ନ୍ୟୁଜ ଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ବ୍ଲକ ମୁସିଗୁଡା ସ୍ଥିତ ଆଦର୍ଶ ବିଦ୍ୟାଳୟ ଠାରେ ନିଶାମୁକ୍ତ ଭାରତ ଅଭିଯାନ ଏବଂ ମିଶନ ସ୍ପନ୍ଦନ ଅନ୍ତର୍ଗତ ବିକଶିତ ଭାରତ ଏକ ଦୃତ୍ ପଦକ୍ଷେପ ନିଆ ଯାଇଥିବା ୧୦ କୋଟି ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ବ୍ରହ୍ମକୁମାରୀ ର ସଦସ୍ୟ ମାନେ ଆଦର୍ଶ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନିଶାମୁକ୍ତ ରହିବା ପାଇଁ ପ୍ରେରଣା ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମ କୁମାରୀ ଶଶି, ବ୍ରହ୍ମ କୁମାରୀ ମଧୁ, ବ୍ରହ୍ମକୁମାରୀ ଦୁଳନି, ବ୍ରହ୍ମ କୁମାରୀ ବିକାଶ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ନିଶାରୁ ଦୂରେଇ ରହିବା ଏବଂ ନିଜ କର୍ତ୍ତବ୍ୟ ନିଷ୍ଠାର ସହ ଶିକ୍ଷ୍ୟା ଅର୍ଜନ କରିବା ମନ ଧ୍ୟାନ ଏକତ୍ରିତ କରି ପାଠ ପଢିବା ପାଇଁ ପ୍ରେରଣା ଦେବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଶାଙ୍କ ଶେଖର ଚୌଧୁରୀ ଙ୍କୁ ନିଶାମୁକ୍ତ ଶିକ୍ଷାଦାନ ପ୍ରେରଣା ନଦେବା କୁସଂଗତ ରେ ନିବୃଦ ନ ରହିବା ଶିକ୍ଷାଦାନ ସୁଦୃଢ କରିଥିବାରୁ ତାଙ୍କୁ ବ୍ରହ୍ମ କୁମାରୀ ପକ୍ଷରୁ ସମ୍ମାନ ସହ ଏକ ମାନପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଉପସ୍ଥିତ ରହି ନିଶାମୁକ୍ତ ଅଭିଯାନ ରେ ସାମିଲ ହୋଇ ସମର୍ଥନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମ କୁ ଶିକ୍ଷକ ଦୀପକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Latest entries
ଜିଲ୍ଲା ଖବରSeptember 21, 2026ସ୍ଵତନ୍ତ୍ର ସଘନ ସଂଶୋଧନ -୨୦୨୬ ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ
ଜିଲ୍ଲା ଖବରSeptember 18, 2026ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିବସରେ ଆଶୀର୍ବାଦ ଦୀପ ପ୍ରଜ୍ୱଲନ
ଜିଲ୍ଲା ଖବରSeptember 10, 2026ଜିଲ୍ଲା ସ୍ତରୀୟ ” ବେଟି ବଚାଓ ବେଟି ପଢ଼ାଓ” ସମନ୍ନୟ ବୈଠକ ଅନୁଷ୍ଠିତ
ଜିଲ୍ଲା ଖବରSeptember 9, 2026ବିଦ୍ୟୁତ୍ ସଂସ୍ପର୍ଶରେ ମା’-ଝିଅଙ୍କ ମୃତ୍ୟୁ

