ନ୍ୟୁଜଗ୍ୟାଲେରି, ଭବାନିପାଟଣା:ସନ୍ଥ ଶିରୋମଣି ଶ୍ରୀ ଗୁରୁ ରବୀଦାସ ମହାରାଜଙ୍କ ୬୫୦ତମ ଜନ୍ମଜୟନ୍ତୀ ଉପଲକ୍ଷେ କଳାହାଣ୍ଡି ବିଜେପି ପକ୍ଷରୁ ବିଶାଳ କଳସ ଶୋଭାଯାତ୍ରା
ସମତା, ସାମାଜିକ ସମରସତା, ଭାଇଚାରା ଓ ମାନବିକତାର ମହାନ ବାର୍ତ୍ତା ପ୍ରଚାର କରିଥିବା ସନ୍ଥ ଶିରୋମଣି ଶ୍ରୀ ଗୁରୁ ରବୀଦାସ ମହାରାଜଙ୍କ ୬୫୦ତମ ଜନ୍ମଜୟନ୍ତୀକୁ ଅବିସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଭାରତୀୟ ଜନତା ପାର୍ଟି, କଳାହାଣ୍ଡି ଜିଲ୍ଲା ପକ୍ଷରୁ ଏକ ଭବ୍ୟ କଳସ ଶୋଭାଯାତ୍ରା ଓ ସମସ୍ତ ମଣ୍ଡଳକୁ ପବିତ୍ର କଳସ ବିତରଣ କାର୍ଯ୍ୟକ୍ରମ ଭବାନୀପାଟଣାରେ ଭକ୍ତି, ଶ୍ରଦ୍ଧା ଓ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ଙ୍କ ନେତୃତ୍ୱରେ ଏବଂ ଜିଲ୍ଲା ସାଧାରଣ ସମ୍ପାଦକ ଲୋକନାଥ ଦୁର୍ଗାଙ୍କ ତତ୍ତ୍ୱାବଧାନରେ ପୁରୁଣାପଡ଼ାସ୍ଥିତ ରାଧାକୃଷ୍ଣ ମନ୍ଦିରଠାରୁ ଏହି ଭବ୍ୟ କଳସ ଶୋଭାଯାତ୍ରା ଆରମ୍ଭ ହୋଇ ଟାଉନ ହଲ୍ ପର୍ଯ୍ୟନ୍ତ ପହଞ୍ଚିଥିଲା। ଶୋଭାଯାତ୍ରାରେ ସନ୍ଥ ରବୀଦାସ ମହାରାଜଙ୍କ ପବିତ୍ର ବାଣୀ ଓ ଆଦର୍ଶର ଜୟଗାନ ସହିତ ଭକ୍ତି ଓ ସମରସତାର ଏକ ଅପୂର୍ବ ପରିବେଶ ସୃଷ୍ଟି ହୋଇଥିଲା। ଟାଉନ ହଲ୍ ପରିସରରେ ଆୟୋଜିତ ସଭାରେ ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବାଇଧର ମଲ୍ଲିକ ଯୋଗଦେଇ ସନ୍ଥ ଶିରୋମଣି ଶ୍ରୀ ରବୀଦାସ ମହାରାଜଙ୍କ ମହାନ ଜୀବନ, ସମାଜ ପ୍ରତି ତାଙ୍କର ଅବଦାନ ଏବଂ ସମତା ଓ ସାମାଜିକ ସମରସତାର ବିଚାରଧାରା ଉପରେ ଆଲୋକପାତ କରିଥିଲେ।
ଏହି ସଭାରେ ରାଜ୍ୟ ଉପସଭାପତି ଭବେନ୍ଦ୍ର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନମିତା ରାଣୀ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ପଣ୍ଡା, ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବିଷ୍ଣୁ ନାଏକ, ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସାଧାରଣ ସମ୍ପାଦକ ମନୀନଜର ଆର୍ଯ୍ୟ, ରାଜ୍ୟ ସମ୍ପାଦକ ହରିହର ମହାନଦ, ଅର୍ପ୍ରେସ ସ୍ୱାଇଁ, ଜିଲ୍ଲା ସଭାନେତ୍ରୀ କାଞ୍ଚନ ବାଗ, ପୂର୍ବତନ ବିଧାୟକ ଅନାମ ନାଏକଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଯୋଗଦେଇ ସନ୍ଥ ରବୀଦାସ ମହାରାଜଙ୍କ ମହାନ ବିଚାରଧାରା ଉପରେ ନିଜ ନିଜର ଅଭିଭାଷଣ ରଖିଥିଲେ।କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରତ୍ୟେକ ମଣ୍ଡଳର ସଭାପତି ଓ ପ୍ରଭାରୀ, ଜିଲ୍ଲା ପଦାଧିକାରୀ ଏବଂ ସମସ୍ତ ମୋର୍ଚ୍ଚାର ଜିଲ୍ଲାସ୍ତରୀୟ ନେତୃତ୍ୱ ଉପସ୍ଥିତ ରହିଥିଲେ।
Latest entries
ଜିଲ୍ଲା ଖବରAugust 19, 2026ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କ ଅକାଳ ବିୟୋଗ
ଜିଲ୍ଲା ଖବରAugust 19, 2026କଳାହାଣ୍ଡି ବିଜେପି ପକ୍ଷରୁ ବିଶାଳ କଳସ ଶୋଭାଯାତ୍ରା
ଜିଲ୍ଲା ଖବରAugust 14, 2026ବିଜେଡିର ବୁଥ୍ ସ୍ତରୀୟ ଯୁବ-ଛାତ୍ର ସମ୍ମିଳନୀ
ଜିଲ୍ଲା ଖବରAugust 14, 2026ବିକାଶ ଶିକ୍ଷାନୁଷ୍ଠାନ ତରଫରୁ ସଚେତନତା ରାଲି

