ନ୍ୟୁଜଗ୍ୟାଲେରି,କଳାହାଣ୍ଡି: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୋମବାର ଦିନ ଚାରୋଟି ଜିଲ୍ଲା ର ସଭାପତି ଘୋଷଣା କରିଛନ୍ତି।ଏହି ପରିପେକ୍ଷିରେ କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳର ସଭାପତି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ନାମ ଘୋଷଣା କରିଛନ୍ତି। ଏହି ଖବର ଜଣାପଡ଼ିବା ପରେ କଳାହାଣ୍ଡି ଜିଲ୍ଲା ବିଜେଡି ମହଲ ରେ ଖୁସିର ଲହରି ଖେଳିଯାଇଛି। ଆଦିବାସୀ ନେତା ଭାବେ ଦିଶାରୀ ଙ୍କ ଲୋକ ପତିୟତ ଗତ ୨୦୧୯ ବର୍ଷା ଓ ୨୦୨୪ରେ ଲାଞ୍ଜିଗଡ଼ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଶ୍ରୀ ଦିଶାରୀ ସାଧାରଣ ଜନତାଙ୍କ ଲୋକ ପ୍ରିୟତ ସହ ଉତ୍ତମ ସମ୍ପର୍କ ରକ୍ଷା ଲୋକଙ୍କ ସୁଖ ଦୁଃଖ ରେ ସେବା କରି ଆସୁଛନ୍ତି। ଏହା ସହ ତାଙ୍କ ସାଙ୍ଗଠନିକ ଦକ୍ଷତା ଜନତାଙ୍କ ନିକଟତର କରିପାରିଛି। ଜଣେ ନିର୍ବିବାଦୀୟ ନେତା ରୂପେ ସମସ୍ତଙ୍କ ପ୍ରୀୟପାତ୍ର ହୋଇ ପାରିଛନ୍ତି ଦିଶାରୀ। ତାଙ୍କ ଲୋକପ୍ରିୟତା ଓ କର୍ମନିଷ୍ଠ ସ୍ଵଭାଵ ପାଇଁ ସେ ଅଞ୍ଚଳରେ ବେଶ ଚର୍ଚ୍ଚିତ। ଆଗାମୀ ଦିନରେ ଦଳର ସଂଘଠନଙ୍କୁ ମଜବୁତ୍ କରିବା ସହ ସରକାରଙ୍କ ଜନ ବିରୋଧୀ କାର୍ଯ୍ୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ଏହି ଅବସରରେ ବିଜେଡିର କର୍ମ କର୍ତ୍ତା ପ୍ରଦୀପ ଗଡେଇ, ଆଶୁତୋଷ ପୁରୋହିତ ପ୍ରଶାନ୍ତ ଠାକୁର, ମନ୍ତୁ ନାଏକ,ଅଭିନସ ଠାକୁର,ଗୋବିନ୍ଦ ବଣୁଆ,ଶିବରାମ ପାତ୍ର,ସଚ୍ଚିଦାନନ୍ଦ ମହାଖୁଡ଼,ଆଦିବାସୀ ନେତା ପରମା ନନ୍ଦ ମାଝୀ,ତ୍ରିଲୋଚନ ପାଣିଗ୍ରାହୀ ସୁବେଛା ଜଣାଇଛନ୍ତି।ଜିଲ୍ଲା ସଭାପତି ଙ୍କୁ ବିଜେଡି ମହଲରେ କୁସିର ଲହରୀ ଖେଳିବା ସହିତ ସୁବେଛା ଲହରିଖେଳିଯାଇଛି।
Latest entries
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ
ଜିଲ୍ଲା ଖବରSeptember 5, 2026ସରକାରଙ୍କ ସିଏମ୍ କିସାନ

