ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଦିବଂଗତ ସୁଶାନ୍ତ ସିଂହଙ୍କ ବିୟୋଗରେ ବିଜୁ ଜନତା ଦଳ କଳାହାଣ୍ଡି ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଏକ ଶୋକସଭା ଅନୁଷ୍ଠିତ ହେବା ସହ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ତାଙ୍କର ଆତ୍ମାର ସଦଗତି କାମନା କରି ୨ମି ନୀରବ ପ୍ରାର୍ଥନା କରିବା ସହ ତାଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ତାଙ୍କ ସ୍ମୃତିଚାରଣ କରାଯାଇଥିଲା । ପୂର୍ବତନ ଭଟଲି ବିଧାୟକ ସୁଶାନ୍ତ ସିଂହ ଅତ୍ୟନ୍ତ ମେଳାପୀ, ନିର୍ଭିକ ଓ ସୁସଙ୍ଗଠକ ଭାବରେ ଲୋକପ୍ରିୟ ଥିଲେ । କୋଭିଡ ସମୟରେ ଲୋକଙ୍କୁ ସହଯୋଗ କରିବା ଏବଂ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ପାଇଁ ତାଙ୍କ ନିଷ୍ଠାକୁ ସମସ୍ତେ ମନେରଖିବେ । ତାଙ୍କ ବିୟୋଗ ରାଜ୍ୟ ରାଜନୀତିରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ବରିଷ୍ଠ ବିଜେଡି ନେତା ଭବାନୀ ଶଙ୍କର ମିଶ୍ର, ପ୍ରଦୀପ ମୁଣ୍ଡ, ରାଜ୍ୟ ସମ୍ପାଦକ ଆଦିତ୍ୟ ନନ୍ଦ, ଜିଲ୍ଲା ଯୁବ ବିଜେଡି ସଭାପତି ଅବିନାଶ ଠାକୁର, ଜୋନ ମହିଳା ସଭାନେତ୍ରୀ ଲଳିତା ନାଏକ, ଜିଲ୍ଲା ମହିଳା ସଭାନେତ୍ରୀ ସବିତା ପ୍ରଧାନ , ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ, ରାଜ୍ୟ ଉପ ସଭାପତି ମନିନ୍ଦ୍ର ମହାନ୍ତି, ବରିଷ୍ଠ ବିଜେଡି ନେତା ଧବଳେଶ୍ଵର ମହାପାତ୍ର, ପ୍ରଶାନ୍ତ ନାଏକ, ବଦ୍ରିନାରାୟଣ ପଟ୍ଟନାୟକ, କ୍ଷିରସିନ୍ଧୁ ନାଏକ, ଶିବା ସାହୁ, ରଞ୍ଜୁକ୍ତା ପ୍ରଧାନ, ହରାମଣୀ ଗଣ୍ଡ, ଜୟଶ୍ରୀ ଅଗ୍ରୱାଲ, ଅବଦୁଲ କାଦୀର, ସମୀତା ନାୟକ, ପିତବାସ ବେହେରା , ମହେନ୍ଦ୍ର ରାଉତ, ପ୍ରଦୀପ ପ୍ରଧାନ, ଭୋଳା ଶଙ୍କର ନାଗ, ରବି ନାଏକ ପ୍ରମୁଖ ଯୋଗଦେଇଥିଲେ।
Latest entries
ଜିଲ୍ଲା ଖବରSeptember 10, 2026ଜିଲ୍ଲା ସ୍ତରୀୟ ” ବେଟି ବଚାଓ ବେଟି ପଢ଼ାଓ” ସମନ୍ନୟ ବୈଠକ ଅନୁଷ୍ଠିତ
ଜିଲ୍ଲା ଖବରSeptember 9, 2026ବିଦ୍ୟୁତ୍ ସଂସ୍ପର୍ଶରେ ମା’-ଝିଅଙ୍କ ମୃତ୍ୟୁ
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର

