ଲକ୍ଷ୍ମୀ ବିକାଶ ସ୍ନାତକ ମହାବିଦ୍ୟାଳୟରେ ନୂଆଁଖାଇ ଭେଟ ଘାଟ

ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ଲକ୍ଷ୍ମୀ ବିକାଶ ସ୍ନାତକ ମହାବିଦ୍ୟାଳୟ ପରିସରରେ ପଶ୍ଚିମ ଓଡିଶାର ଗଣପର୍ଣ ନୂଆଁଖାଇ ଭେଟ ଘାଟ ଅନୁଷ୍ଟିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀ ବିବେକାନନ୍ଦ ମହାନନ୍ଦ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି କାରୁଣ୍ଡ କଳା ମଞ୍ଚର ନିର୍ଦ୍ଦେଶକ ପ୍ରଦୀପ ଧଙ୍ଗଡାମାଝି , ଲକ୍ଷ୍ମୀ ବିକାଶ ଗୃପ ଅଫ ଇନଷ୍ଟିଚ୍ୟୁସନର ଚେୟାରମ୍ୟାନ ଡି ନାଗେଶ୍ଵର ରାଓ , ନିର୍ଦ୍ଦେଶକ ଡି ରାମ କୁମାର, ପରିଚାଳନା ମଣ୍ଡଳୀ ସଦସ୍ୟା ଡି ପଦ୍ମିନୀ, ବି ବି ଏ ବି ସି ଏ ଅଧ୍ୟକ୍ଷ ଡ ସୁଦୀପ୍ତ ଜେନା , ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ ଆଦିତ୍ଯ ପଟ୍ଟନାୟକ , ବିକାଶ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଅଧ୍ୟକ୍ଷ ଯୁବରାଜ ନାୟକ ପ୍ରମୁଖ ଯୋଗ ଦେଇଥିଲେ।ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ଏଭଳି କାର୍ଯ୍ଯକ୍ରମ ବିଦ୍ୟାର୍ଥୀ ମାନେ ସାଂସ୍କୃତିକ ଓ ଐତିହାସିକ ଜ୍ଞାନ ବୃଦ୍ଧି କରିବା ସହ ମନରେ ସାମାଜିକ ପ୍ରତିବଦ୍ଧତା ଭାବନା ସୃଷ୍ଟି କରିଥାଏ ବୋଲି ଦର୍ଶାଇ ଥିଲେ । ସମ୍ମାନିତ ଅତିଥି ପ୍ରଦୀପ ଧଙ୍ଗଡାମାଝି ଏଭଳି କାର୍ଯ୍ଯକ୍ରମ ବିଦ୍ୟାର୍ଥୀଙ୍କ ସୃଜନଶୀଳତାକୁ ବୃଦ୍ଧି କରିବା ସହ ଐତିହ୍ୟର ସଂରକ୍ଷଣ ରେ ସହାୟକ ହୋଇଥାଏ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ଚେୟାରମ୍ୟାନ ଡି ନାଗେଶ୍ଵର ରାଓ , ନିର୍ଦ୍ଦେଶକ ଡି ରାମ କୁମାର , ପରିଚାଳନା ମଣ୍ଡଳୀ ସଦସ୍ୟା ଡି ପଦ୍ମିନୀ ବିଦ୍ୟାର୍ଥୀଙ୍କୁ ପ୍ରେରଣା ଦାଯକ ବକ୍ତବ୍ୟ ପ୍ରଦାନ କରିଥିଲେ । ବ୍ୟଙ୍ଗ କବି ଶୁଶାନ୍ତ ମିଶ୍ର ଙ୍କ ଦ୍ଵାରା ଅନେକ ହାସ୍ୟ ରସାତ୍ମକ କଳା ପ୍ରଦର୍ଶନ କରଯାଇଥିଲା ।‘ପ୍ରତିଭା’ ସଂସ୍କୃତିକ ଅନୁଷ୍ଠାନର କଳାକାର ମାନେ ନିକଟରେ ମସ୍କୋ ଏବଂ ମହାବୀର ସଂସ୍କୃତିକ ଅନୁଷ୍ଠାନର ର କଳାକାର ମାନେ ଜାପାନ ଯାଇ ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶିତ କରି ଉଚ୍ଚ ପ୍ରସଂଶିତ ହୋଇଥିଲେ ।ସେହି କଳାକାର ମାନଙ୍କୁ ବିକାଶ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା । ନୂଆଁଖାଇ ଭେଟ ଘାଟ ର ମୁଖ୍ୟ ଆକର୍ଷଣ ସାଜିଥିଲା ବିଦ୍ୟାର୍ଥୀଙ୍କ ଦ୍ଵାରା ପ୍ରଦର୍ଶିତ ଘୁମୁରା , ବଜାଶାଳ , ନାଟିକା ।ଏହି କାର୍ଯ୍ୟକ୍ରମରେ ଡ଼ ଆଦିତ୍ଯ ପଟ୍ଟନାୟକ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡ ସୁଦୀପ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।କର୍ୟ୍ଯକ୍ରମକୁ ସଫଳ କରିବାରେ ଅନୁଷ୍ଠାନର ସମସ୍ତ କର୍ମଚାରୀ ସହଯୋଗ ରହିଥିଲେ ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts