ଲଖନା ପଞ୍ଚାୟତର ନିର୍ମାଣ କାର୍ଯ୍ୟ – “ନିମ୍ନମାନର ପୋଡ଼ାଇଟା, ଉଚ୍ଚ ପ୍ରଶ୍ନଚିହ୍ନ”
ନୂଆପଡ଼ା ଜିଲ୍ଲାର କୋମନା ବ୍ଲକ ଅଧୀନରେ ଲଖନା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣକୁ ନେଇ ଯେ ନିମ୍ନମାନର ପୋଡ଼ାଇଟା ବ୍ୟବହାରର ଅଭିଯୋଗ ଉଠିଛି, ତାହା କେବଳ ଏକ ଗାଁର ସମସ୍ୟା ନୁହେଁ; ବରଞ୍ଚ ରାଜ୍ୟରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପର ଗୁଣମାନରେ ହୋଇଥିବା ଅସତର୍କତାର ପ୍ରତିଛବି ।
ବର୍ଷା ପାଣିରେ ଇଟା ତରଳିଯାଇଥିବା ଦୃଶ୍ୟ, କାର୍ଯ୍ୟରେ ଗୁଣାତ୍ମକତାର ସ୍ପଷ୍ଟ ହ୍ରାସ କୁ ପ୍ରକାଶ କରିଛି । ଏକ ଭବନର ସ୍ଥାୟୀତ୍ୱ ଓ ଦୃଢ଼ତା, ପ୍ରଥମେ ବ୍ୟବହୃତ ସାମଗ୍ରୀରେ ନିର୍ଭର କରେ । ଯଦି ଆଜି ଅଧା ଭାଗ କାମ ସମୟରେ ଭାଙ୍ଗୁଛି, କାଲିକୁ ସେହି ଭବନ ଜନତାଙ୍କ ପାଇଁ ଜୀବନଜୋଖିମ ସୃଷ୍ଟି କରିପାରେ ।
ଗୁଣମାନରେ ଅବହେଳା – କାହାର ଦାୟିତ୍ୱ?
ପ୍ରଶ୍ନ ଉଠୁଛି, ସରକାରୀ ଯାଞ୍ଚ ବିନା କିପରି ଏଭଳି ନିମ୍ନମାନର ସାମଗ୍ରୀ ବ୍ୟବହାର ହେବାକୁ ଦିଆଗଲା? ଠିକାଦାର, ପ୍ରାକ୍ରୁତିକ ଅଧିକାରୀ କିମ୍ବା ପ୍ରଶାସନ – କିଏ ଏଥିରେ ପ୍ରମୁଖ ଦାୟୀ? ଯେପର୍ଯ୍ୟନ୍ତ ଏହି ପ୍ରଶ୍ନର ସ୍ପଷ୍ଟ ଉତ୍ତର ମିଳୁନାହିଁ, ସେପର୍ଯ୍ୟନ୍ତ ଜନମାନସର ଅସନ୍ତୋଷ ସ୍ଵାଭାବିକ ।
ଏହି ପ୍ରକଳ୍ପ, ଜନତାଙ୍କର କରର ଟାଙ୍କାରେ ହେଉଛି । ସେଥିପାଇଁ ଏଥିରେ ଅବହେଳା, କେବଳ ପ୍ରଶାସନୀୟ ଅନୀତି ନୁହେଁ; ଏହା ଲୋକଙ୍କ ବିଶ୍ୱାସରେ ଦ୍ରୋହଅଟେ ।

1. ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଯାଞ୍ଚ କରାଯାଉ ।
2. ଦାୟୀମାନଙ୍କୁ କଡ଼ା ଶାସନ ଦିଆଯାଉ ।
3. ସାମଗ୍ରୀର ଗୁଣମାନ ଯାଞ୍ଚ ବିନା କୌଣସି କାମ ଆଗକୁ ବଢ଼ିବାକୁ ଦିଆଯିବା ଉଚିତ୍ ନୁହେଁ ।
ଲଖନା ପଞ୍ଚାୟତର ଏହି ଘଟଣା ଏକ ଚେତାବନୀ ସନ୍ଦେଶ । ସମୟରେ ପଦକ୍ଷେପ ନେବାରୁ ଅଧିକାରୀମାନେ ଯଦି ପଛକୁ ହଟିବେ, କାଲିକୁ ଏହା ଭୟାବହ ପରିଣତି ନେବାର ଆଶଙ୍କା ରହିଛି । ନିର୍ମାଣରେ ଗୁଣାତ୍ମକତାର ସୁରକ୍ଷା କେବଳ କାଗଜରେ ନୁହେଁ, ପ୍ରାୟୋଗିକ ମାଟିରେ ଦେଖିବାକୁ ମିଳିବା ଆବଶ୍ୟକ ।
Latest entries
ଜିଲ୍ଲା ଖବରAugust 29, 2026ବିଶ୍ୱ ସଂସ୍କୃତ ଦିବସ ଓ ମେହେର ଜୟନ୍ତୀ ପାଳିତ
ଜିଲ୍ଲା ଖବରAugust 28, 2026ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ରକ୍ଷା ବନ୍ଧନ ଉତ୍ସବ
ଜିଲ୍ଲା ଖବରAugust 26, 2026ନିଟ ପରିକ୍ଷାରେ କୃତକାର୍ଯ୍ୟ ହେଲେ ପୁର୍ଣିମା ପୁଝାରୀ
ଜିଲ୍ଲା ଖବରAugust 22, 2026ଭବାନୀପାଟଣା ଟାଉନ ଫୁଟବଲ ଲିଗ ଉଦଘାଟିତ

