ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଓଡ଼ିଶାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମହାବୀର ସାଂସ୍କୃତିକ ଅନୁଷ୍ଠାନ ପାଳନ କରୁଛି ତାହାର ୬୧ ତମ ଜନ୍ମ ମହୋତ୍ସବ, ମହାବୀର ମହୋତ୍ସବ ୨୦୨୫ ନଭେମ୍ବର ୮ ତାରିଖରୁ ଆରମ୍ଭ ହୋଇଥିବା ମହାବୀର ମହୋତ୍ସବର ଷଷ୍ଠ ଦିବସରେ ଗୁରୁବାର ଆୟୋଜିତ ହୋଇଥିଲା ଜିଲ୍ଲା ସ୍ତରୀୟ କବି ସମ୍ମିଳନୀ। ବରିଷ୍ଠ କବି ସନ୍ତୋଷ କୁମାର ରଥଙ୍କ ସଭାପତିତ୍ଵରେ ଆୟୋଜିତ ଏହି କବି ସମ୍ମିଳନୀରେ ବର୍ଷୀୟାନ କବି ଲଳିତ କାନୁନଗୋ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିବା ବେଳେ, ବର୍ଷୀୟାନ କବି ସୁଦର୍ଶନ ଦାଶ, ବୁରହାନ ମହମ୍ମଦ, ଅନୁଷ୍ଠାନର ସଭାପତି ଶାନ୍ତନୁ କୁମାର ବେହେରା, ଉପ ସଭାପତି ସଞ୍ଜୟ କୁମାର ଓ ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ସିଂହ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। କବି ପ୍ରଶାନ୍ତ ଦାଶ ଓ ପୁଣ୍ୟଦୀପା ଖମାରୀଙ୍କ ସଂଯୋଜନାରେ ଆୟୋଜିତ କବି ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ରୁ ନିମନ୍ତ୍ରିତ ୪୫ ଜଣ କବି ଓ କବୟିତ୍ରୀ ଯୋଗଦେଇ ସ୍ବରଚିତ କବିତାମାନ ଆବୃତ୍ତି କରିଥିଲେ।
Latest entries
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ
ଜିଲ୍ଲା ଖବରOctober 6, 2026ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ “ନମୋ ସେବା ଗାଥା” ଅନ୍ତର୍ଗତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ
ଜିଲ୍ଲା ଖବରOctober 6, 2026ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର
ଜିଲ୍ଲା ଖବରOctober 4, 2026ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ

