ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଗ୍ରାମାଞ୍ଚଳରେ ମଦ ପାଲଟିଛି କୁଟୀର ଶିଳ୍ପ । ମଦ ମାଫିଆ କିଛି ଲୋକଙ୍କୁ ନିୟୋଜିତ କରି ନିଜର କଳା ବେପାରର ସାମ୍ରାଜ୍ୟ ବିସ୍ତାର କରି ଚାଲିଛନ୍ତି । ଦିନକୁ ଦିନ ମଦ ନିଶାରେ ବିପଥଗାମୀ ହେଉଛନ୍ତି ଯୁବକ । ବୃଦ୍ଧି ପାଉଛି ଘରୋଇ ହିଂସା । ବଢ଼ୁଛି ଦୁର୍ଘଟଣା । କିଛି ଶିଶୁ ଅନାଥ ହେଉଥିବା ବେଳେ, ସିମନ୍ତିନିର ସିନ୍ଦୂର ମଧ୍ୟ ହଜି ଯାଉଛି ।ମାଆ କୋଳ ଶୂନ୍ୟ ହେଉଥିବା ବେଳେ,କଳାହାଣ୍ଡି ଜିଲ୍ଲା କଲମପୁର ପୋଲିସ ଥାନାଅଞ୍ଚଳରେ ପ୍ରତ୍ୟେକ ଗାଁରେଏକାଧିକ ମଦକୋଠୀ
ଦେଶୀ ବିଦେଶୀ ସମେତ ହାତରନ୍ଧା ମଦ ବିକ୍ରି ଯୋଗୁଁ ଲୋକେ ନିଜକୁ ସୁରକ୍ଷିତ ମଣୁ ନାହାଁନ୍ତି । ତେଣୁ ତୁରନ୍ତ ଏହାର ସମାଧାନ ପାଇଁ ଅଣ୍ଟା ଭିଡିଛନ୍ତି ପାଣିଗାଁର ମହିଳା ଗୋଷ୍ଠୀର ସଦସ୍ୟା ।
ପାଣିଗାଁରେ ୧୧ ଜଣ ବ୍ୟକ୍ତି ଦେଶୀ , ବିଦେଶୀ ଏବଂ ହାତରନ୍ଧା ମଦ ବିକ୍ରି କରୁଥିବା ନେଇ, ଗ୍ରାମବାସୀ ଏକତ୍ରିତ ହୋଇ କଲମପୁର ପୁଲିସ ଥାନାରେ ଲିଖିତ ଅଭିଯୋଗ କରିବା ସହିତ ଗ୍ରାମ ପରିକ୍ରମା କରି ମଦ ବେପାର କରୁଥିବା ବ୍ୟକ୍ତିଙ୍କୁ ଏଥିରୁ ନିବୃତ ରହିବା ପାଇଁ ସୂଚନା ଦେଇଥିଲେ । କଲମପୁର ପୁଲିସ ମଧ୍ୟ ମଦ ବେପାରରେ ସଂଶ୍ଳିଷ୍ଟ ବ୍ୟକ୍ତିଙ୍କୁ ଗ୍ରାମବାସୀଙ୍କ ଦାବୀ ମୁତାବକ ମଦ ବିକ୍ରି ବନ୍ଦ କରିବା ପାଇଁ ସୂଚନା ଦେଇଥିଲେ । କିନ୍ତୁ ଅଦ୍ୟାବଧି ମଦ ବେପାରୀ ଖୁଲମ୍ ଖୁଲା ମଦ ବିକ୍ରି କରୁଥିବାରୁ ଶତାଧିକ ମହିଳା ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱନ ସମେତ ଏସପି କଳାହାଣ୍ଡି ଓ ଏସପି ଅବକାରୀ ବିଭାଗଙ୍କୁ ସାକ୍ଷାତ କରିବା ସହ ମଦ ବନ୍ଦ କରିବା ନେଇ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।
ତେବେ ପ୍ରଶାସନ ଏଦିଗରେ କିଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି, ନହେଲେ ଆଗାମୀ ଦିନରେ ଭୟାବହ ଆନ୍ଦୋଳନ ହେବ ବୋଲି ସମାଜସେବୀ ଭାରତ ଭୁଷଣ ମୁଣ୍ଡ, ଶରତ ଚନ୍ଦ୍ର ମୁଣ୍ଡ, ଅମୂଲ୍ୟ ମୁଣ୍ଡ, ପୂର୍ଣ୍ଣଚନ୍ଦ୍ର ବେହେରା, ହୃଷିକେଶ ବେହେରା, ଭଦ୍ରାଞ୍ଚଲ୍ ନାୟକ ସମେତ କମଳା ଲୋହୋରା,ନିରୁପମା ନାଏକ, ବାସନ୍ତୀ ନାଏକ, ଘସେନ ନାଗ, କବିତା ରାଉତ, ବିଳାସ ଗହିର, ସବିତା ଲହଜଲ୍, ମାଧବୀ ନାଗ, ସଭ୍ୟା ନାଗ, ସରାବତୀ ବାଗ, ହେମବତି ହାତୀ, ଯମୁନା ରାଉତ, ପୂର୍ଣ୍ଣମୀ ଭୋଇ, କ୍ଷୀର ବାଗ, ଚନ୍ଦ୍ରିକା ରାଉତ, ତୁଲସା ମାଝୀ, ମରୁଆ ମାଝୀ ପ୍ରମୁଖ ଚେତାବନୀ ଦେଇଛନ୍ତି ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

