ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଅବସର ପ୍ରାପ୍ତ ଶିଶୁ ରୋଗ ବିଶେଷଜ୍ଞ ତଥା ବିଶିଷ୍ଟ ସମାଜସେବୀ ଡାକ୍ତର ପଲଉ ପ୍ରଧାନଙ୍କ ତାମିଲନାଡୁର କୋଏମ୍ବାଟୁର ନଗର ସ୍ଥିତ ଏକ ଲର୍ଜ୍ ରେ ଆକସ୍ମିକ ହୃଦଘାତ ଜନିତ ଦେହାନ୍ତ ହୋଇଯାଇଛି। ତାଙ୍କର ପରଲୋକ ବାର୍ତ୍ତା ପାଇବା ମାତ୍ରେ ସମଗ୍ର ପଶ୍ଚିମ ଓଡ଼ିଶା ରେ ଶୋକର ଛାୟା ଖେଳିଯାଇଛି।ସେ ଦୀର୍ଘ ବର୍ଷହେଲା ଶକ୍ତିନଗର ସ୍ଥିତ ନିଜସ୍ୱ ବାସଗୃହ ରେ ନିବାସ କରୁଥିଲେ।ସେ ଜଣେ ଦକ୍ଷ ଶିଶୁ ରୋଗ ବିଶେଷଜ୍ଞ ତଥା ଆଧ୍ୟାତ୍ମବାଦୀ ଓ ସେବାମନୋଭାବାପର୍ଣ୍ଣ
ଚିକିତ୍ସକ ହୋଇଥିବାରୁ ଅବସର ଗ୍ରହଣ କଲାପରେ ଶକ୍ତିନଗର ବାସଭବନରେ ଜିଲ୍ଲାର ଶିଶୁରୋଗୀ ମାନଙ୍କୁ ମାତ୍ର ୫୦ ଟଙ୍କା ଶୁଳ୍କ ନେଇ ଚିକିତ୍ସା ସେବା ଦେଉଥିଲେ।ଗରିବ ଶ୍ରେଣୀ ର ଶିଶୁ ମାନଙ୍କୁ ନିଶୁଳ୍କ ରେ ଚିକିତ୍ସା କରିବା ସଙ୍ଗେ ସଙ୍ଗେ ନିଜ ପାଖରେ ଥିବା ଔଷଧ ସବୁକୁ ବାଣ୍ଟି ଦେଉଥିଲେ।ତାଙ୍କର ଶାନ୍ତଶିଷ୍ଟ,ନମ୍ବ୍ର ଓ ଅମାୟିକ ବ୍ୟବହାର ଦ୍ୱାରା ରୋଗୀ ତଥା ଅଭିଭାବକମାନଙ୍କ ହୃଦୟକୁ ସେ ସ୍ପର୍ଶ କରିପାରିଥିଲେ।କଳାହାଣ୍ଡି ଜିଲ୍ଲାର କୋଣ ଅନୁକୋଣରେ ଲୋକେ ତାଙ୍କୁ ଭଗବାନଙ୍କ ପରି ମନେକରୁଥିଲେ।ସେ ଏକ ମହାନ୍ ବ୍ୟକ୍ତିତ୍ୱ ର ଅଧିକାରୀ ହୋଇମଧ୍ୟ ତାଙ୍କର ସରଳ ଓ ନିଷ୍କପଟ ସ୍ୱଭାବ ଯୋଗୁଁ ନିଜ ପଡ଼ାର ସର୍ବସାଧାରଣଙ୍କ ସହିତ ମିଳିମିଶି ହୋଲିରେ ରଙ୍ଗ ଖେଳିବା ସହ ମିଷ୍ଟାନ୍ନ ବଣ୍ଟନ କରୁଥିଲେ। ପଡ଼ାର ମା ମଙ୍ଗଳା ମନ୍ଦିର ଓ ଜନ କଲ୍ୟାଣ କେନ୍ଦ୍ରର ପ୍ରତେକ ଟି କାଯ୍ୟକ୍ରମରେ ସସ୍ତ୍ରିକ ଯୋଗଦାନ କରି ସାଧାରଣ ଲୋକପରି ସହଯୋଗ କରିବା ସଙ୍ଗେ ସଙ୍ଗେ ତଳେବସି ପ୍ରସାଦ ସେବନ କରୁଥିଲେ।ଏହିଭଳି ଜଣେ ସର୍ବହୃଦୟଜିଣା ମହାନ୍ ବ୍ୟକ୍ତିତ୍ୱ ଙ୍କ ଅବସାନ ହେତୁ ଶକ୍ତିନଗର ର ଆବାଳବୃଦ୍ଧବନିତା ଗଭୀର ଭାବେ ମର୍ମାହତ। ଏହି ଆମର ଆତ୍ମାଙ୍କ ସଦଗତି ନିମନ୍ତେ ଶକ୍ତିନଗର ମା ମଙ୍ଗଳା ଜନ କଲ୍ୟାଣ କେନ୍ଦ୍ରଠାରେ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ, ଭଗବତ୍ ଟୁଙ୍ଗି ର ସମସ୍ତ ସଦସ୍ୟ, ଶକ୍ତିନଗର ବାସୀ ଓ ଘୁମୁରା ସାରସ୍ୱତ ସାଧନା ମଞ୍ଚର ସଦସ୍ୟଙ୍କ ଉପସ୍ଥିତି ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ସଭାପତି ପ୍ରଭାସ ଚନ୍ଦ୍ର ମିଶ୍ର, ରୋହିଣୀ କୁମାର ରଥ, ଡମ୍ବରୁଧର ମିଶ୍ର, ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ, ସନାତନ ସାହୁ, ଚିତ୍ତ ରଞ୍ଜନ ପରିଚ୍ଛା, ମଦନ ମୋହନ ପଣ୍ଡା, ବିରେନ୍ଦ୍ର ମୋହନ ଦୋରା,ରଘୁନାଥ ମୁଣ୍ଡ, ନଳିନୀକାନ୍ତ ମିଶ୍ର,ଭାଗ୍ୟବାନ୍ ମେହେର, ପ୍ରସନ୍ନ କୁମାର ପଟ୍ଟନାୟକ,ଦୀନବନ୍ଧୁ ପୁରୋହିତ, ପ୍ରଦୀପ ପଣ୍ଡା, ଗୀତାଞ୍ଜଳି ମହାନ୍ତି, ସୁଷମା ପ୍ରଧାନ, ଜ୍ୟୋତିର୍ମୟୀ ପାତ୍ର ଓ ଜୟନ୍ତ କୁମାର ପତି ପ୍ରମୁଖ ସ୍ୱର୍ଗୀୟ ଆତ୍ମାଙ୍କ ର ସ୍ମୃତିଚାରଣ କରିଥିଲେ। ପରିଶେଷରେ ଶାନ୍ତି ପାଠ ପୂର୍ବକ ସଭାସାଙ୍ଗ ହୋଇଥିଲା।
Latest entries
ଜିଲ୍ଲା ଖବରSeptember 18, 2026ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିବସରେ ଆଶୀର୍ବାଦ ଦୀପ ପ୍ରଜ୍ୱଲନ
ଜିଲ୍ଲା ଖବରSeptember 10, 2026ଜିଲ୍ଲା ସ୍ତରୀୟ ” ବେଟି ବଚାଓ ବେଟି ପଢ଼ାଓ” ସମନ୍ନୟ ବୈଠକ ଅନୁଷ୍ଠିତ
ଜିଲ୍ଲା ଖବରSeptember 9, 2026ବିଦ୍ୟୁତ୍ ସଂସ୍ପର୍ଶରେ ମା’-ଝିଅଙ୍କ ମୃତ୍ୟୁ
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ

