ନ୍ୟୁଜ ଗ୍ୟାଲେରି,ଧର୍ମଗଡ଼:ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଧର୍ମଗଡ଼ ନଗର ତରଫରୁ ନଗର ବ୍ୟାପି ଜନଜାତି ଗୌରବ ଦିବସ ଓ ଭଗବାନ ବିର୍ସା ମୁଣ୍ଡା ଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଅଛି ନଗର ର ୫ଟି କଲେଜ୍ କ୍ୟାମ୍ପସ ପଞ୍ଚାୟତ ମହାବିଦ୍ୟାଳୟ, ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ମହିଳା ଡିଗ୍ରୀ ମହାବିଦ୍ୟାଳୟ, ବୋର୍ଡର ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ବୋର୍ଡର ଡିଗ୍ରୀ ମହାବିଦ୍ୟାଳୟ ଠାରେ ଭବ୍ୟ ସଂଖ୍ୟାରେ ଜୟନ୍ତୀ ଜନଜାତି ଗୌରବ ଦିବସ ଓ ଭଗବାନ ବିର୍ସା ମୁଣ୍ଡା ଙ୍କ ଜନ୍ମ ଜୟନ୍ତୀ ପାଳନ କରାଗଲା ଏହି ଅବସରରେ ଜିଲ୍ଲା ସଂଯୋଜାକ ସାଇ ଦର୍ଶନ ଠାକୁର, ଜିଲ୍ଲା ଖେଲୋ ଭାରତ ପ୍ରମୁଖ ଲିଙ୍ଗେଶ୍ୱର ଜାଲ, ନଗର ସମ୍ପାଦକ ଜୀବନ ଜ୍ୟୋତି ରାଉତ୍, ସହ ସମ୍ପାଦିକା ଦୀପାଲି ନିଆଲ ପ୍ରାମୁଖ ବିଭିନ୍ନ କ୍ୟାମ୍ପସ ରେ ଉପସ୍ଥିତି ରହି କାର୍ଯ୍ୟକ୍ରମ ରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।
ନଗର ର କାର୍ଯ୍ୟକର୍ତ୍ତା ରୋହନ ପଣ୍ଡା, ପୁଷ୍ପାଞ୍ଜଳି ସୁନାନି, ତାନିଶା ବିହାରୀ,ଜାଗ୍ରତ ପୁରୋହିତ, ଆକାଶ ସତନାମୀ, ଚଞ୍ଚଳା ସୁନାନି, ଭାର୍ଗବୀ ଗହିର, ନମ୍ରତା ମଝି, ତପଶ୍ୱନି ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ। ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀ ଙ୍କ ରିପୋଟ।
Latest entries
ଜିଲ୍ଲା ଖବରSeptember 10, 2026ଜିଲ୍ଲା ସ୍ତରୀୟ ” ବେଟି ବଚାଓ ବେଟି ପଢ଼ାଓ” ସମନ୍ନୟ ବୈଠକ ଅନୁଷ୍ଠିତ
ଜିଲ୍ଲା ଖବରSeptember 9, 2026ବିଦ୍ୟୁତ୍ ସଂସ୍ପର୍ଶରେ ମା’-ଝିଅଙ୍କ ମୃତ୍ୟୁ
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର

