ଜିଲ୍ଲା ଖବର ଯାଦବ ଏକତା ମଞ୍ଚର ସାଧାରଣ ସଭା By Hemant Kumar Ray November 26, 2025November 26, 2025 0 minutes, 0 seconds Read 92 ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା-କଲମପୁର ବ୍ଲକ ମଣ୍ଡଳ ଧାନମଣ୍ଡି ପରିସରରେ ଯାଦବ ଏକତା ମଞ୍ଚ ତରଫରୁ ଶ୍ରୀଧର ବାଗଙ୍କ ସଭାପତିତ୍ବରେ ଏକ ସଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟଅତିଥି ଭାବେ ଅଶ୍ୱିନ ତାଣ୍ଡି, ମୁଖ୍ୟବକ୍ତା ଭାବେ ପୂର୍ବତନ ଜିଲ୍ଲା ସଭାପତି ଡମ୍ବରୁଧର ଲହଜଲ, ସମ୍ମାନୀତ ଅତିଥି ଭାବେ ଟିକଚନ ନାଗ ଓ ଡାକେଶ୍ୱର୍ ଲହଜଲ ମଞ୍ଚରେ ମଞ୍ଚାସିନ ରହିଥିଲେ। ଏହି ଅବସରରେ ଯାଦବ ସଂଗଠନକୁ ସୁଦୃଢ଼ କରିବା ପାଇଁ ବ୍ଲକସ୍ତରିୟ ଯାଦବ ଏକତା ମଞ୍ଚ ପାଇଁ ନୂତନ କମିଟି ଗଠନ କରାଯାଇଥିଲା। ସର୍ବ ସମ୍ମତିକ୍ରମେ ବ୍ଲକ ଯାଦବ ଏକତା ମଞ୍ଚର ସଭାପତି ଭାବରେ ବିଶ୍ଵନାଥ ବଗର୍ତ୍ତି, ଉପ-ସଭାପତି ଭାବେ ଲୋଚନ ନାଗ ଓ ଅଭିମନ୍ୟୁ ବାଗ, ସମ୍ପାଦକ ଭାବରେ କିଶୋର ଚନ୍ଦ୍ର ହଂସ, ସହ ସମ୍ପାଦକ ସୁଧୀର ରଞ୍ଜନ ବାଗ, କୋଷାଧ୍ୟକ୍ଷ ଭାବେ ସୋମନାଥ ରାଉତ ଓ ବ୍ଲକ ଯାଦବ ଏକତା ମଞ୍ଚର ଯୁବ ସଭାପତି ଭାବରେ ଭୁଜବଳ କରୁଆଁଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା। ସେହିଭଳି ଆଞ୍ଚଳିକ ଉପଦେଷ୍ଟା ମଣ୍ଡଳୀରେ ଦେପୁର ଗ୍ରାମ ପଞ୍ଚାୟତରୁ ଚନ୍ଦ୍ରହାସ୍ୟ ବଚ୍ଛା, କଲମପୁରରୁ ଦୟାନିଧି ନାଗ, ପଣ୍ଡିଗାଁରୁ କୃଷ୍ଣଚନ୍ଦ୍ର ବାଗ, ବୋଦେଲବନ୍ଧ ପିତାମ୍ବର ଖର୍ସେଲ, ବିଜମାର ଚନ୍ଦ୍ରଭାନୁ ଗହିର, ବଡ଼କୁଟ୍ରୁ ସଦାନନ୍ଦ ଚନ୍ଦନ ଓ ଅନିରୁଦ୍ଧ ନାଗ, ମିନଗୁରରୁ ଚକ୍ରଧର ନାଗ, ମଣ୍ଡଳ ହରେଶ୍ୱର ଗହିର, ନୂଆଗାଁ ଦୁର୍ଗା ପ୍ରସାଦ ଧଙ୍ଗଡା ମାଝୀ, କୋଟଗାଁ ଗୋପାଳ ବାଗଙ୍କୁ ମନୋନୀତ କରାଯାଇଛି। ଏହି ଅବସରରେ ବ୍ଲକ ସ୍ତରୀୟ ମହିଳା ଯାଦବ ଏକତା ମଞ୍ଚର କମିଟି ମଧ୍ୟ ଗଠନ କରାଯାଇଥିଲା। କମିଟିର ସଭାନେତ୍ରୀ ଭାବେ ନିବେଦିତା ହଂସ, ସମ୍ପାଦିକା ମମତା ଗୋପାଳ, କୋଷାଧ୍ୟକ୍ଷ ସବିତା ବାଗଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା। ନବ ନିର୍ବାଚିତ କମିଟିର ସମସ୍ତ ସଦସ୍ୟ ସଦସ୍ୟାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ନବ ନିର୍ବାଚିତ କମିଟିର ସମସ୍ତ ସଦସ୍ୟ ସଦସ୍ୟା ସମାଜର ହିତ ପାଇଁ ନିଷ୍ଠାପର ଭାବରେ କାମ କରିବୁ ବୋଲି ଶପଥ ପାଠ କରିଥିଲେ। ଏହି ବୈଠକରେ କଲମପୁର ଅଞ୍ଚଳର ଶତାଧିକ ଯାଦବ ମହିଳା ପୁରୁଷ ଉପସ୍ଥିତ ରହିଥିଲେ। Hemant Kumar Ray Editor, News Gallery Mob: 9439506580 Email: newsgallery.in@gmail.com Latest entries ଜିଲ୍ଲା ଖବରJune 14, 2026ରଜନୀ କାନ୍ତ ନାଏକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜିଲ୍ଲା ଖବରJune 8, 2026ଓଡ଼ିଶା ଭିଜିଲାନ୍ସ ଜଳରେ ଏମଜିଏନଆରଇଜିଏ ଅଧିକରିଣୀ ପ୍ରିୟଙ୍କା ଜେନା ଜିଲ୍ଲା ଖବରJune 4, 2026ସ୍ୱାସ୍ଥ୍ୟ ଓ ପରିବେଶ ସଚେତନତା ପାଇଁ ସାଇକେଲ ଯାତ୍ରା ଜିଲ୍ଲା ଖବରJune 4, 2026ଜେଇଇରେ କୃତିତ୍ୱ ହାସଲ କଲେ ଚେତନ ଅଗ୍ରୱାଲ
Next ଗୁରୁ ପବିତ୍ର ଗହିର ଓ ଗୌରୀଶଙ୍କର ଦୁର୍ଗା ଙ୍କୁ କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ସାଂସ୍କୃତିକ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧତ
ଜିଲ୍ଲା ଖବର ଅଲ୍ ଓଡିଶା ସିଡୁଲ୍ କାଷ୍ଟ ଫେଡେରେସନ୍ର ବୁଦ୍ଧିଜୀବୀ ସମ୍ମିଳନୀ By Hemant Kumar Ray July 22, 2025July 22, 2025
ଜିଲ୍ଲା ଖବର ୬୧ତମ ଜନ୍ମବର୍ଷିକୀ ମହୋତ୍ସବ ”ମହାବୀର ମହୋତ୍ସବ ୨୦୨୫ର ପ୍ରସ୍ତୁତି ବୈଠକ ସାମ୍ବାଦିକ ସମ୍ମିଳନୀ By Hemant Kumar Ray November 4, 2025November 4, 2025