Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ନବରାତ୍ର ପୂଜାର ପୂର୍ଣ୍ଣାହୁତି ଦିବସରେ ପଡାର ଜନସେବା ଅନୁଷ୍ଠାନ ସେବାବ୍ରତୀ ଏକତା ମଞ୍ଚ ଦ୍ୱାରା ପରିଚାଳିତ ଜନସାଧାରଣଙ୍କ କଲ୍ୟାଣ ନିମନ୍ତେ ନିର୍ମିତ ମା ମଙ୍ଗଳା ଜନକଲ୍ୟାଣ କେନ୍ଦ୍ରର ତୃତୀୟ ବାର୍ଷିକ ଜନ୍ମୋତ୍ସବ ପଡାବାସୀଙ୍କ ଦ୍ୱାରା ମହା ହର୍ସୋଲ୍ଲାସରେ ପାଳିତ ହୋଇଥିଲା। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଏହି ଜନ୍ମ ଦିନ ପାଳନ ଅବସରରେ ପଡା ଗଠନ କାର୍ଯ୍ୟରେ ଅନୁଦାନ ଥିବା ବୟୋଜ୍ୟୋଷ୍ଠ ଗୁରୁଜନମାନଙ୍କୁ ଜଳନ୍ଧର ପତି (୮୧ ବର୍ଷ), ଦୟାନିଧି କମ୍ପ (୮୨ ବର୍ଷ), ନବୀନ ନାଗ (୮୦ ବର୍ଷ), ସୁରେଶ ଚନ୍ଦ୍ର ମିଶ୍ର (୯୧ ବର୍ଷ), ରମେଶଚନ୍ଦ୍ର ତ୍ରିପାଠୀ (୮୧ ବର୍ଷ) ଓ କୃପାସିନ୍ଧୁ ପଣ୍ଡା (୯୨ ବର୍ଷ) ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ ଜନ୍ମୋତ୍ସବ ପାଳନ ମଞ୍ଚରେ ସେବାବ୍ରତି ଏକତା ମଞ୍ଚର ସଭାପତି ପ୍ରଭାସ ଚନ୍ଦ୍ର ମିଶ୍ର ସଭାପତିତ୍ୱ କରିଥିବା ବେଳେ ଭବାନୀପାଟଣା ଚିନ୍ମୟ ମିଶନର ଆଚାର୍ଯ୍ୟ ସ୍ୱାମୀ ଅମେୟାନନ୍ଦ ସରସ୍ୱତୀ ମୁଖ୍ୟ ଅତିଥି, ବାଲଗୋପାଲ ସେବା ନିକେତନର ପ୍ରତିଷ୍ଠାତା ସମାଜସେବୀ ହେମନ୍ତ କୁମାର ମୁଣ୍ଡ ଓ ପ୍ରାଥମିକ ଶିକ୍ଷକ ସଂଘର ରାଜ୍ୟ ସଭାପତି, ପ୍ରକୃତିବନ୍ଧୁ, ସମାଜସେବୀ ପ୍ରଦୀପ କୁମାର ସାହୁ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ହୋଇ ବରିଷ୍ଠ ଗୁରୁଜନମାନଙ୍କୁ ସମ୍ବର୍ଦ୍ଧିତ କରିବା ସଙ୍ଗେ ସଙ୍ଗେ ଏକତା ମଞ୍ଚର କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀମାନଙ୍କ ଏହି ସାଧୁଉଦ୍ୟମ ତଥା ବିଭିନ୍ନ ସେବାମୁଳକ କାର୍ଯ୍ୟକଳାପର ଭୂୟିୟସୀ ପ୍ରଶଂସା କରି ପଡାବାସୀଙ୍କୁ ଉଦ୍ବୋଧନ ଦେଇଥିଲେ। ସମ୍ବର୍ଦ୍ଧନା ପର୍ବର ଶେଷରେ ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ କୋଷାଧ୍ୟକ୍ଷ ସନାତନ ସାହୁ, ସଦସ୍ୟ କବିଚନ୍ଦ୍ର ସ୍ୱାଇଁ, ପ୍ରସନ୍ନ ପଟ୍ଟନାଏକ, ପ୍ରତ୍ୟୁଷ ମିଶ୍ର, ମନିଷ ପୁରୋହିତ, ମୁକେଶ ପୁରୋହିତ ମଞ୍ଚ ପରିଚାଳନା କରିଥିଲେ। ସମ୍ବର୍ଦ୍ଧନା ସଭା ଶେଷରେ ସମଗ୍ର ପଡାର ଦୁଇ ହଜାର ଅଧିବାସୀ ଓ ନିମନ୍ତ୍ରିତ ଅତିଥିମାନଙ୍କୁ ନେଇ ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏହି ନବରାତ୍ର ପୂଜା, ଜନ କଲ୍ୟାଣ କେନ୍୍ରର ଜନୋତ୍ସବ ପାଳନ ଏବଂ ଅନ୍ନଯଜ୍ଞ ପରିଚାଳନା କାର୍ଯ୍ୟର ମୁଖ୍ୟଦାୟିତ୍ୱ, ଲୋଚନ ପ୍ରଧାନ, ଡମ୍ବରୁଧର ମିଶ୍ର, ମଦନ ମୋହନ ପଣ୍ଡା, ଚିତ୍ତରଞ୍ଜନ ପରିଚ୍ଛା, ଦୀନବନ୍ଧୁ ପୁରୋହିତ, ଗୋପାଳ ଚନ୍ଦ୍ର ମିଶ୍ର, ରଘୁନାଥ ମୁଣ୍ଡ, ରୋହିଣୀ କୁମାର ରଥ, ଅଜିତ ପଣ୍ଡା, ଭାଗ୍ୟବାନ ମେହେର, ଇନ୍ଦ୍ରଜିତ କର୍ମୀ, ରାମାନୁଜ ମୁଣ୍ଡ, କୃଷ୍ଣଚନ୍ଦ୍ର ପଣ୍ଡା, ପ୍ରଶାନ୍ତ ମହାପାତ୍ର ତୁଲାଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
Editor, News Gallery Mob: 9439506580 Email: newsgallery.in@gmail.com
