ନ୍ୟୁଜ ଗ୍ୟାଲେରି, ବ୍ରହ୍ମପୁର: ସ୍ଥାନୀୟ ଦେଶୀ ବେହେରା ସାହିସ୍ଥିତି ବିଜେ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ଆନନ୍ଦ ଉଲ୍ଲାସର ସହ ରାତ୍ର ବିଳମ୍ୱିତ ପ୍ରହରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମନ୍ଦିର ପରିସରରେ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଭାଗବତ ପୂରାଣ ପାଠ କରାଯାଇଥିଲା । ଘଣ୍ଟ ବାଦ୍ୟ, ନୃତ୍ୟ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା । ମନ୍ଦିରର ମୁଖ୍ୟ ମହନ୍ତ ଅନିରୁଦ୍ଧ ଦାସ ମହାରାଜ ଶ୍ରୀକୃଷ୍ଣ ଜନ୍ମ ଓ ନନ୍ଦୋତ୍ସବ ବୃତ୍ତାନ୍ତ ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବଡ଼ବଜାର ଅଞ୍ଚଳର ପ୍ରତିଷ୍ଠିତ ବ୍ୟକ୍ତି ଓ ମହିଳାଙ୍କ ସମେତ ବରିଷ୍ଠ ସାମ୍ୱାଦିକ ରବି ରଥ, ଶ୍ରୀନନ୍ଦନ ଦାସ, ମଞ୍ଜୁ ରଥ, ସବିତା ଦାସ, ଅଧ୍ୟାପିକା ସୁଦତ୍ତା ରଥ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Latest entries
ଜିଲ୍ଲା ଖବରNovember 26, 2025ଯାଦବ ଏକତା ମଞ୍ଚର ସାଧାରଣ ସଭା
ଜିଲ୍ଲା ଖବରNovember 26, 2025ମାଣିକେଶ୍ବରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ୫୭ ତମ ବାର୍ଷିକକ୍ରୀଡା ଉତ୍ସବ ପାଳିତ
ଜିଲ୍ଲା ଖବରNovember 24, 2025ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ପାଳିତ
ଜିଲ୍ଲା ଖବରNovember 24, 2025ଲକ୍ଷ୍ମୀ ବିକାଶର ବାର୍ଷିକୋତ୍ସବ “ହାର୍ଭେଷ୍ଟ ୨୦୨୫ ” ପାଳିତ

