Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଉକ୍ତ ଉତ୍ସବରେ କଳାହାଣ୍ଡି, ନୂଆପଡ଼ା,ବଲାଙ୍ଗୀର ଓ ନବରଙ୍ଗପୁର ଜିଲ୍ଲାର ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦେବା ସହ ଅନେକ ପ୍ରେସ ଓ ମିଡ଼ିଆ ର କର୍ମକର୍ତ୍ତା ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଶିକ୍ଷା ପ୍ରଭାରୀ ଡି ବିଜୟା ସ୍ବାଗତ ଭାଷଣ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଅଧ୍ୟକ୍ଷଗଣ ନିଜ ନିଜ ବିଭାଗର ବାର୍ଷିକ ବିବରଣୀ ପାଠ କରିଥିଲେ ।ଚେୟାରମ୍ୟାନ ଡି ନାଗେଶ୍ଵର ରାଓ ଏବଂ ନିର୍ଦ୍ଦେଶକ ଡି ଶ୍ୟାମ ବିକାଶ ଶିକ୍ଷାନୁଷ୍ଠାନ କଳାହାଣ୍ଡି ଜିଲ୍ଲାରେ କିପରି ଶିକ୍ଷାର ମୂଳଦୁଆ ପକାଇଥିଲା ଓ ଆଗାମୀ ଦିନରେ ତାର ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ବିକାଶ କିଭଳି ଭାବରେ କଳାହାଣ୍ଡିରେ ଶିକ୍ଷାର ପ୍ରସାର କରିଛି ତାହା ପ୍ରକାଶ କରିଥିଲେ ।ନିର୍ଦ୍ଦେଶକ ଡି ରାମ କୁମାର ଧନ୍ୟବାଦ୍ ଅର୍ପଣ କରିଥିଲେ । ଚଳିତ ବର୍ଷ ଥିମ୍ “ରଙ୍ଗ ଦର୍ପଣ ବା କେଲୋଡୋସ୍କୋପି ଅଫ ଓଡ଼ିଶା” ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ପନ୍ଦର ଶହରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ପ୍ରାୟ ସାତ ହଜାରରୁ ଉର୍ଦ୍ଧ୍ଵ ଦର୍ଶକ ଉପଭୋଗ କରିଥିଲେ । କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବାରେ ଅନୁଷ୍ଠାନର ସମସ୍ତ କର୍ମଚାରୀଙ୍କ ସହଯୋଗ ରହିଥିଲା।
Editor, News Gallery Mob: 9439506580 Email: newsgallery.in@gmail.com
