ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା:ଦୀର୍ଘ ୨୭ ବର୍ଷ ଧରି ବିଭିନ୍ନ ଘାତ ପ୍ରତିଘାତ ମଧ୍ୟରେ କଳାହାଣ୍ଡିର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ସହିତ କଳା, କଳାକାର ଓ କଳାପ୍ରେମୀଙ୍କ ପାଇଁ ମହାମିଳନର ମଞ୍ଚ ପାଲଟିଛି ମାଣିକେଶ୍ବରୀ ମହୋତ୍ସବ। ଯୁବ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ତଥା କଳାହାଣ୍ଡିର ଇଷ୍ଟଦେବୀ ମାଆ ମାଣିକେଶ୍ବରୀଙ୍କ ନାମରେ ନାମିତ ଏହି ମହୋତ୍ସବ ଏକ ସାଂସ୍କୃତିକ ବିପ୍ଳବର ରୂପ ନେବାକୁ ଯାଉଛି। କଳାହାଣ୍ଡି ଜିଲ୍ଲା ତଥା ରାଜ୍ୟସ୍ତରର ଅନେକ ବଛାବଛା
କଳାକାରମାନଙ୍କୁ ନେଇ ଆୟୋଜିତ ହେଉଥିବା ମାଣିକେଶ୍ବରୀ ମହୋତ୍ସବ ଏଥର ୨୮ତମ ବର୍ଷରେ ପହଞ୍ଚିଛି। ଚଳିତ ବର୍ଷ ଏହି ମହୋତ୍ସବକୁ ଅନେକ ପରିମାଣରେ ସରସ ସୁନ୍ଦର କରିବାକୁ ଆଜି ସ୍ଥାନୀୟ ହୋଟେଲ ମିଡଟାଉନ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଯୁବ ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ଜଗନ୍ନାଥ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ଡ. ଅଜୟ କୁମାର ମିଶ୍ର, ପ୍ରଦୀପ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ପାତ୍ର, ବରିଷ୍ଠ ନାଗରିକ ହରିଶ୍ଚନ୍ଦ୍ର ମୁଣ୍ଡ ପ୍ରମୁଖ ଉପସ୍ଥିତ ରହିଥିଲେ। ଯୁବ ସାଂସ୍କୃତିକ ପରିଷଦର ଅଧ୍ୟକ୍ଷ ଭୂପେଶ ତ୍ରିପାଠୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରବି କାନୁନଗୋ, ପ୍ରଦୀପ କୁମାର ଦାସ, ଧବଳେଶ୍ୱର ମହାପାତ୍ର, ସୁଶୀଲ କୁମାର ବାଗ, ହେମନ୍ତ କୁମାର ରାୟ, ଅମୀୟ କୁମାର ସାହୁ, ସତ୍ୟ ନାରାୟଣ ବିଶି, ପ୍ରଭାତ ସାହୁ, ପ୍ରମୋଦ ସାହୁ ପ୍ରମୁଖ ଯୋଗଦେଇ ମହୋତ୍ସବର ସଫଳ ଆୟୋଜନ ସମ୍ପର୍କରେ ନିଜ ନିଜ ମତ ଓ ମନ୍ତବ୍ୟ ରଖିଥିଲେ।
ଶେଷରେ ସଂଗଠନ ସମ୍ପାଦକ ତ୍ରିବିକ୍ରମ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ମହୋତ୍ସବ ପରିଚାଳନା ପାଇଁ ସଭାପତି ଭାବେ ଭୂପେଶ ତ୍ରିପାଠୀ, କାର୍ଯ୍ୟକାରୀ ସଭାପତି ଭାବେ ଜଗନ୍ନାଥ ତ୍ରିପାଠୀ, ଉପସଭାପତି ପ୍ରଦୀପ କୁମାର ସାହୁ, ରମେଶ ସିଂହ, ସାଧାରଣ ସଂପାଦକ ଭାବେ ସୁପ୍ରଭା ଶତପଥି, ସଂଗଠନ ସଂପାଦକ ତ୍ରିବିକ୍ରମ ଷଡ଼ଙ୍ଗୀ, କୋଷାଧ୍ଯକ୍ଷ ବିଶ୍ୱରଞ୍ଜନ ଶତପଥି, ଯୁଗ୍ମ ସଂପାଦକ ରବି କାନୁନଗୋ, କାର୍ଯ୍ୟକ୍ରମ ନିଷ୍ପାଦକ କରୁଣାକର ଦାସ, ଜୟରାମ ସାହୁ ପ୍ରମୁଖଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା। ଉପଦେଷ୍ଟା କମିଟିରେ ଡ. ଅଜୟ ମିଶ୍ର, ପ୍ରଭାସ ଚନ୍ଦ୍ର ମିଶ୍ର, ଭୀମସେନ ସାହୁ, ଲକ୍ଷ୍ମୀ ନାରାୟଣ ଦାସ, ହରିଶ୍ଚନ୍ଦ୍ର ମୁଣ୍ଡ, ଧବଳେଶ୍ଵର ମହାପାତ୍ର, ସତ୍ୟ ନାରାୟଣ ବିଶି, ଉମାଚରଣ ପ୍ରଧାନ, ଦେବୀ କାନୁନଗୋ, ରଜନୀକାନ୍ତ ମୁନୀ, ସନ୍ତୋଷ ମିଶ୍ର, ମନୋଜ ପଟ୍ଟନାୟକ, ଗୋବର୍ଦ୍ଧନ ଦାସ, ଆଇନ ପରାମର୍ଶଦାତା ଭାବେ ସତ୍ୟ ନାରାୟଣ ପଣ୍ଡା, ହେମନ୍ତ ସିଂ, ଦିବ୍ୟରଞ୍ଜନ ବହିଦାର ପ୍ରମୁଖଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।
Latest entries
ଜିଲ୍ଲା ଖବରAugust 22, 2026ଭବାନୀପାଟଣା ଟାଉନ ଫୁଟବଲ ଲିଗ ଉଦଘାଟିତ
ଜିଲ୍ଲା ଖବରAugust 21, 2026ହାଇଦ୍ରାବାଦରୁ ଟିକେଟ୍ କାଟି ଅଧା ରାସ୍ତାରେ ଫସିଲେ ଯାତ୍ରୀ ଘରୋଇ ବସର ଦାଦାଗିରି
ଜିଲ୍ଲା ଖବରAugust 20, 2026ପୂର୍ବତନ ଲାଞ୍ଜିଗଡ଼ ବିଧାୟକ ତଥା ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି
ଜିଲ୍ଲା ଖବରAugust 20, 2026ଲଳିତ ଇଲେକ୍ଟ୍ରୋନିକ୍ସ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

