ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଭବାନୀପାଟଣା ସ୍ଥିତ ନୂଆପଡା ର ଓଡ଼ିଶାର ବିଶିଷ୍ଠ କଣ୍ଠଶିଳ୍ପୀ ଜଗନ୍ନାଥ ତ୍ରିପାଠୀଙ୍କ ମା କୁମୁଦିନୀ ତ୍ରିପାଠୀ ଆଉ ନାହାନ୍ତି, ଆଜି ସକାଳ ୧୦ ଘଣ୍ଟା ସମୟରେ ଇହଲୀଳା ତ୍ୟାଗ କଲେ, ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାଥନା କରୁଛୁ ଯେ ତାଙ୍କର ଆତ୍ମାକୁ ସତଗତି ମିଳୁ। ତାଙ୍କ ଶେଷ ସମୟରେ ତାଙ୍କପୂତ୍ର ଜଗନ୍ନାଥ ତ୍ରିପାଠୀ, ସିମଞ୍ଚଲ ତ୍ରିପାଠୀ, ନୀଳାଚଳ ତ୍ରିପାଠୀ ଏବଂ ଝିଅ ମଣିକିୟ ତ୍ରିପାଠୀ, ମହାଲକ୍ଷ୍ମୀ ତ୍ରିପାଠୀ ଏବଂ ସମସ୍ତ ନାତି ଏବଂ ନାତୁଣୀ ଓ ପରିବାର ବର୍ଗ ଉପସ୍ଥିତ ଥିଲେ। ତାଙ୍କର ଶୁଦ୍ଧିକ୍ରିୟା ପୁରୀ ସ୍ବର୍ଗ ଦ୍ଵାରରେ ଆସନ୍ତା କାଲି କରାଯିବ। ତାଙ୍କରି ମା ସମସ୍ତଙ୍କୁ ଛାଡି ଚାଲି ଯାଇ ଥିବାରୁ ମା ମାଣିକେଶ୍ଵରୀ ମହୋତ୍ସବ ୧୯ତାରିଖ ରେ ହେବାର ଥିଲା ତାହାକୁ ସ୍ତଗିତ ରଖା ଯାଇଛି ବୋଲି ଜଗନ୍ନାଥ ତ୍ରିପାଠୀ ପ୍ରକାଶ କରିଛନ୍ତି।
Latest entries
ଜିଲ୍ଲା ଖବରAugust 29, 2026ବିଶ୍ୱ ସଂସ୍କୃତ ଦିବସ ଓ ମେହେର ଜୟନ୍ତୀ ପାଳିତ
ଜିଲ୍ଲା ଖବରAugust 28, 2026ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ରକ୍ଷା ବନ୍ଧନ ଉତ୍ସବ
ଜିଲ୍ଲା ଖବରAugust 26, 2026ନିଟ ପରିକ୍ଷାରେ କୃତକାର୍ଯ୍ୟ ହେଲେ ପୁର୍ଣିମା ପୁଝାରୀ
ଜିଲ୍ଲା ଖବରAugust 22, 2026ଭବାନୀପାଟଣା ଟାଉନ ଫୁଟବଲ ଲିଗ ଉଦଘାଟିତ

