ନ୍ୟୁଜ ଗ୍ୟାଲେରି, ଭବାନୀ ପାଟଣା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ ସାର ସଙ୍କଟ। ୟୁରିଆ ନେବା ପାଇଁ ଲୋକଙ୍କ ଅସମ୍ଭାଳ ଭିଡ଼। କର୍ଲାମୁଣ୍ଡା ବ୍ଲକରେ ଥିବା ତିନି ପ୍ରାଥମିକ କୃଷି ସମବାୟ ସମିତିର ସାର ଗୋଦାମ ଗୃହ ମାନଙ୍କରେ ଚାଷୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଚାଷୀମାନେ ସାର ନପାଇ ହନ୍ତସନ୍ତ ହୋଇ ଫେରି ଯାଉଛନ୍ତି।ସୂଚନାନୁଯାୟୀ, କର୍ଲାମୁଣ୍ଡା ବ୍ଲକର ଜୋରାଡ଼ବରା ପ୍ରାଥମିକ କୃଷି ସମବାୟ ସମିତିରେ ୬୮୦ ବସ୍ତା ୟୁରିଆ ସାର ମହଜୁଦ ଥିବା ବେଳେ ୧ ଶହରୁ ଉର୍ଦ୍ଧ୍ବ ଚାଷୀ ଧାଡିରେ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି। ସମବାୟ ସମିତିର କର୍ମକର୍ତ୍ତା ଓ ସ୍ଥାନୀୟ ସରପଞ୍ଚ ତଥା ଚାଷୀମାନଙ୍କ ଆପୋଷ ବୁଝାମଣାରେ ସାପଲହରା ପଞ୍ଚାୟତ, ରେଗଡା ପଞ୍ଚାୟତର ଚାଷୀମାନଙ୍କୁ ସାର ଦିଆଯାଉଛି ଏବଂ ବୋରପଦର ପଞ୍ଚାୟତ ର କିଛି ଚାଷୀ ମାନଙ୍କୁ ଟୋକନ ଦିଆ ଯାଇଥିଲେ ମଧ୍ୟ ସାର୍ ଦିଆଯାଇନଥିଲା ସେପଟେ ସମବାୟ ସମିତିର ସଭାପତି ଦେବରାଜ ରଣା ଏକ ଆଲୋଚନା କରି ସାର ଦିଆଯିବ ବୋଲି ସୂଚନା ଦେଇଛନ୍ତି। ଠିକ୍ ସେହିପରି କର୍ଲାମୁଣ୍ଡା ସାର ଗୋଦାମ ଠାରେ ଏକ ହଜାର ସାର ବସ୍ତାକୁ ନେବା ପାଇଁ ସହ ସହ ସଂଖ୍ୟାରେ ଚାଷୀ ଲମ୍ବା ଧାଡିରେ ଅପେକ୍ଷାରେ ଅଛନ୍ତି। ଚାଷୀଙ୍କ ସଂଖ୍ୟା ଅନୁସାରେ ସାର ମହଜୁଦ ନଥିବା ଅଭିଯୋଗ ହୋଇଛି। ସେହିପରି ରିଷିଡା ପେକ୍ସରେ ୯୧୮ ବସ୍ତା ସାର ଥିବାବେଳେ ୪ଟି ପଞ୍ଚାୟତର ଶହେରୁ ଅଧିକ ଚାଷୀ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି। ଯୋରାଡବର କୃଷି ସମବାୟ ସମିତି ଅଧିନରେ ମୋଟ ଚାରି ଗୋଟି ପଞ୍ଚାୟତ ଥିବା ବେଳେ ଏହି ଠାରେ ହିଁ ସମସ୍ତ ଚାଷୀ ଆହ୍ବାନ ଦେବା କାରଣ ରୁ ଏଭଳି ଭିଡ଼ ଲାଗି ରହିଛି ବୋଲି ଚାଷୀ ନେତା ମାନେ ମତ ରଖିଛନ୍ତି। ଅନ୍ୟପଟେ ବୋରପଦର, ରେଗଡ଼ା,ସାପଲହରା, ଯୋରାଡବରା ପଞ୍ଚାୟତ ର ସରପଞ୍ଚ ଟୋକନ୍ ବଞ୍ଚୁଥିବା ଜଣା ପଡିଛି ।
Latest entries
ଜିଲ୍ଲା ଖବରJanuary 7, 2026ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି ବୈଠକ ।
ଜିଲ୍ଲା ଖବରJanuary 5, 2026ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଦ୍ଵିତୀୟ ଦିବସ
ଜିଲ୍ଲା ଖବରJanuary 5, 2026ଭାରତୀୟ ଜନତା ପାର୍ଟି ର ଟିପିଗୁଡା ମଣ୍ତଳ ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ
ଜିଲ୍ଲା ଖବରJanuary 4, 2026କଳାହାଣ୍ଡି ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ


