oppo_0 ଜିଲ୍ଲା ଖବର କଳାହାଣ୍ଡି କ୍ଷତ୍ରୀୟ ପାଇକ ସମାଜ ପୂର୍ବ ମଣ୍ଡଳ ଦାଦପୁର ଉପମଣ୍ଡଳ ପକ୍ଷରୁ ଶ୍ରୀରାମନବମୀ ମହୋତ୍ସବ ପାଳିତ By Hemant Kumar Ray March 28, 2026March 28, 2026 0 minutes, 0 seconds Read 74 ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି କ୍ଷତ୍ରୀୟ ପାଇକ ସମାଜ ପୂର୍ବ ମଣ୍ଡଳ ଦାଦପୁର ଉପମଣ୍ଡଳ ପକ୍ଷରୁ ପ୍ରଭୁ ଶ୍ରୀମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମନବମୀ ମହୋତ୍ସବ ବରୋଗୁଡ଼ା ଠାରେ ମହାଆଡମ୍ବର ରେ ପାଳିତ ହୋଇଯାଇଛି। ଏହି ଉତ୍ସବକୁ ଦେପୁର ଉପମଣ୍ଡ କୁଲସଦର ସହଦେବ ଧଙ୍ଗଡାମାଝି ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିବାବେଳେ ସଂପାଦକ ଦିଗାମ୍ବର ବାରିକ ସହଯୋଗ କରିଥଲେ।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବ ମଣ୍ଡଳ କୁଳପତି ପ୍ରଦିପ କୁମାର ଗଡ଼େଇ, ଉପକୂଳପତି କିଶୋର ଚନ୍ଦ୍ର ଦୁବେ, ପୁର୍ବତନ ଉପକୂଳପତି ଭୈରବ ପ୍ରସାଦ ନାୟକ, ସଂପାଦକ ବାସୁଦେବ ପ୍ରଧାନି, ସାଂଗଠାନିକ ସଂପାଦକ ଧନଞ୍ଜୟ ବିଶି ଉପସ୍ଥିତ ରହିଥିବାବେଳେ ସମ୍ମାନିତ ଅତିଥି ନର୍ଲା ଉପମଣ୍ଡଲ ସଂପାଦକ ଉଦେଭାନୁ ପାତ୍ର, ଭବାନୀପାଟଣା ଉପମଣ୍ଡଲ ପୂର୍ବତନ ସଂପାଦକ ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ରାୟ, ମଣ୍ଡଳ ସଦସ୍ୟ ଚତୁର୍ଭୁଜ ଦୁବେ ଉପସ୍ଥିତ ରହିଥିଲେ। ପ୍ରଥମେ ପ୍ରଭୁ ଶ୍ରୀ ରାମ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ, ପୁଷ୍ପ, ଦୀପ,ଧୂପ ଦେଇ ପୂଜା ଅର୍ଚ୍ଚନା କରାଯାଇଥିଲା।ଶ୍ରୀ ରାମ ନବମୀ ଉତ୍ସବରେ ଅତିଥି ଭାବେ ଯୋଗଦେଇ ଥିବା ଅତିଥି ନିଜ ନିଜ ମତ ପ୍ରକାଶ କରିଥିଲେ।ଏହି ଉତ୍ସବ ରେ ବୋର ଗୁଡା ପଲ୍ଲୀ ସଭାପତି ଗୁରୁବାରୁ ବିଶି, ସମ୍ପାଦକ ଭଗବାନ ଚିନ୍ଦା, ପୂର୍ବତନ ସମ୍ପାଦକ ତୀର୍ଥ ବାସୀ ବାଣୁଆ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଦାଦପୁର ଜଗନ୍ନାଥ ପଲ୍ଲୀ,ଡୁଙ୍ଗରି ଗୁଡା ପଲ୍ଲୀ, ସାଲେପଲି ପଲ୍ଲୀ ର ସଭାପତି, ସମ୍ପାଦକ ଏବଂ କର୍ମକର୍ତ୍ତା ସହଯୋଗ କରିଥିଲେ। ଶ୍ରୀ ରାମ ନବମୀ ଉତ୍ସବ କାର୍ଯ୍ୟକ୍ରମ କୁ ଉଦୟଭାନୁ ପାତ୍ର ପରିଚାଳନା ରଥିଲେ।ଉତ୍ସବ ରେ ମହିଳା କମିଟି ର ମଣ୍ଡଳ ସଦସ୍ୟ ପ୍ରତିମା ଦୁବେ ବୋର ଗୁଡା ପଲ୍ଲୀ ସଭାନେତ୍ରୀ ଉପମା ବାଣୁଆ, ସମ୍ପାଦକ ହେମାଲତ ଚିନ୍ଦା, ଡୁଙ୍ଗରି ଗୁଡା ସମ୍ପାଦକ ସୁକୁନ୍ତଳା ବେହେରା ସମନ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ପରେ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ବୋରଗୁଡା ପଲ୍ଲୀ ର ସଭ୍ୟ,ସଭ୍ୟା ସହଯୋଗ କରିଥିଲେ। Hemant Kumar Ray Editor, News Gallery Mob: 9439506580 Email: newsgallery.in@gmail.com Latest entries ଜିଲ୍ଲା ଖବରMay 15, 2026ମହାରାଜା ବ୍ରଜ ମୋହନ ଦେଓ ଙ୍କ ୧୩୦ ତମ ଜୟନ୍ତୀ ଜିଲ୍ଲା ଖବରMay 4, 2026ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପାଳିତ ଜିଲ୍ଲା ଖବରMay 3, 2026ମା ମାଣିକେଶ୍ୱରୀ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ଜିଲ୍ଲା ଖବରApril 21, 2026ଭଗବାନ ପର୍ଶୁରାମ ଜୟନ୍ତୀ ପାଳିତ
ଜିଲ୍ଲା ଖବର ୬୪ ବଟାଲିନ୍ ସିଆରପିଏଫ୍ ଦ୍ୱାରା ଆୟୋଜିତ ନାଗରିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ By Hemant Kumar Ray March 10, 2025March 10, 2025