ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଗସ୍ତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କଳାହାଣ୍ଡି ଗସ୍ତ ରେ ଆସନ୍ତା ୨୬ତାରିଖ ଆସୁଛନ୍ତି ଓଡ଼ିଶା ପ୍ରଦେଶ ବିଜେପି ରାଜ୍ୟ ସଭାପତି । ରାଜ୍ୟ ରେ ସଭାପତି ଦାଇତ୍ୱ ଗ୍ରହଣ ପରେ ପ୍ରଥମ କଳାହାଣ୍ଡି ଗସ୍ତ କୁ ନେଇ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ ଓ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଙ୍କ ଅଧ୍ୟକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକ ରେ ରାଜ୍ୟ ସଭାପତି ଙ୍କ ଆଗମନ କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ବିଷୟ ରେ ବିସ୍ତୃତ ଆଲୋଚନା କରାଯାଇଥିଲା ।ସୁଚନା ମୁତାବକ ରାଜ୍ୟ ସଭାପତି ମନମୋହନ ସାମଲ ଙ୍କୁ କଳାହାଣ୍ଡି ପ୍ରବେଶ ପଥ ଅମାଠ ଛକ ଠାରେ ଭବ୍ୟ ସ୍ଵାଗତ କରାଯିବାସହ କେସିଙ୍ଗା , ପାଷ୍ଟିକୁଡ଼ି ଓ ଭବାନୀପାଟଣା ଲାଲ ପୁଲିୟା ଠାରୁ ବିଶାଳ ବାଇକ୍ ରେଲି ପଟୁଆର ରେ ଆସି ସହର ପରିକ୍ରମା କରି ଭବାନୀପାଟଣା ଟାଉନ ହଲ ଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯିବ । କାର୍ଯ୍ୟ ସମାପ୍ତି ପରେ ଭବାନୀପାଟଣା ସର୍କିଟ ହାଉସ ଠାରେ ପ୍ରମୁଖ କାର୍ଯ୍ୟକର୍ତ୍ତା ଙ୍କ ସହ ବୈଠକ ପରେ ରାତ୍ରୀ ଯାପନ କରିବେ ଓ ୨୭ ତାରିଖ ଦିନ ଜୁନାଗଡ ଓ ଧର୍ମଗଡ ନିର୍ବାଚନ ମଣ୍ଡଳୀ ରେ କାର୍ଯ୍ୟକର୍ତ୍ତା ବୈଠକ କୁ ସମ୍ବୋଧିତ କରିବେ କଳାହାଣ୍ଡି ସାଂଗଠନିକ ୪୧ ଗୋଟି ମଣ୍ଡଳ ରୁ ବୁଥ ସ୍ତର ର କାର୍ଯ୍ୟକର୍ତ୍ତା ଙ୍କୁ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେବା ପାଇଁ ଜିଲ୍ଲା ର ଶୀର୍ଷ ନେତୃତ୍ଵ ଙ୍କୁ ଦାୟିତ୍ଵ ପ୍ରଦାନ କରି କାର୍ଯ୍ୟକ୍ରମ ଙ୍କୁ ସଫଳ କରିବା ପାଇଁ ଜିଲ୍ଲା ସଭାପତି ଆଗ୍ରହ ପ୍ରକାଶ କରିଛନ୍ତି । ପ୍ରସ୍ତୁତି ବୈଠକ ରେ ପୂର୍ବତନ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି,ଜିଲ୍ଲା ଉପ ସଭାପତି ପ୍ରଶାନ୍ତ ସାହୁ ,ମୁକେଶ ଅଗ୍ରୱାଲ ,ଜିଲ୍ଲା ସାଧାରଣ ସମ୍ପାଦକ ଜୟ ଶଙ୍କର ନାଏକ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ମାଝୀ, ମୋନୋଜ ମେହେର, ହିମାଂଶୁ ପଣ୍ଡା,ପୂର୍ବତନ ନଗର ସଭାପତି ସନ୍ତୋଷ ବିଶି,ଜିଲ୍ଲା ସମ୍ପାଦକ ସତ୍ୟ ବେହେରା ,ବରିଷ୍ଟ ନେତା ଭାରତଦେଓ , ଭବାନୀପାଟଣା ନଗର ସଭାପତି ଚିତ୍ତ ରଞ୍ଜନ ପାତ୍ର ,ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିବ୍ୟଜ୍ୟୋତି ମୁଣ୍ଡ, ଯୁବମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ,ହିମାଂଶୁ ବିଶ୍ଵାଳ,ଅକୁର ହରପାଲ୍,ରାକେଶ ଶର୍ମା, ମାନସ ଜେନା,ପବିତ୍ର ନାଏକ, ସ୍ମିତ୍ ବେହେରା ଙ୍କ ସମତେ ଜିଲ୍ଲା ମିଡିଆ ସଂଯୋଜକ ନରହରି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।
Latest entries
ଜିଲ୍ଲା ଖବରNovember 5, 2025ଉତ୍କଳ ଆଲୁମିନା ପକ୍ଷରୁ ଥୁଆମୂଲ୍ ରାମପୁର ବ୍ଲକରେ ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର
ଜିଲ୍ଲା ଖବରNovember 4, 2025ଜଗନ୍ନାଥ ତ୍ରିପାଠୀଙ୍କ ମା କୁମୁଦିନୀ ତ୍ରିପାଠୀ ଆଉ ନାହାନ୍ତି
ଜିଲ୍ଲା ଖବରNovember 4, 2025୬୧ତମ ଜନ୍ମବର୍ଷିକୀ ମହୋତ୍ସବ ”ମହାବୀର ମହୋତ୍ସବ ୨୦୨୫ର ପ୍ରସ୍ତୁତି ବୈଠକ ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରNovember 3, 2025ଆସନ୍ତା ୧୯ରେ ମାଣିକେଶ୍ବରୀ ମହୋତ୍ସବ ସଫଳ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ

