ନ୍ୟୁଜଗ୍ୟାଲେରି,ଜୟପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବଡପୂଝାରୀଗୁଡା ଠାରେ କଳାହାଣ୍ଡି ଜିଲ୍ଲା କଲାର ସମାଜ ପକ୍ଷରୁ ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ଇଷ୍ଟଦେବାଦେବୀ ଙ୍କ ପାଖରେ ପୁଷ୍ପମାଲ୍ୟ ଓ ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଛତିଶଗଡ ଅଞ୍ଚଳ ସମେତ ଗୋତମୁଣ୍ଡା ,ପିପଲଗୁଡା ,ପୂଝାରୀଗୁଡା , ଅଲଁଭଟା,ମୁନିଭଟା ଅଞ୍ଚଳରୁ କଲାର ସମାଜ ର ଶତାଧିକ ଲୋକେ ଯୋଗଦେଇଥିଲେ।କାର୍ଯ୍ୟକ୍ରମ କୁ କଳାହାଣ୍ଡି କଲଚୁରି କଲାର ସେନା ର ସଭାପତି ଚୁଡ଼ାମଣି ନାୟକ ଙ୍କ ସଭାପତିତ୍ବରେ ହୋଇଥିଲା।
ମଞ୍ଚ ପରିଚାଳନା କରିଥିଲେ କଲଚୁରୀ ସେନା ପ୍ରଦେଶ ସଂଯୋଜକ ବିରନଞ୍ଚନ ନାୟକ , ଉପସ୍ଥିତ ଅତିଥି ଅଁଲାଭଟା ସରପଞ୍ଚ ଭଗବତୀ ନାୟକ , କଲଚୁରୀ କଲାର ସେନା ଜିଲ୍ଲା ସାଧାରଣ ସଂପାଦକ ଭାରତ ବିଶି, କଲଚୁରୀ କଲାର ସେନା କୋଷାଧ୍ୟକ୍ଷ ହେମନ୍ତ ବିଶି ,ସହ ସଂପାଦକ ବାଳକୃଷ୍ଣ ବିଶି, ଆଞ୍ଚଳିକ ସଭାପତି ପ୍ରମୁଖ ଉପସ୍ଥିତ ରହିଥିଲେ।ଅତିଥି ମାନଙ୍କ ଆଲୋଚନା ପରେ , ନୂଆଖାଇ ଜୁହାର ଭେଟ ହୋଇଥିଲେ।
ଏହାପରେ କୁନି କୁନି କଳାକାର ମାନଙ୍କ ଦ୍ଵାରା ନୃତ୍ୟ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନୂଆଁଖାଇ ଭେଟଘାଟ ଏହା ସମ୍ପର୍କ କୁ ମଜବୁତ କରିଥାଏ। ସମସ୍ତଙ୍କୁ ଗୋଟିଏ ପାଖରେ କରିଦେଇଥାଏ। ଓ ଆଗାମୀ ଦିନରେ ଉକ୍ତ ସମାଜ ଅନେକ ଦିଗରେ କିପରି ଉନ୍ନତି ହେବ ବୋଲି ସମସ୍ତେ ଚର୍ଚ୍ଚା କରିଥିଲେ ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

