ନ୍ୟୁଜଗ୍ୟାଲେରି, ଜୟପୁର: ଓଡ଼ିଶା ରାଜ୍ୟ କର୍ମଜୀବୀ ସାମ୍ବାଦିକ ସଂଘର ରାଜ୍ୟ ସମ୍ମିଳନୀ ଜୟପୁର ର ଏକ ଘରୋଇ ହୋଟେଲ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, କେସିସି ବ୍ୟାଙ୍କ ସଭାପତି ଇଂ ଇଶ୍ଵର ପାଣଗ୍ରାହୀ, ଜୟପୁର ପୌର ପରିଷଦ ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଏବଂ ବିଶିଷ୍ଟ ବ୍ୟବସାୟୀ ଏବଂ ସମାଜସେବୀ ସଞ୍ଜୁ ଜୈନ ରହିଥିବାବେଳେ ସଂଘର ରାଜ୍ୟ ଉପସଭାପତି ସତ୍ୟଜିତ ରାୟ ଚୌଧୁରୀ ଏବଂ ରାଜ୍ୟ ସାଧାରଣ ସମ୍ପାଦକ ନିରଞ୍ଜନ ବିଶ୍ଵାଳ, ରାଜ୍ୟ ସମ୍ପାଦକ ନାରାୟଣୀ ପ୍ରସାଦ ମିଶ୍ର ମଞ୍ଚାସିନ ରହିଥିଲେ।
ଏହି କାର୍ଯ୍ୟକ୍ରମ ରେ ପ୍ରଥମେ ରାଜ୍ୟର ସଦସ୍ୟ ମାନଙ୍କୁ ନେଇ କାର୍ଯ୍ୟକର୍ତ୍ତା ଚୟନ ପ୍ରକ୍ରିୟା କରାଯାଇଥିଲା। ଏହି ରାଜ୍ୟ ସମ୍ମିଳନୀରେ ନିଆଯାଇଥିବା ପ୍ରସ୍ତାବ ଗୁଡ଼ିକ ମଧ୍ୟରୁ କାର୍ଯ୍ୟରତ ସାମ୍ବାଦିକଙ୍କ ନିମନ୍ତେ ପେନସନ, ସ୍ୱାସ୍ଥ୍ୟ ବୀମା ରାଶି ବୃଦ୍ଧି, ସାମ୍ବାଦିକ ସୁରକ୍ଷା ଆଇନ ଆଣିବା, ଭୁବନେଶ୍ଵର ଠାରେ ସଂଘ ର ସାମ୍ବାଦିକ ଭବନ ନିର୍ମାଣ ଦାବି କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ରାଜ୍ୟ ସମ୍ମିଳନୀରେ ରାଜ୍ୟର ୩୦ ଗୋଟି ଜିଲ୍ଲା ସଭାପତି, ସମ୍ପାଦକ ଓ ପଦ ପଦବୀରେ ଥିବା ୧୪୦ ଜଣ ଙ୍କୁ ମାନ ପତ୍ର ଦେଇ ସମ୍ମାନିତ କରିଥିଲେ। ଏଥିରେ କଳାହାଣ୍ଡି ଜିଲ୍ଲା ରୁ ସଭାପତି ହେମନ୍ତ କୁମାର ରାୟ, ସାଧାରଣ ସମ୍ପାଦକ ଆଶୁତୋଷ ପୁରୋହିତ, ଦେବଦତ୍ତ ବେହେରା, ମହାଦେବ ଖଣ୍ଡୁଆଲ,ଙ୍କୁ ମାନପତ୍ର ଦେଇ ସମ୍ମାନୀତ ଅତିଥିମାନେ ସମ୍ମାନୀତ କରିଥିଲେ। ଏହି କାର୍ଯ୍ୟକ୍ରମକୁ କୋରାପୁଟ ଜିଲ୍ଲାର ସମସ୍ତ କାର୍ଯ୍ୟ କର୍ତ୍ତା ଉପସ୍ଥିତ ରହିଥିଲେ।ଜଗେନ୍ଦ୍ର ସିଂ ସୁଭାଶିଷ ନାୟକ ଆୟୋଜନ କରିଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ
ଜିଲ୍ଲା ଖବରSeptember 5, 2026ସରକାରଙ୍କ ସିଏମ୍ କିସାନ

