ନ୍ୟୁଜଗ୍ୟାଲେରି,ଭବାନିପାଟଣା:ବିଶ୍ୱର ଯେଉଁ ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣ ସକ୍ରିୟ ଅଛନ୍ତି ସେହି ଗଣତନ୍ତ୍ର ସେତିକି ସୁଦୃଢ଼ ହୋଇଛି ଓ ବିକାଶଧାରା ତ୍ୱରାନ୍ୱିତ ହୋଇଛି। ସୁସ୍ଥ ସମାଜ ଗଠନରେ ଭାରତୀୟ ଗଣ ମାଧ୍ୟମର ଯଥେଷ୍ଟ ଭୂମିକା ରହିଛି ତେବେ ଗଣ ଯେତିକି ସକ୍ରିୟ ରହିବା କଥା ତାହା ପରିଲକ୍ଷିତ ହେଉନଥିବା କାରଣରୁ ଦେଶରେ ଆଞ୍ଚଳିକ ବୈଷମ୍ୟ ଦେଖା ଦେଇଛି। ଦେଶର ନାଗରିକ ମୌଳିକ ଅଧିକାର ନିମନ୍ତେ ଯେତିକି ସଚେତନ ମୌଳିକ କର୍ତ୍ତବ୍ୟ ପ୍ରତି ସେତିକି ସଚେତନ ହେଲେ ଭାରତର ବିକାଶ ଧାରା ଆହୁରି ତ୍ଵରାନିତ ହୋଇ ପାରିବ ବୋଲି ଭବାନୀପାଟଣା ସ୍ଥିତ ଜିଲ୍ଲା ସମାଜ ସୁରକ୍ଷା କାର୍ଯ୍ୟାଳୟରେ କଳାହାଣ୍ଡି ବରିଷ୍ଠ ନାଗରିକ ସଂଘ ପକ୍ଷରୁ “ସୁସ୍ଥ ସମାଜ ଗଠନରେ ଗଣ ମାଧ୍ୟମର ଭୂମିକା” ଶୀର୍ଷକ ଆଲୋଚନା ଚକ୍ରରେ ମତ ପ୍ରକାଶ ପାଇଛି। ବରିଷ୍ଠ ନାଗରିକ ସଂଘର ସଭାପତି ବିଜୟ କୁମାର ହୋତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ବରିଷ୍ଠ ସାମ୍ବାଦିକ ତଥା ଗବେଷକ ସତ୍ୟ ନାରାୟଣ ମହାପାତ୍ର ଓ ସାମ୍ବାଦିକ ରାଜ କୁମାର ସିଂହଦେଓ ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇଥିଲେ। ସଂଘର ସାଧାରଣ ସମ୍ପାଦକ ଗିରିଜା ଶଙ୍କର ବାବୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପ ସଭାପତି ମଳୟ କୁମାର ମୁଣ୍ଡ ଅତିଥି ପରିଚୟ ପ୍ରଦାନ କରିଥିଲେ। ବରିଷ୍ଠ ସାମ୍ବାଦିକ ତଥା ଗବେଷକ ଉମା ଶଙ୍କର କର ଧନ୍ୟବାଦ ଅର୍ପଣ କରିଥିଲେ।
Latest entries
ଜିଲ୍ଲା ଖବରSeptember 18, 2026ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିବସରେ ଆଶୀର୍ବାଦ ଦୀପ ପ୍ରଜ୍ୱଲନ
ଜିଲ୍ଲା ଖବରSeptember 10, 2026ଜିଲ୍ଲା ସ୍ତରୀୟ ” ବେଟି ବଚାଓ ବେଟି ପଢ଼ାଓ” ସମନ୍ନୟ ବୈଠକ ଅନୁଷ୍ଠିତ
ଜିଲ୍ଲା ଖବରSeptember 9, 2026ବିଦ୍ୟୁତ୍ ସଂସ୍ପର୍ଶରେ ମା’-ଝିଅଙ୍କ ମୃତ୍ୟୁ
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ

