ନ୍ୟୁଜ ଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ସରକାରୀ କୃଷି ମହାବିଦ୍ୟାଳୟ ସମ୍ମୁଖରେ ମାରଣାସ୍ତ୍ର ଧରି ଡକାୟତି ଉଦ୍ୟମ କରିବା ପାଇଁ ଯୋଜନା କରୁଥିଲେ। ସୂଚନା ପାଇ ଭବାନୀପାଟଣା ଟାଉନ ଥାନା ପୁଲିସ ଟିମ୍ ଅତର୍କିତ ଚଢ଼ଉ କରି ୫ ଜଣଙ୍କୁ କାବୁ କରିଥିଲା। ସେମାନଙ୍କଠାରୁ ବିଭିନ୍ନ ମାରଣାସ୍ତ୍ର ଜବତ କରି ଥାନାକୁ ଆଣିଥିଲା। ପୁଲିସ ସେମାନଙ୍କୁ ଜେରା କରିବା ପରେ ଡକାୟତି ପାଇଁ ଯୋଜନା କରୁଥିବା ସୂଚନା ମିଳିଥିଲା। ପୁଲିସ ଏକ ମାମଲା ରୁଜୁ କରି ଭବାନୀପାଟଣା ସହରର ଲକ୍ଷ୍ମଣ ରାଉତ, ଜୁନାଗଡ଼ର ଘନଶ୍ୟାମ ଦଣ୍ଡସେନା, ଶରତ ମେହେର ଏବଂ ଝାରଖଣ୍ଡ ରାଜ୍ୟ ଧାନବାଦର ବିନୟ କୁମାର ଓ ଆଶୁତୋଷ କୁମାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଟାଉନ ଥାନା ପୁଲିସ ପକ୍ଷରୁ ଏନେଇ ତଦନ୍ତ ଜାରି ରହିଥିବା ଆଇଆଇସି ପ୍ରଦ୍ୟୁମ୍ନ ମହାପାତ୍ର ସୂଚନା ଦେଇଛନ୍ତି।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

