ନ୍ୟୁଜଗ୍ୟାଲେରି, ଭବାନିପାଟଣା: ମା ମାଣିକେଶ୍ଵରୀ ବିଶ୍ୱ ବିଦ୍ୟାଳୟର ସମାଜ ବିଜ୍ଞାନର ଛାତ୍ରୀ ଝାନସୀ ରାଣୀ ମିଶ୍ର ଜୁନ୍ ୧୫ ରୁ ୧୭ ଯାଏଁ ସଂସଦର ସେଣ୍ଟ୍ରାଲ ହଲ୍ ରେ ଆୟୋଜିତ ବିକଶିତ ଭାରତ ୟୁଥ୍ ପାର୍ଲ୍ୟାମେଣ୍ଟ କାର୍ଯ୍ୟକ୍ରମରେ ‘ ନାରୀ ସଶକ୍ତିକରଣ ‘ ସଂକ୍ରାନ୍ତରେ ବକ୍ତୃତା ଉପସ୍ଥାପନ କରି ସମସ୍ତଙ୍କୁ ସ୍ତମ୍ଭିଭୂତ କରିଦେବା ସହ କଳାହାଣ୍ଡି ଜିଲ୍ଲା ପାଇଁ ଗୌରବ ଆଣିଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଝାନସୀ ଓଡ଼ିଶାରୁ ପ୍ରତିନିଧିତ୍ୱ କରି ନିଜ ବକ୍ତବ୍ୟ ପାଇଁ ଅନେକ ପ୍ରଶଂସା ସାଉଁଟିଛନ୍ତି। ସେ ନର୍ଲା ପଞ୍ଚାୟତ ସମିତି ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟାପିକା ପୁଷ୍ପଲତା କରଙ୍କ ଝିଅ ଏବଂ ସମାଜସେବୀ ତଥା ରାଜନୀତିଜ୍ଞ ସ୍ବର୍ଗତ ଦୁର୍ଗା ଶଙ୍କର କରଙ୍କ ନାତୁଣୀ। ଏହି ସଫଳତା ପାଇଁ ବ୍ରାହ୍ମଣ ସମାଜ କଳାହାଣ୍ଡି ସମେତ ଜିଲ୍ଲାର ବୁଦ୍ଧିଜୀବି ମହଲରୁ ଝାନସୀଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

