ନ୍ୟୁଜ ଗ୍ୟାଲେରି, ଧର୍ମଗଡ: କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ଟୁରିହଳଦୀ ଗ୍ରାମବାସୀ ବିଭିନ୍ନ ସମସ୍ୟା କୁ ନେଇ ଧର୍ମଗଡ ଉପଜିଲ୍ଲାପାଳ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଠାରେ ଫେରାଦ ହେବା ସହ ଏକ ଦାବୀ ପତ୍ର ଦେଇଛନ୍ତି। ଗାଁ ରେ ଵିଭିନ୍ନ ସମସ୍ୟା ଦୀର୍ଘଦିନ ରୁ ଲାଗି ରହିଛି।ଵିଶେଷ କରି ଟୁରିହଳଦୀ ଠାରୁ ଗଡିଆଜୋର ଏବଂ ପିପିଲା ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ଵ ରେ ଲଟା ବୁଦା ଉଠି ଜଙ୍ଗଲ ସୃଷ୍ଟି ହୋଇଛି।ଯାହା ମଣିଷ ଠାରୁ ଆରମ୍ଭ କରି ଯାନବାହନ ଯିବା ବି ଅସମ୍ଭବ ହୋଇ ପଡିଛି।ଏପରିକି ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ନଜିର ରହିଛି।
ଛାତ୍ର ଛାତ୍ରୀ ମାନେ ସେହି ରାସ୍ତା ଦେଇ ଯିବା ଆସିବା କରୁଥିବା ବେଳେ କେତେବେଳେ ଯେ କିଛି ଅଘଟଣ ନ ଘଟିବ ଏଡାଇ ଦିଆ ଯାଇନପାରେ। ବିପଦ ସଂକୁଳ ହୋଇପଡିଥିବା ଯୋଗୁ ଛାତ୍ର ଛାତ୍ରୀ ମାନେ ସ୍କୁଲ କଲେଜ ଯିବାରେ ବ୍ୟାଘାତ ସୃଷ୍ଟି ହୋଇଛି।ଅନ୍ୟପଟେ ଟୁରିହଳଦୀ ଗାଁ କୁ ଲକ୍ଷ୍ମୀ ବସ ଚଲେଇବା, ଗାଁରେ ଲାଗିଥିବା ଅଚଳ ଷ୍ଟ୍ରିଟ ଲାଇଟ ମରାମତି କରିବା ଭଳି ବିଭିନ୍ନ ଦାବୀ ଦାବିପତ୍ର ରେ ଉଲ୍ଲେଖ ରହିଛି। ଦାବିପତ୍ର ପ୍ରଦାନ ସମୟରେ ଛାତ୍ରୀ କାଞ୍ଚନ ନାଏକ,ଛାତ୍ରୀ ଟିକେଶ୍ବରୀ ନାଗ, କରିନା ନାଗ, ଟଙ୍କଧର ନାଗ, ସରୋଜ କୁମାର ନାଗ, ଜଗତାନନ୍ଦ ପାନ, ଧବଳେଶ୍ୱର ବାଗ, ଶୁଭନ ବାଗ, ଲକ୍ଷ ପ୍ରସାଦ ନିଆଲ, ଗଉସିଂ ନାଗ, ଦେବେନ୍ଦ୍ର ନାଗ, କ୍ଷତ୍ରିୟ ନାଗ, ଜଗନ୍ନାଥ ବାଗ, ଉପେନ୍ଦ୍ର ବାଗ, ମାୟା ତେଜି, ବିଶ୍ୱମ୍ବର ନାଗ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ରହି ଥିଲେ। ଦାବିପତ୍ର ପ୍ରଦାନ ପରେ ତୁରନ୍ତ ଧର୍ମଗଡ ବିଡ଼ିଓ ଘଟଣା ସ୍ଥଳକୁ ପହଞ୍ଚି ରାସ୍ତା ଦୁଇ ପାର୍ଶ୍ଵ ରେ ଲଟା ବୁଦା ଉଠି ଜଙ୍ଗଲ ସୃଷ୍ଟି ହୋଇଥିବା ଲଟା ବୁଦା କୁ ତୁରନ୍ତ କାଟି ଦେବା ପାଇଁ ଗଡିଆଜୋର ସରପଞ୍ଚ ଙ୍କୁ ନିର୍ଦେଶ ଦେଇଥିବା ବେଳେ ଗାଁ ରେ ୧୦ ଗୋଟି ନୂତନ ଷ୍ଟ୍ରିଟ ଲାଇଟ ଲଗାଇବା ସହ ଅଚଳ ଥିବା ଷ୍ଟ୍ରିଟ ଲାଇଟ କୁ ମରାମତି କରାଯିବ ବୋଲି ଗ୍ରାମବାସୀଙ୍କୁ ବିଡ଼ିଓ ସଦାଶିବ ନାୟକ ପ୍ରତିଶୃତି ଦେଇଥିବା ସୂଚନା ରହିଛି। ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀ ଙ୍କ ରିପୋଟ।
Latest entries
ଜିଲ୍ଲା ଖବରDecember 14, 2025ବରିଷ୍ଠ ନାଗରିକ ତୀର୍ଥଯାତ୍ରା ତାମିଲନାଡୁ ସ୍ଥିତ ରାମେଶ୍ଵରମ ଓ ମଦୁରାଇ ଯାତ୍ରା ।
ଜିଲ୍ଲା ଖବରDecember 11, 2025ଧର୍ମଗଡ ମୁଖ୍ୟ ରାସ୍ତା ଜବରଦଖଲ ଉଚ୍ଛେଦ।
ଜିଲ୍ଲା ଖବରDecember 11, 2025ବ୍ଲକ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ
ଜିଲ୍ଲା ଖବରDecember 11, 2025ଧର୍ମଗଡ଼ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ପାଇଁ ପ୍ରସ୍ତୁତି ବୈଠକ।

