ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ବିକାଶ ଡିଗ୍ରୀ କଲେଜ୍ ପରିସରରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି ପବିତ୍ର କାର୍ଯ୍ୟକ୍ରମରେ ସହୀଦ ରେଣ୍ଡୋ ମାଝୀ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ର ଡିନ୍ ପ୍ରଫେସର, ଡ଼ା କ୍ରିଷ୍ଣା କର ଏବଂ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର, ଡ଼ା ଲିପି ମହାନ୍ତି ମୁଖ୍ୟ ଅତିଥିଭାବେ ଉପସ୍ଥିତ ହୋଇ ଶିବିରକୁ ଉଦ୍ଘାଟିତ କରିଥିଲେ। ସେମାନେ ରକ୍ତଦାନର ଗୁରୁତ୍ୱ ବିଷୟରେ ଛାତ୍ରଛାତ୍ରୀଙ୍କୁ ପ୍ରେରଣାଦାୟକ ଉଦ୍ବୋଧନ ଦେଇ ମାନବସେବାର ମହତ୍ତ୍ୱକୁ ଉଲ୍ଲେଖ କରିଥିଲେ। ସେମାନେ କହିଥିଲେ ଯେ, ବିକାଶ ଉଚ୍ଚ ଶିକ୍ଷାନୁଷ୍ଠାନ ନିଜର ଗୁଣସଂପନ୍ନ ଶିକ୍ଷା, ଶୃଙ୍ଖଳା ଓ ସମାଜସେବା ମାଧ୍ୟମରେ ଏକ ଅଲଗା ପରିଚୟ ସୃଷ୍ଟି କରିଛି ।
ଏହି ଶିବିରରେ ଲକ୍ଷ୍ମୀ ବିକାଶ ଗ୍ରୁପ୍ ଅଫ୍ ଇନ୍ଷ୍ଟିଟ୍ୟୁସନ୍ସର ଚେୟାରମ୍ୟାନ୍ ଡି. ନାଗେଶ୍ୱର ରାଓ, ଡାଇରେକ୍ଟର ଡି. ଶ୍ୟାମ ଓ ଡି. ରାମ କୁମାର, ଶିକ୍ଷା ପ୍ରଭାରୀ ଡି. ବିଜୟା ଏବଂ ମ୍ୟାନେଜମେଣ୍ଟ ସଦସ୍ୟା ଡି. ପଦ୍ମିନୀ ଉପସ୍ଥିତ ହୋଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ମାନବସେବାର ମହତ୍ତ୍ୱକୁ ସ୍ପଷ୍ଟ କରିଥିଲେ। ସେମାନେ ରକ୍ତଦାନକୁ ‘ଜୀବନଦାନ’ ଭାବେ ବ୍ୟାଖ୍ୟା କରି, ଏକ ଛୋଟ ପଦକ୍ଷେପ ମାଧ୍ୟମରେ କିପରି ଅନେକ ପ୍ରାଣକୁ ରକ୍ଷା କରାଯାଇପାରେ ବୋଲି ଛାତ୍ରଛାତ୍ରୀମାନଙ୍କୁ ପ୍ରେରିତ କରିଥିଲେ। ସେମାନଙ୍କ ଅତ୍ୟନ୍ତ ପ୍ରେରଣାଦାୟକ ଉଦ୍ବୋଧନ ଛାତ୍ରଛାତ୍ରୀମାନଙ୍କ ମନରେ ନିଷ୍ଠା, ସମର୍ପଣ ଓ ସେବାଭାବ ପ୍ରତି ଅଦମ୍ୟ ଉତ୍ସାହ ସୃଷ୍ଟି କରିଥିଲା।
ଏହି କାର୍ଯ୍ୟକ୍ରମରେ ବିକାଶ ଡିଗ୍ରୀ କଲେଜ୍ର ପ୍ରିନ୍ସିପାଲ୍ ଡ଼ା. ଆଦିତ୍ୟ କୁମାର ପଟ୍ଟନାୟକ, ସରସ୍ୱତୀ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ଆଇ.ଟି. ଏଣ୍ଡ ମ୍ୟାନେଜମେଣ୍ଟର ପ୍ରିନ୍ସିପାଲ୍ ଡ଼ା. ସୁଦୀପ୍ତ କୁମାର ଜାନା ଏବଂ ବିକାଶ ନର୍ସିଂ କଲେଜ୍ର ପ୍ରିନ୍ସିପାଲ୍ ଡ଼ା. ଗୋପୀନାଥ ସୁବ୍ରମଣ୍ୟମ ମଧ୍ୟ ନିଜର ଉତ୍ସାହବର୍ଦ୍ଧକ ଉଦ୍ବୋଧନରେ ଛାତ୍ରଛାତ୍ରୀଙ୍କୁ ପ୍ରେରିତ କରିଥିଲେ। ଅଧ୍ୟାପକମାନେ ମଧ୍ୟ କହିଥିଲେ ଯେ, ରକ୍ତଦାନ ହେଉଛି ମାନବତାର ସର୍ବୋତ୍କୃଷ୍ଟ ସେବା ଏହା କେବଳ ଜୀବନ ବଞ୍ଚାଏ ନୁହେଁ, ବରଂ ଦେଶର ପ୍ରତି ନିଜର କର୍ତ୍ତବ୍ୟବୋଧକୁ ପ୍ରକାଶ କରେ। ସେମାନେ ଏହିପରି ସମାଜମୁଖୀ କାର୍ଯ୍ୟକ୍ରମରେ ସହଭାଗୀତା ଦେବାକୁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ କରିଥିଲେ ଏବଂ ଶିକ୍ଷା ସହିତ ମାନବିକ ମୂଲ୍ୟବୋଧ ଗଢ଼ି ତୋଳିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ।
ଏହି ଶିବିରରେ ବିକାଶ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନର ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ମିଶିତି ୬୨ ଇଉନିଟ୍ ରକ୍ତ ଦାନ କରି ଅନେକ ପ୍ରାଣକୁ ବଞ୍ଚାଇବାରେ ଗୌରବମୟ ଭୂମିକା ନିଭାଇଛନ୍ତି। ମାନବତା, ସାମାଜିକ ଦାୟିତ୍ୱ ଓ ସେବାଭାବକୁ ସର୍ବୋଚ୍ଚ ଗୁରୁତ୍ୱ ଦେଇଆସୁଥିବା ବିକାଶ ପରିବାର ଏହି ଶିବିର ମାଧ୍ୟମରେ ପୁଣିଥରେ ତାହାର ସତ୍ୟ ସ୍ୱରୂପକୁ ପ୍ରକାଶ କରିଛି।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

