ନ୍ୟୁଜ ଗ୍ୟାଲେରି, ଭବାନୀ ପାଟଣା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ ସାର ସଙ୍କଟ। ୟୁରିଆ ନେବା ପାଇଁ ଲୋକଙ୍କ ଅସମ୍ଭାଳ ଭିଡ଼। କର୍ଲାମୁଣ୍ଡା ବ୍ଲକରେ ଥିବା ତିନି ପ୍ରାଥମିକ କୃଷି ସମବାୟ ସମିତିର ସାର ଗୋଦାମ ଗୃହ ମାନଙ୍କରେ ଚାଷୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଚାଷୀମାନେ ସାର ନପାଇ ହନ୍ତସନ୍ତ ହୋଇ ଫେରି ଯାଉଛନ୍ତି।ସୂଚନାନୁଯାୟୀ, କର୍ଲାମୁଣ୍ଡା ବ୍ଲକର ଜୋରାଡ଼ବରା ପ୍ରାଥମିକ କୃଷି ସମବାୟ ସମିତିରେ ୬୮୦ ବସ୍ତା ୟୁରିଆ ସାର ମହଜୁଦ ଥିବା ବେଳେ ୧ ଶହରୁ ଉର୍ଦ୍ଧ୍ବ ଚାଷୀ ଧାଡିରେ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି। ସମବାୟ ସମିତିର କର୍ମକର୍ତ୍ତା ଓ ସ୍ଥାନୀୟ ସରପଞ୍ଚ ତଥା ଚାଷୀମାନଙ୍କ ଆପୋଷ ବୁଝାମଣାରେ ସାପଲହରା ପଞ୍ଚାୟତ, ରେଗଡା ପଞ୍ଚାୟତର ଚାଷୀମାନଙ୍କୁ ସାର ଦିଆଯାଉଛି ଏବଂ ବୋରପଦର ପଞ୍ଚାୟତ ର କିଛି ଚାଷୀ ମାନଙ୍କୁ ଟୋକନ ଦିଆ ଯାଇଥିଲେ ମଧ୍ୟ ସାର୍ ଦିଆଯାଇନଥିଲା ସେପଟେ ସମବାୟ ସମିତିର ସଭାପତି ଦେବରାଜ ରଣା ଏକ ଆଲୋଚନା କରି ସାର ଦିଆଯିବ ବୋଲି ସୂଚନା ଦେଇଛନ୍ତି। ଠିକ୍ ସେହିପରି କର୍ଲାମୁଣ୍ଡା ସାର ଗୋଦାମ ଠାରେ ଏକ ହଜାର ସାର ବସ୍ତାକୁ ନେବା ପାଇଁ ସହ ସହ ସଂଖ୍ୟାରେ ଚାଷୀ ଲମ୍ବା ଧାଡିରେ ଅପେକ୍ଷାରେ ଅଛନ୍ତି। ଚାଷୀଙ୍କ ସଂଖ୍ୟା ଅନୁସାରେ ସାର ମହଜୁଦ ନଥିବା ଅଭିଯୋଗ ହୋଇଛି। ସେହିପରି ରିଷିଡା ପେକ୍ସରେ ୯୧୮ ବସ୍ତା ସାର ଥିବାବେଳେ ୪ଟି ପଞ୍ଚାୟତର ଶହେରୁ ଅଧିକ ଚାଷୀ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି। ଯୋରାଡବର କୃଷି ସମବାୟ ସମିତି ଅଧିନରେ ମୋଟ ଚାରି ଗୋଟି ପଞ୍ଚାୟତ ଥିବା ବେଳେ ଏହି ଠାରେ ହିଁ ସମସ୍ତ ଚାଷୀ ଆହ୍ବାନ ଦେବା କାରଣ ରୁ ଏଭଳି ଭିଡ଼ ଲାଗି ରହିଛି ବୋଲି ଚାଷୀ ନେତା ମାନେ ମତ ରଖିଛନ୍ତି। ଅନ୍ୟପଟେ ବୋରପଦର, ରେଗଡ଼ା,ସାପଲହରା, ଯୋରାଡବରା ପଞ୍ଚାୟତ ର ସରପଞ୍ଚ ଟୋକନ୍ ବଞ୍ଚୁଥିବା ଜଣା ପଡିଛି ।
Latest entries
ଜିଲ୍ଲା ଖବରAugust 22, 2026ଭବାନୀପାଟଣା ଟାଉନ ଫୁଟବଲ ଲିଗ ଉଦଘାଟିତ
ଜିଲ୍ଲା ଖବରAugust 21, 2026ହାଇଦ୍ରାବାଦରୁ ଟିକେଟ୍ କାଟି ଅଧା ରାସ୍ତାରେ ଫସିଲେ ଯାତ୍ରୀ ଘରୋଇ ବସର ଦାଦାଗିରି
ଜିଲ୍ଲା ଖବରAugust 20, 2026ପୂର୍ବତନ ଲାଞ୍ଜିଗଡ଼ ବିଧାୟକ ତଥା ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି
ଜିଲ୍ଲା ଖବରAugust 20, 2026ଲଳିତ ଇଲେକ୍ଟ୍ରୋନିକ୍ସ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ


