ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଭାରତର ପ୍ରଥମ ରାଷ୍ଟ୍ରପତି ତଥା ଜ୍ଞାନ ଯୋଗୀ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମତିଥିରେ ଗୁରୁ ଦିବସ ପାଳନ ହୋଉଛି। ସେହିପରିପେକ୍ଷି କଳାହାଣ୍ଡି ଜିଲ୍ଲା ସି.ଟି ସଂଘ ସଭାପତି ଲବ ଦୁର୍ଗାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଗୁରୁ ଦିବସ ପାଳନ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଡ଼ାଃ ନିବେଦିତା ନାଥ, ମୁଖ୍ୟବକ୍ତା ବରିଷ୍ଠ ସାମ୍ବାଦିକ ସ୍ବାଧିନ ପାତ୍ର, ସ୍ବତନ୍ତ୍ର ଅତିଥି ସି.ଟି ଶିକ୍ଷକ ସଂଘ ରାଜ୍ୟ ସଭାପତି ତଥା ପ୍ରକୃତିବନ୍ଧୁ ପ୍ରଦୀପ କୁମାର ସାହୁ, ସମ୍ମାନିତ ଅତିଥି ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ସାଇବର କ୍ରାଇମ ଡିଏସପି ଅଳକା ସାହୁ, ମାଁ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଉପ କୁଳସଚିବ ଜୟଦେବ ସାହୁ, ରାଷ୍ଟ୍ରପତି ପୁରସ୍କୃାର ପ୍ରାପ୍ତ ଶିକ୍ଷକ ପ୍ରଭାସ ମିଶ୍ର ପ୍ରମୁଖ ମଞ୍ଚାସିନ ହୋଇଥିଲେ।
ସଭା ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ବାରା ସଂଘୀୟ ପତାକା ଉତ୍ତୋଳନ ସହ ମାଁ ମାଣିକେଶ୍ଵରୀଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ଜ୍ଵଳନ କରାଯାଇଥିଲା। ଏହି ଅବସରରେ ବରିଷ୍ଠ ଓ ଅବସର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବନ୍ଧିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶିକ୍ଷକ ଦୁର୍ଯ୍ୟୋଧନ ମାଝୀ। ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ। ଲାଞ୍ଜିଗଡ଼ ବ୍ଲକ ସି.ଟି ସଂଘ ସଭାପତି ଅନିଲ ତ୍ରିପାଠୀ ସମ୍ପାଦକ ମନୋଜ କୁମାର ମହାଖୁଡ଼, କାର୍ଯ୍ୟକାରୀ ସଭାପତି ପ୍ରଭାତ କୁମାର ପାଠୀ,ଶିକ୍ଷକ ଭୃକୁଟି ଗଉଡ଼, ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ନାଏକ, ଶିକ୍ଷକ ସ୍ମୃତି ରଞ୍ଜନ ରଥ, ଯୁଧିଷ୍ଠିର ମହାନନ୍ଦ,ଧନଞ୍ଜୟ ପାଣିଗ୍ରାହୀ, ଜନାର୍ଦ୍ଦନ ମିଶ୍ର,ଜଗତରାମ ଶବର, ଜଗନ୍ନାଥ ତ୍ରିପାଠୀ, ମୁକୁନ୍ଦ ରେଡ଼ିଙ୍କ ସମେତ ଶିକ୍ଷକ ଶିକ୍ଷତ୍ରି ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଧନଞ୍ଜୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Latest entries
ଜିଲ୍ଲା ଖବରJuly 14, 2026ସାତ ଦିନ ମଧ୍ୟରେ ସମସ୍ତ ବକେୟା ଅଭିଯୋଗର ନିଷ୍ପତ୍ତି କରିବାକୁ ଜିଲ୍ଲାପାଳ ଙ୍କ କଡ଼ା ନିର୍ଦ୍ଦେଶ
ଜିଲ୍ଲା ଖବରJuly 4, 2026ଜୁଆ ଖେଳୁଥିବା ବେଳେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ
ଜିଲ୍ଲା ଖବରJune 27, 2026ଅନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୋଧ ଚାଲାଣ ନିଷିଦ୍ଧ ଦିବସ ପାଳିତ
ଜିଲ୍ଲା ଖବରJune 26, 2026ସମ୍ବିଧାନ ହତ୍ୟା ଦିବସ କାର୍ଯ୍ୟକ୍ରମ

