ନ୍ୟୁଜଗ୍ୟାଲେରି,ଭବାନିପାଟଣା: ମୁଖ୍ୟମନ୍ତ୍ରୀ ଙ୍କୁ କଳାହାଣ୍ଡି ଜିଲ୍ଲା ଘରୋଇ ସ୍କୁଲ ସଂଘର ଦାବିପତ୍ର କଳାହାଣ୍ଡି ଜିଲ୍ଲା ଘରୋଇ ସ୍କୁଲ ସଂଘ ର ସଭ୍ୟମାନେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଭେଟି ସି ଓ ଆର ଓ ଆର ଟି ଇ ପ୍ରତି ପୂରଣ ଏକ ଦାଵି ପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରିଛନ୍ତି । ଆର ଟି ଇ ଅର୍ଥ ମଞ୍ଜୁର ହୋଇପଡି ରହିଥିବା ସତ୍ତ୍ୱେ ସ୍କୁଲଗୁଡିଙ୍କୁ ପ୍ରତି ପୂରଣ ଦିଆଯାଉ ନ ଥିବାରୁ ସରକାର ଶୀଘ୍ର ବକେୟା ରାଶି ପ୍ରଦାନ କରିବାକୁ ସଂଘ ଦାବି କରିଛି ।ଘରୋଇ ସ୍କୁଲଗୁଡିକ ସରକାର ଙ୍କ ଆର ଟି ଇ ନିୟମ ମୁତାବକ ୨୫ ପ୍ରତିଶତ ମାଗଣା ଶିକ୍ଷାଦାନ ଦେଇଥାନ୍ତି ।
ଯାହାକୁ ସରକାର ସମୟାନୁସାରେ ପ୍ରତିପୂରଣ କରିବାକୁ ନିୟମ ରହିଛି କିନ୍ତୁ ବର୍ଷ ବର୍ଷ ଧରି ଏହି ପ୍ରାପ୍ୟ ନ ଦେବାରୁ ସ୍କୁଲ ଗୁଡିକ ଉପରେ ଆର୍ଥିକ ବୋଝ ବଢ଼ିଯାଉଛି । ନିଜ ଭିତ୍ତିଭୂମି ଥିବା ଘରୋଇ ସ୍କୁଲ କୁ ଆଜୀବନ ଓ ଭଡା ଘରେ ପରିଚାଳନା ହେଉଥିବା ସ୍କୁଲ କୁ ୧୦ ବର୍ଷ ସିଓଆର ଦେବାକୁ ଦାବି ହୋଇଛି । ଏହି ଦାବିପତ୍ର ପ୍ରଦାନ ବେଳେ ଜିଲ୍ଲା ଘରୋଇ ସ୍କୁଲ ସଂଘର ଚେୟାରମ୍ୟାନ ଡ. ଶିବରାମ ନାୟକ, ସମ୍ପାଦକ ୟୌସୁଫ ଅହମ୍ମଦ, ଡ. ଯାହାଙ୍ଗୀର ଖାନ, ଜେ. ମନହର, ବୁନିତା ଗୌଡ଼, ଯଶୋବନ୍ତି ମେହେର, ଶଶିକାନ୍ତ ସୁନାନୀଙ୍କ ସମେତ ୧୩ଟି ବ୍ଲକ୍ର ଅଧ୍ୟକ୍ଷ, ସମ୍ପାଦକ ଓ ନିର୍ଦ୍ଦେଶକବୃନ୍ଦ ଉପସ୍ଥିତ ଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ଏହି ସମ୍ବେଦନଶୀଳ ବିଷୟକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ଏବଂ ଉପରିସ୍ଥ ଅଧିକାରୀଙ୍କ ପାଖକୁ ପଠାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
Latest entries
ଜିଲ୍ଲା ଖବରSeptember 21, 2026ସ୍ଵତନ୍ତ୍ର ସଘନ ସଂଶୋଧନ -୨୦୨୬ ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ
ଜିଲ୍ଲା ଖବରSeptember 18, 2026ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିବସରେ ଆଶୀର୍ବାଦ ଦୀପ ପ୍ରଜ୍ୱଲନ
ଜିଲ୍ଲା ଖବରSeptember 10, 2026ଜିଲ୍ଲା ସ୍ତରୀୟ ” ବେଟି ବଚାଓ ବେଟି ପଢ଼ାଓ” ସମନ୍ନୟ ବୈଠକ ଅନୁଷ୍ଠିତ
ଜିଲ୍ଲା ଖବରSeptember 9, 2026ବିଦ୍ୟୁତ୍ ସଂସ୍ପର୍ଶରେ ମା’-ଝିଅଙ୍କ ମୃତ୍ୟୁ

