ନ୍ୟୁଜ ଗ୍ୟାଲେରି, କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ଗ୍ରାମର ଦେବେନ୍ଦ୍ର ପୁଝାରୀ ଓ ରେବତୀ ପୁଝାରୀଙ୍କ ଝିଅ ପୁର୍ଣିମା ପୁଝାରୀ ସର୍ବ ଭାରତୀୟ ନିଟ୍ (ୟୁଜି) ପରିକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସର୍ବ ଭାରତୀୟ ସ୍ତରରେ ଅନୁସୂଚିତ ଜନଜାତି ବର୍ଗରେ ପୁର୍ଣିମା (୪୧୩୭ ରେଙ୍କ) ରଖିଛନ୍ତି। ତାଙ୍କର ଏହି ସଫଳତା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ସୋମବାର ସନ୍ଧ୍ୟାରେ ତାଙ୍କୁ ସମ୍ବର୍ଦ୍ଧନା ଦେବା ସହ ସ୍ବାଗତ ଜଣାଛନ୍ତି ପରିବାର ଓ ସମ୍ପର୍କୀୟ ମାନେ। ଏହି କ୍ରମରେ ପୁର୍ଣ୍ଣୀମା କହିଛନ୍ତି ଯେ’ ଭବିଷ୍ୟତରେ ଭଲ ଡାକ୍ତର ହୋଇ ଅଞ୍ଚଳବାସୁଙ୍କ ସେବା କରିବା ପାଇଁ କହିଛନ୍ତି। ପୂର୍ଣ୍ଣୀମା ପ୍ରଥମରୁ ମୁଖୀଗୁଡା ସରସ୍ଵତୀ ଶିଶୁ ମନ୍ଦିର ଓ ଷଷ୍ଠରୁ ଜୟପାଟଣା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଠ ପଢିଥିବା ବେଳେ ଯୁକ୍ତ ଦୁଇ ଭବାନୀପାଟଣା ବିକାଶ କଲେଜରେ ଅଧ୍ୟୟନ କରିଥିଲେ। ତାଙ୍କର ଏହି ସଫଳତା ପରେ ଆଦିବାସୀ ଝିଅ ପୁର୍ଣୀମା ଙ୍କ ଏହି ସଫଳତା ପରେ ବଡ଼ପୋଡ଼ାଗୁଡ଼ା ସମେତ ସମଗ୍ର କୋକସରା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଆଦିବାସୀ ସଂଘ ପକ୍ଷରୁ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Latest entries
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ
ଜିଲ୍ଲା ଖବରOctober 6, 2026ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ “ନମୋ ସେବା ଗାଥା” ଅନ୍ତର୍ଗତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ
ଜିଲ୍ଲା ଖବରOctober 6, 2026ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର
ଜିଲ୍ଲା ଖବରOctober 4, 2026ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ

