ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ

0 minutes, 0 seconds Read

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା :ତମାଖୁ ସେବନ ଅଧିକାଂଶ ଅଣୁ ସଂକ୍ରାମକ ରୋଗ ଓ କର୍କଟ ରୋଗର ମୁଖ୍ୟ କାରଣ । ତମାଖୁ ବର୍ଜନ ଆଜିର ଯୁବପିଢି ପାଇଁ ଆହ୍ଵାନ୍ । ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ୩.୦ କଳାହାଣ୍ଡି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ ଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଥିଲା।ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦରୱାନ ତମାଖୁ ମୁକ୍ତ ସମାଜ ଓ ଜିଲ୍ଲା ଗଠନ ସମ୍ପର୍କରେ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ।ବିଶେଷ କରି ଛାତ୍ରଛାତ୍ରୀ,ଯୁବପିଢି କିପରି ସଚେତନ ହୋଇ ତମାଖୁ ସେବନରୁ ନିଜକୁ ଦୂରେଇ ରଖିବେ ସେ ସମ୍ପର୍କରେ ବିଶେଷକରି ସ୍ଵାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ, ଅବକାରୀ, ପୋଲିସ ବିଭାଗ ଓ ଏଥି ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଅଧିକ ଯତ୍ନବାନ୍ ହୋଇ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ନିହାରେନ୍ଦ୍ର ପଣ୍ଡା ତମାଖୁ ଓ ଏହାର କୁପ୍ରଭାବ ସମ୍ପର୍କରେ ସୂଚନା ଦେଇଥିଲେ । ତମାଖୁ ମୁକ୍ତ ବିଦ୍ୟାଳୟ, ଗ୍ରାମ ଗଠନ ଦିଗରେ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ତରଫରୁ ବିଭିନ୍ନ ସଚେତନ କାର୍ଯ୍ୟକ୍ରମ ପଥପ୍ରାନ୍ତ ନାଟକ, ୱାଲ ପେଣ୍ଟିଙ୍ଗ, ସଚେତନତା ଶୋଭାଯାତ୍ରା, ଡାକବାଜି ଜନ୍ତ୍ର ଦ୍ଵାରା ପ୍ରଚାର, ସ୍କୁଲ କଲେଜ ରେ ସଭାସମିତି ଇତ୍ୟାଦି କାର୍ଯ୍ୟକ୍ରମ କରାଯିବା ପାଇଁ ସ୍ଥିର କରାଯାଇଛି । ସ୍ଵାସ୍ଥ୍ୟ ଉପରେ ତମାଖୁ ର କୁପ୍ରଭାବ ବିଶ୍ୱରେ ଚିନ୍ତାର କାରଣ ହୋଇଅଛି । ତମାଖୁ ସେବନ ଦ୍ଵାରା ସାରା ବିଶ୍ୱରେ ପ୍ରତିବର୍ଷ ୮୦ ଲକ୍ଷରୁ ଅଧିକ ବ୍ୟକ୍ତି ମୃତ୍ୟୁବରଣ କରିଥାନ୍ତି । ତମାଖୁ ସେବନ ଦ୍ଵାରା ଭାରତ ବର୍ଷରେ ପ୍ରତିବର୍ଷ କର୍କଟ, ହୃଦରୋଗ, ଶ୍ଵାସ ଜନିତ ରୋଗ, ମଧୁମେହ, ମସ୍ତିଷ୍କାଘାତ ଆଦି ରୋଗରେ ପଡି ୨୮ ଲକ୍ଷରୁ ଉର୍ଦ୍ଦ ବ୍ୟକ୍ତି ମୃତ୍ୟୁମୁଖରେ ପଡିଥାନ୍ତି । ତମାଖୁ ଧୂଆଁରେ ୭ ହଜାର ରୁ ଅଧିକ ମାରାତ୍ମକ ରାସାୟନିକ ପଦାର୍ଥ ରହିଛି ସେଥିରୁ ୬୯ ଟି କର୍କଟ ରୋଗର କାରଣ ଅଟେ । ଧୂମହିନ୍ ତମାଖୁରେ ୩ ହଜାର ଅଧିକ ମାରାତ୍ମକ ରାସାୟନିକ ପଦାର୍ଥ ରହିଛି ସେଥି ମଧ୍ୟରୁ ୨୮ ଟି କର୍କଟ ରୋଗର କାରଣ ଅଟେ ।ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ରେ ତମାଖୁ ମୁକ୍ତ ଅଭିଯାନ ସମ୍ପର୍କରେ ବିଷଦ ଭାବେ ଆଲୋଚନା କରାଯାଇଥିଲା। ତମାଖୁ ମୁକ୍ତ ଯୁବା ଅଭିଯାନ ୩.୦ ଓଡିଶା ଆସନ୍ତା ଡିସେମ୍ବର ୯.୨୦୨୫ ପର୍ଯ୍ୟନ୍ତ ଚାଲିବ। ଡି.ପି.ଏମ୍. ଦିଲୀପ ଦୁବେ କାର୍ଯ୍ୟକ୍ରମ ର ପରିଚାଳନା କରିଥିବାବେଳେ ଏଥିରେ ଜିଲ୍ଲା ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାଏକ, ଜିଲ୍ଲା ମଙ୍ଗଳ ଅଧିକାରୀ ଅନ୍ତର୍ଯ୍ୟାମୀ କହଁର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା କ୍ରିଡା ଅଧିକାରୀ ରମେଶ ଚନ୍ଦ୍ର ପାଢୀ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୁପସିଂ ରାଉତ, ସହକାରୀ ଜିଲ୍ଲା ଶିକ୍ଷା ଅଧିକରୀ ହେମସାଗର ମହାନନ୍ଦ, ଏ.ଡି.ପି.ଏଚ.ଓ. (ଲେପରୋସି) ଡ଼ା. ଟୁଡୁ, ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଧର୍ମେନ୍ଦ୍ର ତାଣ୍ଡି, ସହକାରୀ ପରିଚାଳକ (ଏନ୍.ସି.ଡି.) ସଂଯୁକ୍ତା ବାଗ, ଏଫ୍.ଏସ୍.ଓ. ସନ୍ତୋଷ କୁମାର ମହାପାତ୍ର ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ସ୍ଵାସ୍ଥ୍ୟ ବିଭାଗର କର୍ମଚାରୀ ପ୍ରମୁଖ ଯୋଗଦେଇଥିଲେ ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts