ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ତେଳନଦୀ ଉପରେ ଥିବା ତୁର୍କେଲ ପୋଲର ନିର୍ମାଣ କରିବା ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ତୁର୍କେଲରୁ ଭବାନୀପାଟଣା ପର୍ଯ୍ୟନ୍ତ ୩୮କିମି ପ୍ରଯନ୍ତ ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଦୀର୍ଘ ଦିନ ଧରି ନୂତନ ବ୍ରିଜ ନିର୍ମାଣ ଦାବିର ସମାଧାନ ନହେବା ଏବଂ ସରକାରଙ୍କ ଉଦାସୀନ ମନୋଭାବ ବିରୋଧରେ ସଦର ବିଧାୟକ ସାଗର ଚରଣ ଦାସ ଙ୍କ ଅଧକ୍ଷତାରେ ପଦଯାତ୍ରାର କରିଥିଲା। ଉଲ୍ଲେଖଯୋଗ୍ୟ ଯେ, ତୁର୍କେଲ ବ୍ରିଜ ନିର୍ମାଣ ଦାବିରେ କଂଗ୍ରେସ ପକ୍ଷରୁ ଦିର୍ଘ ୧୦୦ ଦିନ ଧରି ଅହୋରାତ୍ର ଧାରଣା ଜାରି ରଖୀ ଏପର୍ଯ୍ୟନ୍ତ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଶ୍ୟମାନ ପଦକ୍ଷେପ ନିଆଯାଇ ନଥିବାରୁ ଆନ୍ଦୋଳନକୁ ଅଧିକ ତୀବ୍ର କରାଯାଇଛି।ଏହି ପଦଯାତ୍ରାରେ ସଦର ବିଧାୟକ ସାଗର ଚରଣ ଦାସଙ୍କ ସମେତ କଂଗ୍ରେସର ବହୁ ନେତା, କର୍ମୀ ଓ ସାଧାରଣ ଲୋକେ ସାମିଲ ହୋଇଥିଲେ।
ପଦଯାତ୍ରା ଭବାନୀପାଟଣାରେ ପହଞ୍ଚିବା ପରେ କୃଷି ମହାବିଦ୍ୟାଳୟ ଠାରୁ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ପହଞ୍ଚିବା ପରେ କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। ଏବଂ ବ୍ରିଜ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ଦାବି କରିଥିଲେ। ଏହି ପଦଯାତ୍ରାରେ ଜିଲ୍ଲା କଂଗ୍ରେସ ସଭାପତି ସମିତ ଜିଲ୍ଲା କଂଗ୍ରେସ କର୍ମକର୍ତ୍ତା,ବହୁ ଛାତ୍ର ଛାତ୍ରୀ ସାମିଲ ହୋଇଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

