ନ୍ୟୁଜ ଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ସରକାରୀ କୃଷି ମହାବିଦ୍ୟାଳୟ ସମ୍ମୁଖରେ ମାରଣାସ୍ତ୍ର ଧରି ଡକାୟତି ଉଦ୍ୟମ କରିବା ପାଇଁ ଯୋଜନା କରୁଥିଲେ। ସୂଚନା ପାଇ ଭବାନୀପାଟଣା ଟାଉନ ଥାନା ପୁଲିସ ଟିମ୍ ଅତର୍କିତ ଚଢ଼ଉ କରି ୫ ଜଣଙ୍କୁ କାବୁ କରିଥିଲା। ସେମାନଙ୍କଠାରୁ ବିଭିନ୍ନ ମାରଣାସ୍ତ୍ର ଜବତ କରି ଥାନାକୁ ଆଣିଥିଲା। ପୁଲିସ ସେମାନଙ୍କୁ ଜେରା କରିବା ପରେ ଡକାୟତି ପାଇଁ ଯୋଜନା କରୁଥିବା ସୂଚନା ମିଳିଥିଲା। ପୁଲିସ ଏକ ମାମଲା ରୁଜୁ କରି ଭବାନୀପାଟଣା ସହରର ଲକ୍ଷ୍ମଣ ରାଉତ, ଜୁନାଗଡ଼ର ଘନଶ୍ୟାମ ଦଣ୍ଡସେନା, ଶରତ ମେହେର ଏବଂ ଝାରଖଣ୍ଡ ରାଜ୍ୟ ଧାନବାଦର ବିନୟ କୁମାର ଓ ଆଶୁତୋଷ କୁମାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଟାଉନ ଥାନା ପୁଲିସ ପକ୍ଷରୁ ଏନେଇ ତଦନ୍ତ ଜାରି ରହିଥିବା ଆଇଆଇସି ପ୍ରଦ୍ୟୁମ୍ନ ମହାପାତ୍ର ସୂଚନା ଦେଇଛନ୍ତି।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

