ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବିଭିନ୍ନ ସାଂସ୍କୃତିକ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ରୁ ଓଡ଼ିଶା ସଙ୍ଗୀତ ନାଟକ ଏକା ଡେମୀ ସମ୍ମାନ ଓ କବିଚନ୍ଦ୍ର କାଳି ଚରଣ ପଟ୍ଟନାୟକ ଯୁବ ସମ୍ମାନ ରେ ସମ୍ମାନିତ ହୋଇଥିବା କଳାହାଣ୍ଡି ଜିଲ୍ଲା ର ଗୁରୁ ପବିତ୍ର ଗହିର ଓ ଗୌରୀଶଙ୍କର ଦୁର୍ଗା ଙ୍କୁ କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ସାଂସ୍କୃତିକ ସଂଗଠନ ଆଜି ମହାବୀର ସାଂସ୍କୃତିକ ଅନୁଷ୍ଠାନ ର ସମ୍ମିଳନୀ କକ୍ଷ ଠାରେ ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ସମ୍ବର୍ଦ୍ଧନା ସଭା ରେ ସାଂସ୍କୃତିକ ଅଧିକାରୀ ବିବେକାନନ୍ଦ ମହାନନ୍ଦ ,ମହାବୀର ସାଂସ୍କୃତିକ ଅନୁଷ୍ଠାନ ର ସଭାପତି ଶାନ୍ତନୁ କୁମାର ବେହେରା,ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ସିଂହ, ଚିନ୍ତୁ ନାଏକ , ମହାବୀର ସାଂସ୍କୃତିକ ଅନୁଷ୍ଠାନ ର ପୂର୍ବତନ ସଭାପତି ଜୟନ୍ତ କୁମାର ବେହେରା, ଉପ ସଭାପତି ସଞ୍ଜୟ କୁମାର ଯୋଗ ଗୁରୁ ପବିତ୍ର ଗହିର ଓ ଗୌରୀଶଙ୍କର ଦୁର୍ଗା ଙ୍କୁ ପୁଷ୍ପା ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।ଏହି ସମ୍ବର୍ଦ୍ଧନା ସଭାକୁ ଯୁଗ୍ମ ସମ୍ପାଦକ ସଞ୍ଜୟ କୁମାର ସିଂହ ପରିଚାଳନା କରିଥିବାବେଳେ ସୁଶାନ୍ତ କୁମାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

