ନ୍ୟୁଜ ଗ୍ୟାଲେରି, ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବାନେର ପଂଚାୟତର କାଦୋ ପଦର ଗ୍ରାମର ରାଧାକାନ୍ତ ନାଏକ ପି -ଅଲେଖ ନାଏକ ବୟସ ୩୩ ପ୍ରାୟ ୨ ମାସ ହେବ କର୍କଟ ରୋଗରେ ଆକ୍ରାନ୍ତ ହୋଇ କେ,ଜି ହସ୍ପିଟାଲ ବିଶାଖାପାଟଣା ରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ପରିବାରର ପକ୍ଷରୁ କହିବା ଅନୁଯାୟୀ ତାଙ୍କ ପାଖରେ ରାସନ୍ କାର୍ଡ କିମ୍ବା ଆୟୁଷ୍ମାନ କାର୍ଡ ମଧ୍ୟ ନାହିଁ ବୋଲି କହିଛନ୍ତି ।ଏହି ଦୁଃଖଦ ସମୟରେ ତାଙ୍କ ପରିବାର କୁ ଭେଟି ଥିଲେ ପାଣ୍ଡରା ମାଳି ସେବା ସଂଘ ର ସଭାପତି ଉମାକାନ୍ତ ମାଝୀ, କାର୍ଯ୍ୟକାରୀ ସଭାପତି ଉଦିତ ନାଏକ, ଜିଲ୍ଲା ସଂଯୋଜକ ସୁମେଶ ବୋଡ଼କିଆ, ସମ୍ପାଦକ ବିରଞ୍ଚି ବଣିଆ ଓ କୋକସରା ବ୍ଲକ ସମ୍ପାଦକ କ୍ଷୀର ସିନ୍ଧୁ ବୋଡ଼କିଆ ଉପସ୍ଥିତ ରହିଥିଲେ। ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀ ଙ୍କ ରିପୋଟ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

