ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ମହାବୀର ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଆୟୋଜିତ ୬୧ତମ ମହାବୀର ମହୋତ୍ସବ ପଞ୍ଚମ ଦିନରେ ପହଞ୍ଚିଛି। ପୂର୍ବାହ୍ନରେ କଳାହାଣ୍ଡି ଆର୍ଟ ଫାଉଣ୍ଡେସନ ଆନୁକୂଲ୍ୟରେ ଉଦଘାଟିତ ହୋଇଥିଲା ଜାତୀୟ ଶିଶୁ ଚିତ୍ରକଳା ପ୍ରଦର୍ଶନୀ। ପ୍ରଦର୍ଶନୀକୁ କଳାହାଣ୍ଡି ଜିଲ୍ଲା ବାଣିଜ୍ୟ, ଦ୍ରବ୍ୟ ଓ ସେବାକର ବିଭାଗର ସହକାରୀ କମିସନର ପ୍ରଦୋଷ କୁମାର ଦିଗାଲ ଉଦଘାଟନ କରିଥିଲେ।
ଏଥିରେ ମୁଖ୍ୟଅତିଥି ଭାବେ ଗଞ୍ଜାମ ଖଲିକୋଟସ୍ଥିତ ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ସୁବ୍ରତ ମଲ୍ଲିକ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଉମାଶଙ୍କର ପଣ୍ଡା, ବରିଷ୍ଠ ଚିତ୍ରଶିଳ୍ପୀ ବିଦ୍ୟୁତଲତା ପାଟଯୋଶୀ, ଚିତ୍ରଶିଳ୍ପୀ ଶଶଧର ପତି ଯୋଗଦେଇଥିଲେ। ପିଏମଶ୍ରୀ ସରକାରୀ ମ୍ୟୁନିସିପାଲ ହାଇସ୍କୁଲର ପ୍ରଧାନଶିକ୍ଷକ ଇଲାରାଣୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରତିଭାଗୀଙ୍କୁ ପୁରସ୍କାର ବିତରଣ ପରେ ରଙ୍ଗୀନ କ୍ୟାଟଲଗ ଉନ୍ମୋଚିତ ହୋଇଥିଲା। ବିଶିଷ୍ଟ ଶିକ୍ଷାବିତ ଡ. ଅଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାହିତ୍ୟସଭାରେ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ ଯୋଗ ଦେଇଥିବାବେଳେ ମହାବୀର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଶାନ୍ତନୁ ବେହେରା, ଉପସଭାପତି ସଞ୍ଜୟ କୁମାର, ସାଧାରଣ ସଂପାଦକ ସତ୍ୟ ନାରାୟଣ ସିଂହ, ନାଟ୍ୟ ସଂପାଦକ ସୁଶାନ୍ତ ସିଂହ ପ୍ରମୁଖ ମଞ୍ଚାସୀନ ଥିଲେ।
ଏହି ଅବସରରେ ପୂର୍ବତନ ବିଧାୟକ ମହେଶ୍ୱର ନାୟକ ସ୍ମୃତି କମିଟି ଦ୍ୱାରା ପ୍ରକାଶିତ ‘ଜନନାୟକ ମହେଶ୍ୱର ନାୟକ’ ପୁସ୍ତକକୁ ଅତିଥିମାନେ ଲୋକାର୍ପଣ କରିଥିଲେ। ଏଥିରେ ପୁସ୍ତକର ଲେଖକ ସୀମାଞ୍ଚଳ ନାଗଙ୍କ ସହିତ ସ୍ମୃତି କମିଟିର ସଭାପତି ଅଶୋକ ପାତ୍ର, ଆବାହକ ସକିତ ରତେ, ଶୁଭଲକ୍ଷ୍ମୀ ନାୟକ, କୀର୍ତ୍ତନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ପାତ୍ର ଉନ୍ମୋଚିତ ପୁସ୍ତକର ସମୀକ୍ଷା କରିଥିଲେ। ଏହାପରେ ପୁରସ୍କାର ବିତରଣୀ ଓ ସମ୍ବର୍ଦ୍ଧନା ସମାରୋହରେ ସାହିତ୍ୟ କ୍ଷେତ୍ରରେ କବି ରବୀନ୍ଦ୍ର ଖମାରୀ, କ୍ରୀଡ଼ାକ୍ଷେତ୍ରରେ ପ୍ରକାଶ ରାଉତ, ଲୋକକଳା କ୍ଷେତ୍ରରେ ଗୌରାଙ୍ଗ ହଂସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଲୋକ ସାହୁ, ପ୍ରଦୀପ ସିଂହ ଓ ବୁରହାନ ମହମ୍ମଦ ମାନପତ୍ର ପାଠ କରିଥିଲେ। ସେହିପରି ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଅନୁଷ୍ଠାନର ଯୁଗ୍ମ ସଂପାଦକ ସଞ୍ଜୀବ ସିଂହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହାପରେ ଜୁନାଗଡ଼ କଳାବିକାଶ କେନ୍ଦ୍ର ଦ୍ୱାରା ଓଡିଶୀ ନୃତ୍ୟ ପରିବେଷିତ ହୋଇଥିଲା। ସେହିପରି ଶିଶୁ ନୃତ୍ୟ ପ୍ରତିଯୋଗିତାର ଚୂଡାନ୍ତ ପର୍ଯ୍ୟାୟ ପ୍ରତିଯୋଗିତା ଆଜି ଅନୁଷ୍ଠିତ ହୋଇଥିଲା। ଶେଷରେ ରିୟଲିଟି ସୋ ଭଏସ ଅଫ କଳାହାଣ୍ଡିର ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହୋଇଥିଲା।
Latest entries
ଜିଲ୍ଲା ଖବରApril 6, 2026ଓଡ଼ିଆ ପକ୍ଷ ପାଳନ ଅବସରରେ ଏୈତିହ ଗଣଦୌଡ
ଜିଲ୍ଲା ଖବରApril 6, 2026କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର
ଜିଲ୍ଲା ଖବରApril 5, 2026ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା
ଜିଲ୍ଲା ଖବରApril 3, 2026କଳାହାଣ୍ଡି ଓକିଲ ସଙ୍ଘ ର ନବ ନିର୍ବାଚିତ କର୍ମକର୍ତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

