ଜିଲ୍ଲା ଖବର କଳାହାଣ୍ଡି ଗସ୍ତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ By Hemant Kumar Ray August 22, 2025August 22, 2025 0 minutes, 0 seconds Read 513 ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଗସ୍ତରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କଳାହାଣ୍ଡି ଗସ୍ତ ରେ ଆସନ୍ତା ୨୬ତାରିଖ ଆସୁଛନ୍ତି ଓଡ଼ିଶା ପ୍ରଦେଶ ବିଜେପି ରାଜ୍ୟ ସଭାପତି । ରାଜ୍ୟ ରେ ସଭାପତି ଦାଇତ୍ୱ ଗ୍ରହଣ ପରେ ପ୍ରଥମ କଳାହାଣ୍ଡି ଗସ୍ତ କୁ ନେଇ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ ଓ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଙ୍କ ଅଧ୍ୟକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକ ରେ ରାଜ୍ୟ ସଭାପତି ଙ୍କ ଆଗମନ କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ବିଷୟ ରେ ବିସ୍ତୃତ ଆଲୋଚନା କରାଯାଇଥିଲା ।ସୁଚନା ମୁତାବକ ରାଜ୍ୟ ସଭାପତି ମନମୋହନ ସାମଲ ଙ୍କୁ କଳାହାଣ୍ଡି ପ୍ରବେଶ ପଥ ଅମାଠ ଛକ ଠାରେ ଭବ୍ୟ ସ୍ଵାଗତ କରାଯିବାସହ କେସିଙ୍ଗା , ପାଷ୍ଟିକୁଡ଼ି ଓ ଭବାନୀପାଟଣା ଲାଲ ପୁଲିୟା ଠାରୁ ବିଶାଳ ବାଇକ୍ ରେଲି ପଟୁଆର ରେ ଆସି ସହର ପରିକ୍ରମା କରି ଭବାନୀପାଟଣା ଟାଉନ ହଲ ଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯିବ । କାର୍ଯ୍ୟ ସମାପ୍ତି ପରେ ଭବାନୀପାଟଣା ସର୍କିଟ ହାଉସ ଠାରେ ପ୍ରମୁଖ କାର୍ଯ୍ୟକର୍ତ୍ତା ଙ୍କ ସହ ବୈଠକ ପରେ ରାତ୍ରୀ ଯାପନ କରିବେ ଓ ୨୭ ତାରିଖ ଦିନ ଜୁନାଗଡ ଓ ଧର୍ମଗଡ ନିର୍ବାଚନ ମଣ୍ଡଳୀ ରେ କାର୍ଯ୍ୟକର୍ତ୍ତା ବୈଠକ କୁ ସମ୍ବୋଧିତ କରିବେ କଳାହାଣ୍ଡି ସାଂଗଠନିକ ୪୧ ଗୋଟି ମଣ୍ଡଳ ରୁ ବୁଥ ସ୍ତର ର କାର୍ଯ୍ୟକର୍ତ୍ତା ଙ୍କୁ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେବା ପାଇଁ ଜିଲ୍ଲା ର ଶୀର୍ଷ ନେତୃତ୍ଵ ଙ୍କୁ ଦାୟିତ୍ଵ ପ୍ରଦାନ କରି କାର୍ଯ୍ୟକ୍ରମ ଙ୍କୁ ସଫଳ କରିବା ପାଇଁ ଜିଲ୍ଲା ସଭାପତି ଆଗ୍ରହ ପ୍ରକାଶ କରିଛନ୍ତି । ପ୍ରସ୍ତୁତି ବୈଠକ ରେ ପୂର୍ବତନ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି,ଜିଲ୍ଲା ଉପ ସଭାପତି ପ୍ରଶାନ୍ତ ସାହୁ ,ମୁକେଶ ଅଗ୍ରୱାଲ ,ଜିଲ୍ଲା ସାଧାରଣ ସମ୍ପାଦକ ଜୟ ଶଙ୍କର ନାଏକ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ମାଝୀ, ମୋନୋଜ ମେହେର, ହିମାଂଶୁ ପଣ୍ଡା,ପୂର୍ବତନ ନଗର ସଭାପତି ସନ୍ତୋଷ ବିଶି,ଜିଲ୍ଲା ସମ୍ପାଦକ ସତ୍ୟ ବେହେରା ,ବରିଷ୍ଟ ନେତା ଭାରତଦେଓ , ଭବାନୀପାଟଣା ନଗର ସଭାପତି ଚିତ୍ତ ରଞ୍ଜନ ପାତ୍ର ,ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିବ୍ୟଜ୍ୟୋତି ମୁଣ୍ଡ, ଯୁବମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ,ହିମାଂଶୁ ବିଶ୍ଵାଳ,ଅକୁର ହରପାଲ୍,ରାକେଶ ଶର୍ମା, ମାନସ ଜେନା,ପବିତ୍ର ନାଏକ, ସ୍ମିତ୍ ବେହେରା ଙ୍କ ସମତେ ଜିଲ୍ଲା ମିଡିଆ ସଂଯୋଜକ ନରହରି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। Hemant Kumar Ray Editor, News Gallery Mob: 9439506580 Email: newsgallery.in@gmail.com Latest entries ଜିଲ୍ଲା ଖବରMay 28, 2026ସାମ୍ବାଦିକଙ୍କ ପିତୃ ବିୟୋଗ ଜିଲ୍ଲା ଖବରMay 15, 2026ମହାରାଜା ବ୍ରଜ ମୋହନ ଦେଓ ଙ୍କ ୧୩୦ ତମ ଜୟନ୍ତୀ ଜିଲ୍ଲା ଖବରMay 4, 2026ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପାଳିତ ଜିଲ୍ଲା ଖବରMay 3, 2026ମା ମାଣିକେଶ୍ୱରୀ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ
ଜିଲ୍ଲା ଖବର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବାଲାଜୀ ବିହାର ରେ ନୂତନ ଶ୍ରେଣୀ ଗୃହ ଉଦ୍ଧଘାଟନ ହୋଇଯାଇଛି By Hemant Kumar Ray April 10, 2025April 10, 2025