ନ୍ୟୁଜ ଗ୍ୟାଲେରି,ବଲାଙ୍ଗୀର: ଭାରତୀୟ ସାମ୍ବାଦିକ ସଂଘ ସହବନ୍ଧିତ ଓଡ଼ିଶା କର୍ମଜୀବୀ ସମ୍ବାଦିବ ସଂଘ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗୀର ଜଳସେଚନ ବିଭାଗର ଡାକ ବଙ୍ଗଳା ଠାରେ ମୁଖ୍ୟ ସଂଯୋଜକ
ଜନାବ୍ ଖାଁଙ୍କ ସଭାପତିତ୍ବରେ ବନ୍ଧୁମିଳନ ଏବଂ ଜିଲ୍ଲା କମିଟି ଗଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି
ରାଜ୍ୟ ସାଧାରଣ ସମ୍ପାଦକ ନିରଞ୍ଜନ ବିଶ୍ୱାଳ ଯୋଗଦେଇଥିଲେ ।
ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଗଞ୍ଜାମ ଜିଲ୍ଲା ସଭାପତି ଅରୁଣ କୁମାର ପଣ୍ଡା, କଳାହାଣ୍ଡି ଜିଲ୍ଲା ସଭାପତି ହେମନ୍ତ କୁମାର ରାୟ ଏବଂ ନୂଆପଡ଼ା ଜିଲ୍ଲା ସଭାପତି କେଦାରନାଥ ଜଗତ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ବିଶ୍ୱାଳ ସାମ୍ବାଦିକ ମାନଙ୍କ ସୁରକ୍ଷା ଓ ନିରାପତ୍ତା ଉପରେ ଆଲୋକପାତ କରିଥିଲେ ।
ଏହି ଅବସରରେ ଜିଲ୍ଲାରେ ଏକ କାର୍ଯ୍ୟକାରିଣୀ କମିଟି ଗଠନ କରାଗଲା। ସଭାପତି ଜନବ୍ ଖାଁ, ଉପସଭାପତି ଧର୍ମେନ୍ଦ୍ର ନାଗ, ସଧାରଣ ସମ୍ପାଦକ ବିନୟ କୁମାର ନନ୍ଦ, ସମ୍ପାଦକ କଞ୍ଜର୍ କାନ୍ତ ମୁନା
ସଂପଦ ତାଣ୍ଡି , ପୂର୍ଣ୍ଣ ଶଶି ଶେଖର ରାଓ, କୋଷଧକ୍ଷ ଘନ ବାଗ ସମେତ ଜିଲ୍ଲା କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବେ ଲିଙ୍ଗରାଜ ଶେଠ୍ , ହେମାଶଗର ସାହୁ, ଚନ୍ଦ୍ରଭାନୁ ପାଧନ, ଡୋଲେଶ୍ୱର୍ ମେହେର, ବିନୋଦ ଦୀପ ଙ୍କୁ ନିର୍ବାଚିତା କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କର୍ମଜୀବୀ ସାମ୍ବାଦିକ ସଂଘ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ କୁ ସାଧାରଣ ସମ୍ପାଦକ ବିନୟ କୁମାର ନନ୍ଦ ଧନ୍ୟବାଦ୍ ଦେଇଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

