ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଆଦର୍ଶ ବିଦ୍ୟାଳୟ ଠାରେ ଶିକ୍ଷକ ଓ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ପ୍ରଧାନ ଶିକ୍ଷକ ଶଶାଙ୍କ ଶେଖର ଚୌଧୁରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକ କୁ ଶିକ୍ଷକ ସୌଦାଗର ସୁନା ଖୁବ୍ ସୁନ୍ଧର ଭାବରେ ପରିଚାଳନା କରିଥିଲେ ଏବଂ ଉପ ପ୍ରଧାନଶିକ୍ଷୟତ୍ରୀ ସୁଶ୍ରୀ ରାଜଶ୍ରୀ ନାଏକ ଅଭିଭାକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପ୍ରଥମେ ଶ୍ରୀଜଗନ୍ନାଥ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପୂଜାର୍ଚ୍ଚନାରେ ଛାତ୍ରୀ ମାନେ ଜଗନ୍ନାଥଙ୍କ ବନ୍ଦନା କରିବା ସହିତ ସ୍ବାଗତ ସଙ୍ଗୀତ ଗାନ କରିଥିଲେ।
ପ୍ରଧାନ ଶିକ୍ଷକ ନିଜ ଅଭିଭାଷଣ ରେ ଛାତ୍ର ଛାତ୍ରୀ ମାନଙ୍କ ଭବିଶ୍ୱତ, ପାଠପଢା ଏବଂ ଶ୍ରେଣୀ ଗୃହ କୁ ନେଇ ଅଭିଭାକଙ୍କୁ ଅବଗତ କରାଇବା ସହିତ କିଭଳୀ ବିଦ୍ୟାଳୟ ସୁନ୍ଦର ପରିବେଶ ରେ ଗଢି ଉଠିବ ତାକୁ ନେଇ ଅଭିଭାକ ମାନଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ। ତତ୍ ସଙ୍ଗେ ସଙ୍ଗେ ଅଭିଭାବକ ମାନଙ୍କୁ ନିଜନିଜ ସ୍ତରରେ ସହଯୋଗ କାମନା କରିଥିଲେ। ଶିକ୍ଷୟତ୍ରୀ ପ୍ରିତିରେଖା ବେମାଲ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟତ୍ରୀ, ସେ ଦସ ବର୍ଷ ହେଲା ଶିକ୍ଷା ଦାନ କରିଆସୁଛନ୍ତି ନିଜଅଭିଜ୍ଞତା ରେ ବିଦ୍ୟାଳୟ ଏବଂ ବିଦ୍ୟାଳୟ ର ପାରିପାର୍ଶ ର ଅବ୍ୟବସ୍ଥା ଉପରେ ଅଭିଭାକମାନଙ୍କୁ ଆଲୋକପାତ୍ କରିଥିଲେ। ଆଗାମୀ ଦିନରେ ସମସ୍ତେ ଏକାଠି ହୋଇ ବିଦ୍ୟାଳୟକୁ କିପରି ସରସ୍ ସୁନ୍ଦର କରିହେବ ତାକୁନେଇ ପ୍ରଶାସନର ନିୟମ ଅନୁସାରେ ଏକ କମିଟି ଗଠନ କରାଯାଇଥିଲା କମିଟିରେ ଜିଲ୍ଲାପାଳ, ଗୋଷ୍ଟି ଉନ୍ନୟନ ଅଧିକାରୀ, ଉଚ୍ଚ ଶିକ୍ଷା ଅଧିକାରୀ ସହିତ ପ୍ରଧାନଶିକ୍ଷକ ଏବଂ ଚାରି ଜଣ ସଦସ୍ୟ ରହିବେ, ଦୁଇଜଣ ଅଭିଭାବକ, ଦୁଇଜଣ ଅଭିଭାବିକା ରହିବେ ବୋଲି ବୈଠକ ରେ ପ୍ରଧାନ ଶିକ୍ଷକ ଉପସ୍ଥାପନା କରି ସଦସ୍ୟ ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ରାୟ, ଜୟନ୍ତ ବାଗ, ଲିକୁସ୍ମିତା ପ୍ରଧାନ, ନଳିନୀ ଭୋଇ ଙ୍କୁ ଚୟନ କରି ସଦସ୍ୟ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇ ଥିଲେ।
ପରିଶେଷରେ ସମସ୍ତେ ଏକାଠି ହୋଇ ବିଦ୍ୟାଳୟକୁ ସରସ ସୁନ୍ଦର କିପରି କରିହେବ ତାକୁନେଇ ଶିକ୍ଷକ ଏବଂ ଅଭିଭାବକମାନେ ନିଜନିଜ ମତପ୍ରକାଶ କରିଥିଲେ। ଶିକ୍ଷକ ଦେବାଶିଷ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ତ୍ରିଦେବ ଶିକା ,ବିଜୟଲକ୍ଷ୍ମୀ ସାହୁ, ମନ୍ତୁ ରଞ୍ଜନ ସା, ଯୋଗେନ୍ଦ୍ର ପଟ୍ଟନାୟକ, ଅନିତା ଶୁଣାଣି, ନିଶାନ୍ତ କଂହେର , ଅଭିଷେକ ବେହେରା ବୈଠକରେ ସହଯୋଗ କରିଥିଲେ।
Latest entries
ଜିଲ୍ଲା ଖବରAugust 22, 2026ଭବାନୀପାଟଣା ଟାଉନ ଫୁଟବଲ ଲିଗ ଉଦଘାଟିତ
ଜିଲ୍ଲା ଖବରAugust 21, 2026ହାଇଦ୍ରାବାଦରୁ ଟିକେଟ୍ କାଟି ଅଧା ରାସ୍ତାରେ ଫସିଲେ ଯାତ୍ରୀ ଘରୋଇ ବସର ଦାଦାଗିରି
ଜିଲ୍ଲା ଖବରAugust 20, 2026ପୂର୍ବତନ ଲାଞ୍ଜିଗଡ଼ ବିଧାୟକ ତଥା ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି
ଜିଲ୍ଲା ଖବରAugust 20, 2026ଲଳିତ ଇଲେକ୍ଟ୍ରୋନିକ୍ସ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

