ନ୍ୟୁଜ ଗ୍ୟାଲେରି,ବଲାଙ୍ଗୀର: ଭାରତୀୟ ସାମ୍ବାଦିକ ସଂଘ ସହବନ୍ଧିତ ଓଡ଼ିଶା କର୍ମଜୀବୀ ସମ୍ବାଦିବ ସଂଘ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗୀର ଜଳସେଚନ ବିଭାଗର ଡାକ ବଙ୍ଗଳା ଠାରେ ମୁଖ୍ୟ ସଂଯୋଜକ
ଜନାବ୍ ଖାଁଙ୍କ ସଭାପତିତ୍ବରେ ବନ୍ଧୁମିଳନ ଏବଂ ଜିଲ୍ଲା କମିଟି ଗଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି
ରାଜ୍ୟ ସାଧାରଣ ସମ୍ପାଦକ ନିରଞ୍ଜନ ବିଶ୍ୱାଳ ଯୋଗଦେଇଥିଲେ ।
ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଗଞ୍ଜାମ ଜିଲ୍ଲା ସଭାପତି ଅରୁଣ କୁମାର ପଣ୍ଡା, କଳାହାଣ୍ଡି ଜିଲ୍ଲା ସଭାପତି ହେମନ୍ତ କୁମାର ରାୟ ଏବଂ ନୂଆପଡ଼ା ଜିଲ୍ଲା ସଭାପତି କେଦାରନାଥ ଜଗତ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ବିଶ୍ୱାଳ ସାମ୍ବାଦିକ ମାନଙ୍କ ସୁରକ୍ଷା ଓ ନିରାପତ୍ତା ଉପରେ ଆଲୋକପାତ କରିଥିଲେ ।
ଏହି ଅବସରରେ ଜିଲ୍ଲାରେ ଏକ କାର୍ଯ୍ୟକାରିଣୀ କମିଟି ଗଠନ କରାଗଲା। ସଭାପତି ଜନବ୍ ଖାଁ, ଉପସଭାପତି ଧର୍ମେନ୍ଦ୍ର ନାଗ, ସଧାରଣ ସମ୍ପାଦକ ବିନୟ କୁମାର ନନ୍ଦ, ସମ୍ପାଦକ କଞ୍ଜର୍ କାନ୍ତ ମୁନା
ସଂପଦ ତାଣ୍ଡି , ପୂର୍ଣ୍ଣ ଶଶି ଶେଖର ରାଓ, କୋଷଧକ୍ଷ ଘନ ବାଗ ସମେତ ଜିଲ୍ଲା କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବେ ଲିଙ୍ଗରାଜ ଶେଠ୍ , ହେମାଶଗର ସାହୁ, ଚନ୍ଦ୍ରଭାନୁ ପାଧନ, ଡୋଲେଶ୍ୱର୍ ମେହେର, ବିନୋଦ ଦୀପ ଙ୍କୁ ନିର୍ବାଚିତା କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କର୍ମଜୀବୀ ସାମ୍ବାଦିକ ସଂଘ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ କୁ ସାଧାରଣ ସମ୍ପାଦକ ବିନୟ କୁମାର ନନ୍ଦ ଧନ୍ୟବାଦ୍ ଦେଇଥିଲେ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

