ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଗୁଞ୍ଚିପଦର୍ ଗାଁରେ ଘଟିଯାଇଛି ଅଘଟଣ। ଗାଁ ମୁଣ୍ଡରେ ଥିବା ପୋଖରୀ କୁ ଗାଧୋଇବା କୁ ଯାଇଥିବା ବେଳେ ପାଣିରେ ବୁଡ଼ି ଦୁଇ ଭାଇଙ୍କ ଅକାଳ ମୃତ୍ୟୁ ଘଟିଛି। ଗାଧୋଉ ଥିବା ବେଳେ ସାନଭାଇ ଗଭୀର ପାଣିକୁ ଚାଲିଯାଇଥିବା ବେଳେ ବଡ଼ଭାଇ ବଞ୍ଚାଇ ବାକୁ ସେ ମଧ୍ୟ ଗଭୀର ଜଳରେ ଫସି ଯାଇଥିଲା। ଦୁଇ ଭାଇ ଙ୍କ ଚିତ୍କାର ସତ୍ତ୍ୱେ ମଧ୍ୟ ଆଖପାଖରେ କେହି ନଥିବାରୁ ଉଭୟ ଭାଇ ପାଣି ରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି । ଗ୍ରାମବାସୀ ଙ୍କ ଠାରୁ ଖବର ପାଇ ଘଟଣା ସ୍ଥଳରେ ଓଡ୍ରାପ ଟିମ ପହଞ୍ଚି ଉଦ୍ଧାର କରିଥିବା ବେଳେ ଜଣଙ୍କର ବୟସ ୯ ଓ ଅନ୍ୟଟିର ବୟସ ୧୨ ହେଉଥିବା ଜଣାପଡିଛି ଘଟଣା ସ୍ଥଳରେ ସଦର ଥାନ। ପୋଲିସ ପହଞ୍ଚି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ତଦନ୍ତ ଜାରି ରଖିଛି।
Latest entries
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ
ଜିଲ୍ଲା ଖବରOctober 6, 2026ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ “ନମୋ ସେବା ଗାଥା” ଅନ୍ତର୍ଗତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ
ଜିଲ୍ଲା ଖବରOctober 6, 2026ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର
ଜିଲ୍ଲା ଖବରOctober 4, 2026ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ

