ନ୍ୟୁଜ ଗ୍ୟାଲେରି, ଧର୍ମଗଡ଼: ବାର୍ଷିକ ଦଶହରା ପାଇଁ ଉତ୍ସବ ମୁଖର ୩୩ କୋଟି ଦେବା ଦେବୀ ଙ୍କ ଗାଁ। ଆବାହ ମାନ କାଳରୁ ପୂର୍ବଜ ମାନେ କରି ଆସୁଛନ୍ତି ଏହି ପର୍ବ।ଛତିଶଗଡ଼ ସୀମାନ୍ତ ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଦୁଇଟି ପାହାଡ଼ ପାଦ ଦେଶରେ ଅବସ୍ଥିତ କାଙ୍କେରୀ ଗାଁ। ଗାଁ ର ଇଷ୍ଟ ଦେବତା ବୁଢ଼ାରାଜା ଦେବଙ୍କ ବାର୍ଷିକ ଯାତ୍ରା ଆଜି ପାଳିତ ହାଇଯାଇଛି।ବୁଢ଼ାରାଜା ଦେବଙ୍କ ବାର୍ଷିକ ଯାତ୍ରା
ପାଇଁ ସମଗ୍ର ଗାଁ ଚଳଚଞ୍ଚଳ ହୋଇପଡ଼ିଥିଲା।ମା ମାଣିକେଶ୍ବରୀ ଙ୍କ ଛତର ଯାତ୍ରା ର ଗୋଟିଏ ଦିନ ପରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ।
ବୁଢାରଜା ମନ୍ଦିର ନିକଟରେ ବଳି ଦିଆଯାଇ ସେଠାରୁ ବିଭିନ୍ନ ପାରମ୍ପରିକ ବାଦ୍ୟ ବାଦନ କରି ଗ୍ରାମ ର ବୁଢାରଜା, ଡୋକ୍ରିବୁଡ଼ି, ମା ଡୁମେର ମୁଡେନ, ସମେତ ବିଭିନ୍ନ ଦେବା ଦେବୀଙ୍କୁ ଗାଁ ପରିକ୍ରମା ପୂର୍ବକ ପୁଣି ମନ୍ଦିରକୁ ଅଣାଯାଇଥିଲା। ଏହି ପର୍ବ ସମ୍ପୂର୍ଣ୍ଣ ଆଦିବାସୀ ରୀତିନୀତି ରେ ସମାପନ ହୋଇଥିଲା। କଳାହାଣ୍ଡି ସମେତ ପଡୋଶୀ ରାଜ୍ୟ ଛତିଶଗଡ, ପଡୋଶୀ ଜିଲ୍ଲା ନବରଙ୍ଗପୁର ଓ ନୂଆପଡା ରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ନିଜ ନିଜ ମନୋସ୍କାମନା ନେଇ ଦେବଦେବୀ ଙ୍କ ଦର୍ଶନ ପାଇଁ ସମାବେଶ ହୋଇଥିଲେ। ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଏବଂ ନବରଙ୍ଗପୁର ପୂର୍ବତନ ଲୋକସଭା ସାଂସଦ ରମେଶ ମାଝୀ ପ୍ରଭୁ ବୁଢାରଜା ଙ୍କ ଦର୍ଶନ କରିଥିଲେ। କାର୍ଯ୍ୟକ୍ରମ ରେ କାଙ୍କେରୀ ସରପଞ୍ଚ ମମତା କେତକୀ ,ଲଳିତ ବାଗ , ଡୁମେର ମୁଡେନ ଯୁବକ ସଙ୍ଘ ସଭାପତି ମହେଶ୍ୱର ସୁନାନୀ , ଦିନେସ ପ୍ରଧାନ,
ଚିନ୍ମୟ ବାଗ, ଛବିଲାଲ ଜଗତ, ଲୋକନାଥ ସୁନାନୀ, ହାରିଲାଳ ଜଗତ, ଚକିତ ଜଗତ, ଯଇନ୍ଦ୍ର ପଟେଲ,ଶ୍ୟାମଘନ କତେକି, ଦେବରାଜ କୈବର୍ତ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।
Latest entries
ଜିଲ୍ଲା ଖବରJune 4, 2026ସ୍ୱାସ୍ଥ୍ୟ ଓ ପରିବେଶ ସଚେତନତା ପାଇଁ ସାଇକେଲ ଯାତ୍ରା
ଜିଲ୍ଲା ଖବରJune 4, 2026ଜେଇଇରେ କୃତିତ୍ୱ ହାସଲ କଲେ ଚେତନ ଅଗ୍ରୱାଲ
ଜିଲ୍ଲା ଖବରJune 4, 2026ଜିଲ୍ଲାକଂଗ୍ରେସ ର ଜିଲ୍ଲା, ବ୍ଲକ ଓ ନଗର କମିଟିର ସମୀକ୍ଷା ବୈଠକ
ଜିଲ୍ଲା ଖବରMay 28, 2026ସାମ୍ବାଦିକଙ୍କ ପିତୃ ବିୟୋଗ

