Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଏହି ଶିବିରରେ ଲକ୍ଷ୍ମୀ ବିକାଶ ଗ୍ରୁପ୍ ଅଫ୍ ଇନ୍ଷ୍ଟିଟ୍ୟୁସନ୍ସର ଚେୟାରମ୍ୟାନ୍ ଡି. ନାଗେଶ୍ୱର ରାଓ, ଡାଇରେକ୍ଟର ଡି. ଶ୍ୟାମ ଓ ଡି. ରାମ କୁମାର, ଶିକ୍ଷା ପ୍ରଭାରୀ ଡି. ବିଜୟା ଏବଂ ମ୍ୟାନେଜମେଣ୍ଟ ସଦସ୍ୟା ଡି. ପଦ୍ମିନୀ ଉପସ୍ଥିତ ହୋଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ମାନବସେବାର ମହତ୍ତ୍ୱକୁ ସ୍ପଷ୍ଟ କରିଥିଲେ। ସେମାନେ ରକ୍ତଦାନକୁ ‘ଜୀବନଦାନ’ ଭାବେ ବ୍ୟାଖ୍ୟା କରି, ଏକ ଛୋଟ ପଦକ୍ଷେପ ମାଧ୍ୟମରେ କିପରି ଅନେକ ପ୍ରାଣକୁ ରକ୍ଷା କରାଯାଇପାରେ ବୋଲି ଛାତ୍ରଛାତ୍ରୀମାନଙ୍କୁ ପ୍ରେରିତ କରିଥିଲେ। ସେମାନଙ୍କ ଅତ୍ୟନ୍ତ ପ୍ରେରଣାଦାୟକ ଉଦ୍ବୋଧନ ଛାତ୍ରଛାତ୍ରୀମାନଙ୍କ ମନରେ ନିଷ୍ଠା, ସମର୍ପଣ ଓ ସେବାଭାବ ପ୍ରତି ଅଦମ୍ୟ ଉତ୍ସାହ ସୃଷ୍ଟି କରିଥିଲା।
ଏହି କାର୍ଯ୍ୟକ୍ରମରେ ବିକାଶ ଡିଗ୍ରୀ କଲେଜ୍ର ପ୍ରିନ୍ସିପାଲ୍ ଡ଼ା. ଆଦିତ୍ୟ କୁମାର ପଟ୍ଟନାୟକ, ସରସ୍ୱତୀ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ଆଇ.ଟି. ଏଣ୍ଡ ମ୍ୟାନେଜମେଣ୍ଟର ପ୍ରିନ୍ସିପାଲ୍ ଡ଼ା. ସୁଦୀପ୍ତ କୁମାର ଜାନା ଏବଂ ବିକାଶ ନର୍ସିଂ କଲେଜ୍ର ପ୍ରିନ୍ସିପାଲ୍ ଡ଼ା. ଗୋପୀନାଥ ସୁବ୍ରମଣ୍ୟମ ମଧ୍ୟ ନିଜର ଉତ୍ସାହବର୍ଦ୍ଧକ ଉଦ୍ବୋଧନରେ ଛାତ୍ରଛାତ୍ରୀଙ୍କୁ ପ୍ରେରିତ କରିଥିଲେ। ଅଧ୍ୟାପକମାନେ ମଧ୍ୟ କହିଥିଲେ ଯେ, ରକ୍ତଦାନ ହେଉଛି ମାନବତାର ସର୍ବୋତ୍କୃଷ୍ଟ ସେବା ଏହା କେବଳ ଜୀବନ ବଞ୍ଚାଏ ନୁହେଁ, ବରଂ ଦେଶର ପ୍ରତି ନିଜର କର୍ତ୍ତବ୍ୟବୋଧକୁ ପ୍ରକାଶ କରେ। ସେମାନେ ଏହିପରି ସମାଜମୁଖୀ କାର୍ଯ୍ୟକ୍ରମରେ ସହଭାଗୀତା ଦେବାକୁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ କରିଥିଲେ ଏବଂ ଶିକ୍ଷା ସହିତ ମାନବିକ ମୂଲ୍ୟବୋଧ ଗଢ଼ି ତୋଳିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ।
Editor, News Gallery Mob: 9439506580 Email: newsgallery.in@gmail.com
