ନ୍ୟୁଜଗ୍ୟାଲେରି,ଜୟପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବଡପୂଝାରୀଗୁଡା ଠାରେ କଳାହାଣ୍ଡି ଜିଲ୍ଲା କଲାର ସମାଜ ପକ୍ଷରୁ ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ଇଷ୍ଟଦେବାଦେବୀ ଙ୍କ ପାଖରେ ପୁଷ୍ପମାଲ୍ୟ ଓ ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଛତିଶଗଡ ଅଞ୍ଚଳ ସମେତ ଗୋତମୁଣ୍ଡା ,ପିପଲଗୁଡା ,ପୂଝାରୀଗୁଡା , ଅଲଁଭଟା,ମୁନିଭଟା ଅଞ୍ଚଳରୁ କଲାର ସମାଜ ର ଶତାଧିକ ଲୋକେ ଯୋଗଦେଇଥିଲେ।କାର୍ଯ୍ୟକ୍ରମ କୁ କଳାହାଣ୍ଡି କଲଚୁରି କଲାର ସେନା ର ସଭାପତି ଚୁଡ଼ାମଣି ନାୟକ ଙ୍କ ସଭାପତିତ୍ବରେ ହୋଇଥିଲା।
ମଞ୍ଚ ପରିଚାଳନା କରିଥିଲେ କଲଚୁରୀ ସେନା ପ୍ରଦେଶ ସଂଯୋଜକ ବିରନଞ୍ଚନ ନାୟକ , ଉପସ୍ଥିତ ଅତିଥି ଅଁଲାଭଟା ସରପଞ୍ଚ ଭଗବତୀ ନାୟକ , କଲଚୁରୀ କଲାର ସେନା ଜିଲ୍ଲା ସାଧାରଣ ସଂପାଦକ ଭାରତ ବିଶି, କଲଚୁରୀ କଲାର ସେନା କୋଷାଧ୍ୟକ୍ଷ ହେମନ୍ତ ବିଶି ,ସହ ସଂପାଦକ ବାଳକୃଷ୍ଣ ବିଶି, ଆଞ୍ଚଳିକ ସଭାପତି ପ୍ରମୁଖ ଉପସ୍ଥିତ ରହିଥିଲେ।ଅତିଥି ମାନଙ୍କ ଆଲୋଚନା ପରେ , ନୂଆଖାଇ ଜୁହାର ଭେଟ ହୋଇଥିଲେ।
ଏହାପରେ କୁନି କୁନି କଳାକାର ମାନଙ୍କ ଦ୍ଵାରା ନୃତ୍ୟ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନୂଆଁଖାଇ ଭେଟଘାଟ ଏହା ସମ୍ପର୍କ କୁ ମଜବୁତ କରିଥାଏ। ସମସ୍ତଙ୍କୁ ଗୋଟିଏ ପାଖରେ କରିଦେଇଥାଏ। ଓ ଆଗାମୀ ଦିନରେ ଉକ୍ତ ସମାଜ ଅନେକ ଦିଗରେ କିପରି ଉନ୍ନତି ହେବ ବୋଲି ସମସ୍ତେ ଚର୍ଚ୍ଚା କରିଥିଲେ ।
Latest entries
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ
ଜିଲ୍ଲା ଖବରOctober 6, 2026ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ “ନମୋ ସେବା ଗାଥା” ଅନ୍ତର୍ଗତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ
ଜିଲ୍ଲା ଖବରOctober 6, 2026ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର
ଜିଲ୍ଲା ଖବରOctober 4, 2026ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ

