା କି ମହିଳାଙ୍କୁ ଆତ୍ମ ନିର୍ଭର କରିବା ରେ ପୂର୍ଣ୍ଣ ସହାୟକ ହୋଇଛି ପାଖା ପାଖି ୧ କୋଟି ରୁ ଉର୍ଦ୍ଧ ମହିଳା ଙ୍କୁ ଶୁଭଦ୍ରା ଯୋଜନା ର ତୃତୀୟ କିସ୍ତି ର ରାଶି ଡି ବି ଟି ମାଧ୍ୟମ ରେ ପ୍ରଦାନ କରାଯିବ ଏହି ଯୋଜନା ରେ କଳାହାଣ୍ଡି ଜିଲ୍ଲାର ୩ ଲକ୍ଷ୍ୟ ୭୫ ହଜାର ରୁ ଉର୍ଦ୍ଧ ମହିଳା ସୁଭଦ୍ରା ଯୋଜନା ରେ ଲାଭବାନ ହେବେ ,ଜିଲ୍ଲା ର ବିଭିନ୍ନ ପର୍ଯ୍ୟଟନ ସ୍ଥଳ ର ଉନ୍ନତିକରଣ ଓ ବିକାଶ ପାଇଁ ମଧ୍ୟ ଉପ ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ପ୍ରାଥମିକତା ରହିବ ଓ ଜିଲ୍ଲା ର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ବିଷୟ ଉପରେ ମନ୍ତ୍ରୀ ଙ୍କୁ ଅବଗତ କରାଇବା ପାଇଁ ଆଲୋଚନା ହୋଇଥିଲା ।ଏହି ବୈଠକ ରେ ପୂର୍ବତନ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି,ଭବେନ୍ଦ୍ର ପଣ୍ଡା , ଆର୍ତ୍ତ ମହାପାତ୍ର,ଜିଲ୍ଲା ଉପ ସଭାପତି ପ୍ରଶାନ୍ତ ସାହୁ ,ମୁକେଶ ଅଗ୍ରୱାଲ ,ଜିଲ୍ଲା ସାଧାରଣ ସମ୍ପାଦକ ଜୟ ଶଙ୍କର ନାଏକ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ମାଝୀ, ମୋନୋଜ ମେହେର, ଅନିରୁଦ୍ଧ ପ୍ରଧାନ ,ପୂର୍ବତନ ନଗର ସଭାପତି ସନ୍ତୋଷ ବିଶି,ଜିଲ୍ଲା ସମ୍ପାଦକ ସତ୍ୟ ବେହେରା ,ସ୍ୱଚ୍ଛ ଭାରତ ସଂଯୋଜକ ଲୋକନାଥ ଦୁର୍ଗା, ପଦ୍ମ ଲୋଚନ ମିଶ୍ର ,ଘନ ଗହିର ,ତ୍ରିନାଥ ଶବର,ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଶରତ ନାଏକ, ଅଧ୍ୟକ୍ଷା ନମିତା ସାହୁ ସମତେ ଜିଲ୍ଲା ମିଡିଆ ସଂଯୋଜକ ନରହରି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ
Latest entries
ଜିଲ୍ଲା ଖବରJuly 21, 2026ସୋନମ ୱାଞ୍ଚୁଙ୍କ ସମର୍ଥନରେ ‘ଦ ୟୁଥ ଅଫ କଳାହାଣ୍ଡି’ ପକ୍ଷରୁ ୧୨ ଘଣ୍ଟିଆ ଉପବାସ ସତ୍ୟାଗ୍ରହ
ଜିଲ୍ଲା ଖବରJuly 14, 2026ସାତ ଦିନ ମଧ୍ୟରେ ସମସ୍ତ ବକେୟା ଅଭିଯୋଗର ନିଷ୍ପତ୍ତି କରିବାକୁ ଜିଲ୍ଲାପାଳ ଙ୍କ କଡ଼ା ନିର୍ଦ୍ଦେଶ
ଜିଲ୍ଲା ଖବରJuly 4, 2026ଜୁଆ ଖେଳୁଥିବା ବେଳେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ
ଜିଲ୍ଲା ଖବରJune 27, 2026ଅନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୋଧ ଚାଲାଣ ନିଷିଦ୍ଧ ଦିବସ ପାଳିତ

