ନ୍ୟୁଜଗ୍ୟାଲେରି, ଭବାନୀପାଟଣା:ଯାଦବ ପରିବାର କଳାହାଣ୍ଡି ତରଫରୁ ସ୍ଥାନୀୟ ଟାଉନ ହଲ ଠାରେ ମହାସମାରୋହ ରେ ନନ୍ଦ ଉତ୍ସବ ପାଳନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଫେନ୍ସି ଡ୍ରେସ,ଭଜନ ସଂନ୍ଧ୍ୟା ଭଲି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରି କୁନି କଳାକାରଙ୍କୁ ଅତିଥିବୃନ୍ଦଙ୍କ ଦ୍ୱାରା ପୁରସ୍କୃତ ସହ ସଂସ୍କୃତି,ସାହିତ୍ୟ ଓ କଳା ପ୍ରତି ନୂତନ ପିଢିର ଆଗ୍ରହକୁ ଉତ୍ସାହିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ପାଞ୍ଚଶହରୁ ଉର୍ଦ୍ଧ ଶ୍ରୀକୃଷ୍ଣ ପ୍ରେମୀ ଉଭୟ ମହିଳା ଛାତ୍ର ଓ ଯୁବକ ଯାଦବଗଣ ଯୋଗଦାନ କରିଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସଂଯୁକ୍ତା ବେହେରା,ପୂର୍ବତନ ଅଧ୍ୟକ୍ଷା,ଭବାନୀପାଟଣା ପୌରପାଳିକା ତଥା ରାଜ୍ୟ ମହିଳା ସଭାନେତ୍ରୀ,ଉତ୍କଳ ଯାଦବ ମହାସଭା, ସମ୍ମାନିତ ଅତିଥି ଯୁଗଳ ପୋଡ଼ ବିଜେପି ଜିଲ୍ଲା ସଭାପତି, ଜଗଦୀଶ ଯାଦବ, ଜିଲ୍ଲା ସଭାପତି,ସମାଜ ବାଦୀ ପାର୍ଟି,ବରିଷ୍ଠ ସଂଗଠକ ନଳିନୀ ରାଉତ,ବରିଷ୍ଠ ଆଇନଜୀବୀ କୀର୍ତ୍ତନ ନାଏକ,ବିଶିଷ୍ଠ କଳାକାର ଜଜାତି ନାୟକ,ଆଇନଜୀବୀ ସାଗର ରାଉତ, ଭବାନୀପାଟଣା ସହର ଯାଦବ ସମିତି ସଂପାଦକ ସତ୍ୟନାରାୟଣ ବିଶି, ସାମ୍ବାଦିକ ତଥା ସମାଜସେବୀ ତୁଳମଣି ନାଗ, କୀର୍ତ୍ତି ଚନ୍ଦ୍ରଗୌଡ଼ ପ୍ରମୁଖ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ସର୍ପ ଧରାଳି ନିଖିଳ ସାହୁ ଓ ଅହରହ ଗୋ-ସେବା ରେ ନିଜକୁ ନିୟୋଜିତ କରୁଥିବା ‘ସହାୟତା’ ସଂଗଠନର ସମସ୍ତ ସଦସ୍ୟ ଙ୍କୁ ସେବାରତ୍ନ ସମ୍ମାନ ରେ ସମ୍ମାନିତ କରାଯାଇଥିଲା ।*ଯାଦବ ପରିବାର କଳାହାଣ୍ଡି* ପକ୍ଷରୁ ଯୁବ ସଂଗଠକ ଜିତୁ ରାଉତ, ସିଦ୍ଧାର୍ଥ ନାଏକ, ରାଧେ ରାଉତ, ଆଦିତ୍ୟ ନାଗ, କାଲେଶ୍ୱର ଚଣ୍ଡୀ, ଦୀପକ ଗୌଡ଼, ରୋଶନ ରାଉତ ଓ ଦୁଷ୍ମନ୍ତ ଗୌଡ଼ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।
Latest entries
ଜିଲ୍ଲା ଖବରAugust 29, 2026ବିଶ୍ୱ ସଂସ୍କୃତ ଦିବସ ଓ ମେହେର ଜୟନ୍ତୀ ପାଳିତ
ଜିଲ୍ଲା ଖବରAugust 28, 2026ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ରକ୍ଷା ବନ୍ଧନ ଉତ୍ସବ
ଜିଲ୍ଲା ଖବରAugust 26, 2026ନିଟ ପରିକ୍ଷାରେ କୃତକାର୍ଯ୍ୟ ହେଲେ ପୁର୍ଣିମା ପୁଝାରୀ
ଜିଲ୍ଲା ଖବରAugust 22, 2026ଭବାନୀପାଟଣା ଟାଉନ ଫୁଟବଲ ଲିଗ ଉଦଘାଟିତ

