ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ର ଭବାନୀପାଟଣା ଟାଉନହଲ ଠାରେ ଜିଲ୍ଲା ସ୍ତରୀୟ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ କାର୍ଯ୍ୟକ୍ରମ ଓ ଆକାଂକ୍ଷା ହାଟ ର ଶୁଭାରମ୍ଭ ହୋଇ ଯାଇଛି । ଏହି ସମ୍ମାନ ସମାରୋହ କାର୍ଯ୍ୟକ୍ରମ ରେ ବିଧାୟକ ଧର୍ମଗଡ ସୁଧୀର ରଞ୍ଜନ ପଟ୍ଟଯୋଶୀ, ମାନ୍ୟବର ଜୁନାଗଡ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର , ପାୱାର ସଚିନ ପ୍ରକାଶ, କଳାହାଣ୍ଡି ଜିଲ୍ଲାପାଳ, ଦୟାମୟ ପାଢ଼ୀ, ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ,ଜ଼ିଲ୍ଲା ପରିଷଦ,କଳାହାଣ୍ଡି , ଶ୍ରୀକାନ୍ତ ଦଳେଇ, ଉପ ନିର୍ଦେଶକ ,ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ,କଳାହାଣ୍ଡି, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ । ୨୦୨୪ ଜୁଲାଇ ରୁ ସେପ୍ଟେମ୍ବର ୨୦୨୪ ରେ ଅନୁଷ୍ଠିତ ସମ୍ପୂର୍ଣ୍ଣତା ଅଭିଯାନ ରେ ଜିଲ୍ଲା ମାନଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲା ଉତ୍ତମ ସ୍ଥାନ ଅଧିକାର କରି ତାମ୍ର ପଦକ ହାସଲ କରିଛି ସେହି ପରି ଆକାଂକ୍ଷା ବ୍ଲକ ମାନଙ୍କ ମଧ୍ୟରେ ମ.ରାମପୁର ଓ ଥୁ.ରାମପୁର ଯଥାକ୍ରମେ ୫ଟି ଏବଂ ୪ଟି ମୁଖ୍ୟ କାର୍ଯ୍ୟ ଦକ୍ଷତା ସୂଚକ ରେ ସମ୍ପୂର୍ଣ୍ଣତା ହାସଲ କରିଥିବାରୁ ଉକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ଯଥାକ୍ରମେ ରୌପ୍ୟ ପଦକ ଓ ତାମ୍ର ପଦକ ନୀତି ଆୟୋଗ ,ଭାରତ ସରକାର ପ୍ରାପ୍ତ ହୋଇଅଛି ।
ଜିଲ୍ଲାପାଳ ପାୱାର କହିଥିଲେ କଳାହାଣ୍ଡି ଜିଲ୍ଲା ଆକାଂକ୍ଷୀ ଜିଲ୍ଲା ମାନଙ୍କ ମଧ୍ୟରେ ଉତ୍ତମ ସ୍ଥାନ ଅଧିକାର କରିଥିବାରୁ ୯ କୋଟି ଏବଂ ଥୁ. ରାମପୁର ବ୍ଲକ ୧ କୋଟି ପୁରସ୍କାର ରାଶି ନୀତି ଆୟୋଗ , ଭାରତ ସରକାର ଙ୍କ ଠାରୁ ପାଇଛନ୍ତି । ଶ୍ରୀ ପାଟ୍ଟଯୋଶୀ ବିଧାୟକ ଧର୍ମଗଡ କହିଥିଲେ ଏପରି ସମସ୍ତେ ନିଜର କାର୍ଯ୍ୟ ଠିକ ଭାବରେ ସମ୍ପାଦନ କଲେ ଆଗାମୀ ଦିନ ରେ କଳାହାଣ୍ଡି ଜିଲ୍ଲା ସମୃଦ୍ଧ ଓଡିଶା ଗଠନ ରେ ମୁଖ୍ୟ ଭୂମିକା ଗ୍ରହଣ କରିବ ଏବଂ ଏହାର ଫଳ ଜିଲ୍ଲା ବାସୀ ପାଇପାରିବେ ।
ଅତିଥି ମାନେ ସପ୍ତାହବ୍ୟାପୀ ଆକାଂକ୍ଷା ହାଟ ର ଶୁଭାରମ୍ଭ କରିଥିଲେ । ଏହି ଆକାଂକ୍ଷା ହାଟ ରେ ବିଭିନ୍ନ ପ୍ରକାର ଡାଲି,ମସଲା ଜାତୀୟ ଦ୍ରବ୍ୟ, ହବାସପୁରି ଶାଢ଼ୀ ସୌରା ଚିତ୍ର କଳା, ଡୋକରା ଚିତ୍ରକଳା ,ସୁଆଁ ଚାଉଳ , ଜଙ୍ଗଲ ଜାତୀୟ ଦ୍ରବ୍ୟ , ମିଶନ ଶକ୍ତି ରୁ ବଢ଼ି, ପାମ୍ପଡ଼ , ମାଣ୍ଡିଆ ଜାତୀୟ ସୁସ୍ୱାଦୁ ଖାଦ୍ୟ , ସ୍ୱତନ୍ତ୍ର ରାଗି ଷ୍ଟଲ ଏହି ପରି ଭାବରେ ୧୨ ଗୋଟି ଷ୍ଟଲ ଆଜିଠାରୁ ୭ ଦିନ ପର୍ଯ୍ୟନ୍ତ ଟାଉନ ହଲ ଠାରେ ଚାଲିବ । ଏହି ଉତ୍ପାଦ ଗୁଡିକ କଳାହାଣ୍ଡି ଜିଲ୍ଲା ର ସମୃଦ୍ଧ, ସାଂସ୍କୃତିକ ଓ କୃଷି ଐତିହ ପ୍ରତିଫଳିତ କରେ ବୋଲି ଅତିଥି ମାନେ କହିଥିଲେ।

Latest entries
ଜିଲ୍ଲା ଖବରOctober 7, 2025ବସୁନ୍ଧରା ଯୋଜନା ରେ ଘର ଡିହ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ।
ଜିଲ୍ଲା ଖବରOctober 6, 2025ଦଣ୍ଡପାଟ ଅଧିଷ୍ଠାତ୍ରୀ ଦେବୀ ଦନ୍ତେଶ୍ୱରୀ ଙ୍କ ଦଶରା ପର୍ବ
ଜିଲ୍ଲା ଖବରOctober 2, 2025କାଙ୍କେରୀ ରେ ବୁଢ଼ାରାଜା ଦେବଙ୍କ ବାର୍ଷିକ ଯାତ୍ରା
ଜିଲ୍ଲା ଖବରSeptember 27, 2025ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଧର୍ମଗଡ ର ଶୈଳେଶ ଭୋଇ