ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ମାଣିକେଶ୍ବରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ୫୭ ତମ ବାର୍ଷିକକ୍ରୀଡା ଉତ୍ସବ ପାଳିତ ହୋଇଯାଇଛି। ଦୁଇ ଦିନ ଧରି ଅତି ଉତ୍ସାହ, ଉଦ୍ଦୀପନାର ସହ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡା ଉତ୍ସବର ଉଦଘାଟନୀ ଦିବସରେ ବିଦ୍ୟାଳୟର କ୍ରୀଡ଼ାବିତ ମାନେ ଶାରୀରିକ ଶିକ୍ଷକ ଦାୟିତ୍ୱରେ ଥିବା ଆଶୁତୋଷ ଦୁବେଙ୍କ ତତ୍ୱାବଧାନରେ ମାଣିକେଶ୍ବରୀ ମନ୍ଦିରରୁ ମଶାଲ ଶୋଭାଯାତ୍ରା ବାହାରି ଲାଲବାହାଦୁର ଶାସ୍ତ୍ରୀ ଖେଳ ପଡିଆ ରେ ଅନୁଷ୍ଠିତ ହେଉ ମଞ୍ଚ ସମ୍ମୁଖରେ ଏହା ସ୍ଥାପନା କରାଯାଇଥିଲା।
ବିଦ୍ୟାଳୟର ପ୍ରଧାନଶିକ୍ଷକ ଧର୍ମେନ୍ଦ୍ର କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ହେମ ସାଗର ମହାନନ୍ଦ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ସାମ୍ମାନିତ ଅତିଥି ବିଜୟାନନ୍ଦ ହୋତା ଅଧ୍ୟକ୍ଷ, ପିଏମଶ୍ରୀ ବିଦ୍ୟାଳୟ ତିଳଯୋଡି ଯୋଗଦେଇ ଛାତଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଦୁଇଦିନର ଏପରିମିତ ଉତ୍ସାହ ମଧ୍ୟରେ ୬ ଟି ବିଭାଗର ସର୍ବମୋଟ ୩୭ ଟି ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରି ପୁରସ୍କୃତ ହୋଇଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଜିଲ୍ଲା ଶାରୀରିକ ଅଧିକାରୀ ରୂପ ସିଂ ରାଉତ ଓ ସାମ୍ମାନିତ ଅତିଥି ଗୋରେଖ ଚନ୍ଦ୍ର ସାହୁ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି କ୍ରୀଡା ଉତ୍ସବର ସୁପରିଚାଳନା ପାଇଁ ୪ ଜଣ କ୍ରୀଡା ଶିକ୍ଷକ ଜିତେନ୍ଦ୍ର ରଥ, ତପନ ସାହୁ, ମନୋଜ କୁମାର ସାହୁ ଓ ସୁବାଷ ଚନ୍ଦ୍ର ନାଗ ସହଯୋଗ କରିଥିଲେ। ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏହି କ୍ରୀଡା ଉତ୍ସବରେ ଅଂଶ ଗ୍ରହଣ କରିଥିଲେ। ଶିକ୍ଷୟତ୍ରୀ ଗୀତାଞ୍ଜଳି ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ। ବରିଷ୍ଠ ଶିକ୍ଷକ ରାଜୁ କୁମାର ସାହୁ ଧନ୍ୟବାଦ ଅର୍ପଣ କରି ଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଦିଲ୍ଲୀପ କୁମାର ଦାଶ, ଦେବୀ ପ୍ରସାଦ ଆଚାରୀ, ସୁଦେଷ୍ଣl ନାୟକ, ମିନତି ଦାଶ, ହୃଦୟ ରଞ୍ଜନ ଜଗଦଲା, ସସ୍ମିତା ପଧାନ, ପ୍ରଗତି ସେଠ, ଜଗମୋହନ ବିଶ୍ୱାଳ, ଆଶୁତୋଷ ଦୁବେ, ଗୀତାଞ୍ଜଳି ନାଏକ, ପ୍ରତିଭା ସାହୁ, ସ୍ୱପ୍ନା ପ୍ରଧାନ, ଆନନ୍ଦିନୀ ଠାକୁର, ସୂଦୀପ୍ତା ଦାଶ, ତିଲୋତ୍ତମା ବାରିକ, ଉଦିତ ପ୍ରତାପ ସିଂଦେଓ, ହେମା ସାଠୁଆ, ନିରୁପମା ମଲ୍ଲିକ, ଅଫିସ ସହାୟକ ପୁଷ୍ପାଞ୍ଜଳି ବେହେରା, ଚତୁର୍ଥ ଶ୍ରେଣୀ କର୍ମଚାରୀ ଗୋକୁଳ ସାହୁ, ଧବଳେଶ୍ୱର ସିଂ, ସଂଜୀବ ଗୌଡ଼ ଓ ନରେଶ ମାଝୀ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।
Latest entries
ଜିଲ୍ଲା ଖବରJune 4, 2026ସ୍ୱାସ୍ଥ୍ୟ ଓ ପରିବେଶ ସଚେତନତା ପାଇଁ ସାଇକେଲ ଯାତ୍ରା
ଜିଲ୍ଲା ଖବରJune 4, 2026ଜେଇଇରେ କୃତିତ୍ୱ ହାସଲ କଲେ ଚେତନ ଅଗ୍ରୱାଲ
ଜିଲ୍ଲା ଖବରJune 4, 2026ଜିଲ୍ଲାକଂଗ୍ରେସ ର ଜିଲ୍ଲା, ବ୍ଲକ ଓ ନଗର କମିଟିର ସମୀକ୍ଷା ବୈଠକ
ଜିଲ୍ଲା ଖବରMay 28, 2026ସାମ୍ବାଦିକଙ୍କ ପିତୃ ବିୟୋଗ

