ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଓଡ଼ିଶାର ଏକ ଅଗ୍ରଣୀ ସାଂସ୍କୃତିକ ସଂଗଠନ କଳା, ସାହିତ୍ୟ, ସଂସ୍କୃତି, ପରମ୍ପରା, ସମାଜସେବା ଆଦି ବିବିଧ କ୍ଷେତ୍ରରେ ଏକ ସମର୍ପିତ ଅନୁଷ୍ଠାନ ମହାବୀର ସାଂସ୍କୃତିକ ଅନୁଷ୍ଠାନ ତାର ୬୧ତମ ଜନ୍ମବାର୍ଷିକୀ ମହୋତ୍ସବ ‘ମହାବୀର ମହୋତ୍ସବ ‘ ଅନୁଷ୍ଠିତ କରିବାପାଇଁ ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ ଭବାନୀପାଟଣା ସ୍ଥିତ ମହାବୀର ସାଂସ୍କୃତିକ ଅନୁଷ୍ଠାନ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି।
ଏହି ସାମ୍ବାଦିକ ସମ୍ମିଳନୀରେ ମହାବୀର ସାଂସ୍କୃତିକ ଅନୁଷ୍ଠାନ ର ସଭାପତି ଶାନ୍ତନୁ କୁମାର ବେହେରା ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ସିଂହ, ଉପସଭାପତି ସଞ୍ଜୟ କୁମାର,ପୂର୍ବତନ ସଭାପତି ଜୟନ୍ତ ବେହେରା,ସଞ୍ଜୀବ ସିଂହ,ପ୍ରଦୀପ ସିଂହ ଉପସ୍ଥିତ ରହି ମହାବୀର ମହୋତ୍ସବ ପ୍ରତି ବର୍ଷ ପରି ସପ୍ତାହ ବ୍ୟାପି ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତା, ପ୍ରଦର୍ଶନୀ, ଶୋଭାଯାତ୍ରା, ସମ୍ମାନ, ସମ୍ବର୍ଦ୍ଧନା ଆଲୋଚନା ଚକ୍ର, କବିତା ପାଠୋତ୍ସବ ଭଏସ ଅଫ କଳାହାଣ୍ଡି, ଆଦି ବିଭିନ୍ନ କାର୍ଯ୍ୟକ୍ରମ ସହ ଅନୁଷ୍ଠିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ।ମହାବୀର ମହୋତ୍ସବ ରେ ରାଜ୍ୟସ୍ତରୀୟ ଭୁବନେଶ୍ୱର ବେହେରା ସାହିତ୍ୟ ସମ୍ମାନ, ନାଟ୍ୟରଶ୍ମି ପ୍ରଫୁଲଲରଥ ନାଟ୍ୟ ସମ୍ମାନ,ମହାବୀର ସମ୍ମାନ,ସୁଗୃହିଣି ସମ୍ମାନ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ର ସଭାପତି ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।
Latest entries
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ
ଜିଲ୍ଲା ଖବରOctober 6, 2026ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ “ନମୋ ସେବା ଗାଥା” ଅନ୍ତର୍ଗତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ
ଜିଲ୍ଲା ଖବରOctober 6, 2026ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର
ଜିଲ୍ଲା ଖବରOctober 4, 2026ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ

