ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା:ଲାଞ୍ଜିଗଡ ବ୍ଲକ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଗମପେନୁ ଠାରେ ପ୍ରଥମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ଏହି ଉତ୍ସବରେ ସମ୍ମାନୀୟ ଅତିଥି ଲାଞ୍ଜିଗଡ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଢଳଦେବ ମୁଣ୍ଡ, ଗୁଣ୍ଡରୀ ଗ୍ରା.ପ. ସରପଞ୍ଚ ହରିପ୍ରିୟା ମାଝୀ, ସମିତି ସଭ୍ୟ ପଦ୍ମିନୀ ପୁଝାରୀ, ଭଟାଙ୍ଗପଦର ସିଆରସିସି ମନୋଜ କୁମାର ସାହୁ, ସମାଜ ସେବୀ ଦୟାନିଧି ରାଉତ, ବିଦ୍ୟାଳୟ ପରିଚାଳନା କମିଟୀର ସଭାପତି ଫଗୁନ ମାଝୀ ଯୋଗଦାନ କରିଥିଲେ।
ଗ୍ରାମର କୌଣସି ପୁଅଝିଅ ଯେପରି ଶିକ୍ଷାରୁ ବଞ୍ଚିତ ନ ହେବେ ସେଥିପ୍ରତି ଦୃଷ୍ଟିଦେବାକୁ ଗୋଷ୍ଠି ଶିକ୍ଷା ଅଧିକାରୀ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଥିଲେ । ଶିକ୍ଷା ବିଭାଗ ତରଫରୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ। ଏହିପରି ଏକ ଦୁର୍ଗମ ଅଞ୍ଚଳରେ ଅବସ୍ଥାପିତ ବିଦ୍ୟାଳୟରେ ଏପରି ଏକ ଉତ୍ସବ ପାଳନ କରାଯାଇ ଗ୍ରାମର ସମସ୍ତଙ୍କୁ ଏଥିରେ ଏକ ତ୍ରିତକରାଇ ପାରିଥିବାରୁ ପ୍ରଧାନ ଶିକ୍ଷକ ସୃତି ରଞ୍ଜନ ରଥଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତାରେ କୃତି ଛାତ୍ରଛାତୀମାନଙ୍କୁ ପୁରସ୍କୃତ ମୁଖ୍ୟ ଅତିଥି ଙ୍କ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ସୃତି ରଞ୍ଜନ ରଥ ବିଦ୍ୟାଳୟ ବାର୍ଷିକ ବିବରଣୀ ପାଠ କରିଥିଲେ । ଗ୍ରାମକୁ ସବୁ ଦିନିଆ ରାସ୍ତା ନଥିଲେସୁଦ୍ଧା ବଣ ପାହାଡ ଉପରେ ବିଦ୍ୟାଳୟ ଅବସ୍ଥାପିତ ଥିବାରୁ ପ୍ରଥମ ଶିକ୍ଷା ଅଧିକାରୀ ଭାବରେ ଶ୍ରୀ ମେହେର ପାଦ ଦେଇଥିବାରୁ ବିଦ୍ୟାଳୟ ତଥା ଗ୍ରାମବାସୀ ତରଫରୁ ଶ୍ରୀ ମେହେରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ସାନକାର୍ଲିର ପ୍ରଧାନ ଶିକ୍ଷକ ପ୍ରବୀଣ ତାଣ୍ଡି ମଞ୍ଚ ପରିଚାଳନା କରିଥିଲେ । ବିଦ୍ୟାଳୟର ସହ ଶିକ୍ଷକ ଦାମୋଦର ସା ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ପରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Latest entries
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ
ଜିଲ୍ଲା ଖବରSeptember 5, 2026ସରକାରଙ୍କ ସିଏମ୍ କିସାନ

