Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com

ଚଳିତ ମାସ ସେପ୍ଟେମ୍ବର ୩୦ ତାରିଖ ମହା ନବମୀ ପ୍ରାତଃ ସମୟରେ ଜେନାଖାଲଠାରେ ମାଁ ଙ୍କ ପୂଜା ଅର୍ଚ୍ଚନା ସାରି ମାଁ ଙ୍କ ଛତର ଯାତ୍ରା ଘଣ୍ଟ ବାଦ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁଙ୍କ ଗହଣରେ ରାଜପ୍ରସାଦ ସ୍ଥିତ ମାଁ ମାଣିକେଶ୍ଵରୀ ମନ୍ଦିର ପର୍ଯନ୍ତ ଅନୁଷ୍ଠିତ ହେବ । ଏହି ଅବସରରେ ଭବାନୀପାଟଣା ସହରର ସମସ୍ତ ରାସ୍ତାଘାଟ, ନାଳ ନର୍ଦ୍ଧମା ସଫା ସୁତୁରା ସହିତ ସହର ରାସ୍ତା ପାର୍ଶ୍ୱରେ ଲାଗିଥିବା ସମସ୍ତ ସିସି କ୍ୟାମେରା କୁ ଠିକ କରିବା ପାଇଁ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୌରପାଳିକା ଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ଏଥି ସହିତ ଛତର ଯାତ୍ରାର ସୁପରିଚାଳନାରେ ଆବଶ୍ୟକ ଟ୍ରାଫିକ ବ୍ୟବସ୍ଥା, ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଆବଶ୍ୟକ ପୁଲିସ ମୁତୟନ, ପାନୀୟ ଜଳର ସୁବ୍ୟବସ୍ଥା, ଫାଷ୍ଟଏଡ ଆମ୍ବୁଲାନ୍ସ ସେବା, ବିଦ୍ୟୁତ ସରବରାହ, ସୂଚନା କେନ୍ଦ୍ର, ପୋଲିସ୍ କଣ୍ଟ୍ରୋଲ ରୁମ ଖୋଲିବା, ମଦ ଦୋକାନ ବନ୍ଦ ରଖିବା ଇତ୍ୟାଦି କାର୍ଯକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଛତର ଯାତ୍ରା ସମୟରେ କଡନ ର ସୁପରିଚାଳନା, ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ ଆରକ୍ଷୀ ଅଧ୍ୟକ୍ଷକଙ୍କ ନିଷ୍ପତ୍ତି ଓ ପ୍ରତ୍ୟକ୍ଷ ତତ୍ଵାବଧାନରେ କରାଯିବା ପାଇଁ ସ୍ଥିର କରାଗଲା । ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ବଇତୁରା ଦୀପ, ଉପଜିଲ୍ଲାପାଳ ଧର୍ମଗଡ଼ ପ୍ରେକ୍ଷା ଅଗ୍ରୱାଲ, ଉପଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡା, ଭାତରୀୟ ପ୍ରଶାସନିକ ସେବା (ପ୍ରୋବେଶନ) ଅନିମେଷ ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ନିହାରେନ୍ଦ୍ର ପଣ୍ଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଶାନ୍ତ କୁମାର ସିଂ, ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାଏକ,ମହାରାଜା ଙ୍କ ପ୍ରତିନିଧି ଅଶୋକ କୁମାର ନେଗି,ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ପୌରପାଳିକା ଅଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ସଦର ବିଧାୟକ ଙ୍କ ପ୍ରତିନିଧି ଧନୁର୍ଯ୍ୟ ଗହିର, ସହକାରୀ ଜିଲ୍ଲାପାଳ ସୁଶାନ୍ତ କୁମାର ନାଏକ, ଏସ.ଡି.ପି.ଓ. ନରେଶ ପ୍ରଧାନ, ସଦର ଆଇ.ଆଇ.ସି. ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଙ୍କ ସମେତ ସମ୍ପୃକ୍ତ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ଛତର ଯାତ୍ରା ପାଳନ କମିଟିର ସମସ୍ତ ସଦସ୍ୟ, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦରୱାନ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।
Editor, News Gallery Mob: 9439506580 Email: newsgallery.in@gmail.com
